କୋଭିଡ୍‌-୧୯ ପରିଚାଳନା: ୨୨ ଆଇଏଏସ୍‌ଙ୍କୁ ବିଭିନ୍ନ ଜିଲା ଦାୟିତ୍ୱ

ଭୁବନେଶ୍ୱର,୨୭।୪(ବ୍ୟୁରୋ): କରୋନା ମୁକାବିଲା ପାଇଁ ବିଭିନ୍ନ ସଂକ୍ରମିତ, ଅଣସଂକ୍ରମିତ ସ୍ଥାନର ସମସ୍ତ ପ୍ରଶାସନିକ କାର୍ଯ୍ୟର ତଦାରଖ ପାଇଁ ୧୨ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି।
ରବିବାର ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଆଇଏଏସ୍‌ ଅଧିକାରୀ ଅନୁ ଗର୍ଗ ଏବଂ ତିରୁମାଲ୍ଲା ନାୟକଙ୍କୁ ଭୁବନେଶ୍ୱର ଦାୟିତ୍ୱ ଦିଆଯାଇଛି। ସେହିପରି ମଧୁସୂଧନ ପାଢ଼ୀ ଏବଂ ରତ୍ନାକର ରାଉତଙ୍କୁ ବାଲେଶ୍ୱର ଓ ଭଦ୍ରକ, ସୌରଭ ଗର୍ଗ ଏବଂ ସୁଶାନ୍ତ ମହାପାତ୍ରଙ୍କୁ କଟକ ସହର ଓ ସଦର, ସୁରେନ୍ଦ୍ର କୁମାର ଏବଂ ଶ୍ରୀକାନ୍ତ ପୃଷ୍ଟିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର, ଜି.ମାଥିଭାଥନନ୍‌ ଏବଂ କ୍ରିଷନ୍‌ କୁମାରଙ୍କୁ ଗଞ୍ଜାମ ଓ ଗଜପତି ଜିଲା ଦାୟିତ୍ୱ ଦିଆଯାଇଛି। ହେମନ୍ତ ଶର୍ମା ଏବଂ ସୁରେଶ ଚନ୍ଦ୍ର ଦଳାଇଙ୍କୁ ଯାଜପୁର, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ା, ବିଷ୍ଣୁପଦ ସେଠୀ ଏବଂ ଗୋପବନ୍ଧୁ ଶତପଥୀଙ୍କୁ ଅନୁଗୋଳ, ଦେବଗଡ଼ ଏବଂ ଢେଙ୍କାନାଳ, ସୁଶୀଲ କୁମାର ଲୋହାନୀ ଏବଂ ବେଣୁଧର ବେହେରାଙ୍କୁ ବଲାଙ୍ଗୀର, ନୂଆପଡ଼ା ଏବଂ ବରଗଡ଼ ଦାୟିତ୍ୱ ଦିଆଯାଇଛି। ଶାଶ୍ୱତ ମିଶ୍ର ଏବଂ ବିଷ୍ଣୁପଦ ମିଶ୍ରଙ୍କୁ କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲା ଦାୟିତ୍ୱ ଦିଆଯାଇଛି। ବୀରବିକ୍ରମ ଯାଦବ ଏବଂ ରସିଦ୍‌ ଖାନ୍‌ଙ୍କୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲା ଦାୟିତ୍ୱ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅନିଲ କୁମାର ସାମଲଙ୍କୁ ପୁରୀ, ନୟାଗଡ଼, କଟକ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳ ଦାୟିତ୍ୱ ଦିଆଯାଇଛି। ସେହିଭଳି ନିରଞ୍ଜନ ସାହୁଙ୍କୁ ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଦାୟିତ୍ୱ ଦିଆଯାଇଛି।

ପ୍ରଦୀପ୍ତ ମହାପାତ୍ରଙ୍କୁ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ

ଓଡ଼ିଶା ସରକାରଙ୍କ କୃଷି ଉତ୍ପାଦନ କମିଶନର (ଏପିସି) ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ୍‌) ପାହ୍ୟା ଅଧିକାରୀ ପ୍ରଦୀପ୍ତ ମହାପାତ୍ରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ-୧୯ ମୁକାବିଲା ସମ୍ପର୍କିତ ପ୍ରକାଶିତ ଏକ ବିଶେଷ ବିଜ୍ଞପ୍ତିରେ ଏହା ଉଲ୍ଲେଖ କରାଯାଇଛି। ଏହା ପୂର୍ବରୁ ସେ ରାଜସ୍ବ ଓ ପରିଚାଳନା ବିଭାଗର ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ। ପ୍ରଦୀପ୍ତଙ୍କ ନିଯୁକ୍ତି ସତ୍ତ୍ୱେ ପୂର୍ବ ପରି ଆଇଏଏସ୍‌ ଅଧିକାରୀ ନିକୁଞ୍ଜ ଧଳ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ କାର୍ଯ୍ୟ କରିବେ। ପ୍ରଦୀପ୍ତ କରୋନା ମୁକାବିଲା ସମ୍ପର୍କିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri