କୋଭିଡ୍‌-୧୯ ପରିଚାଳନା: ୨୨ ଆଇଏଏସ୍‌ଙ୍କୁ ବିଭିନ୍ନ ଜିଲା ଦାୟିତ୍ୱ

ଭୁବନେଶ୍ୱର,୨୭।୪(ବ୍ୟୁରୋ): କରୋନା ମୁକାବିଲା ପାଇଁ ବିଭିନ୍ନ ସଂକ୍ରମିତ, ଅଣସଂକ୍ରମିତ ସ୍ଥାନର ସମସ୍ତ ପ୍ରଶାସନିକ କାର୍ଯ୍ୟର ତଦାରଖ ପାଇଁ ୧୨ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି।
ରବିବାର ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଆଇଏଏସ୍‌ ଅଧିକାରୀ ଅନୁ ଗର୍ଗ ଏବଂ ତିରୁମାଲ୍ଲା ନାୟକଙ୍କୁ ଭୁବନେଶ୍ୱର ଦାୟିତ୍ୱ ଦିଆଯାଇଛି। ସେହିପରି ମଧୁସୂଧନ ପାଢ଼ୀ ଏବଂ ରତ୍ନାକର ରାଉତଙ୍କୁ ବାଲେଶ୍ୱର ଓ ଭଦ୍ରକ, ସୌରଭ ଗର୍ଗ ଏବଂ ସୁଶାନ୍ତ ମହାପାତ୍ରଙ୍କୁ କଟକ ସହର ଓ ସଦର, ସୁରେନ୍ଦ୍ର କୁମାର ଏବଂ ଶ୍ରୀକାନ୍ତ ପୃଷ୍ଟିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର, ଜି.ମାଥିଭାଥନନ୍‌ ଏବଂ କ୍ରିଷନ୍‌ କୁମାରଙ୍କୁ ଗଞ୍ଜାମ ଓ ଗଜପତି ଜିଲା ଦାୟିତ୍ୱ ଦିଆଯାଇଛି। ହେମନ୍ତ ଶର୍ମା ଏବଂ ସୁରେଶ ଚନ୍ଦ୍ର ଦଳାଇଙ୍କୁ ଯାଜପୁର, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ା, ବିଷ୍ଣୁପଦ ସେଠୀ ଏବଂ ଗୋପବନ୍ଧୁ ଶତପଥୀଙ୍କୁ ଅନୁଗୋଳ, ଦେବଗଡ଼ ଏବଂ ଢେଙ୍କାନାଳ, ସୁଶୀଲ କୁମାର ଲୋହାନୀ ଏବଂ ବେଣୁଧର ବେହେରାଙ୍କୁ ବଲାଙ୍ଗୀର, ନୂଆପଡ଼ା ଏବଂ ବରଗଡ଼ ଦାୟିତ୍ୱ ଦିଆଯାଇଛି। ଶାଶ୍ୱତ ମିଶ୍ର ଏବଂ ବିଷ୍ଣୁପଦ ମିଶ୍ରଙ୍କୁ କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲା ଦାୟିତ୍ୱ ଦିଆଯାଇଛି। ବୀରବିକ୍ରମ ଯାଦବ ଏବଂ ରସିଦ୍‌ ଖାନ୍‌ଙ୍କୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲା ଦାୟିତ୍ୱ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅନିଲ କୁମାର ସାମଲଙ୍କୁ ପୁରୀ, ନୟାଗଡ଼, କଟକ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳ ଦାୟିତ୍ୱ ଦିଆଯାଇଛି। ସେହିଭଳି ନିରଞ୍ଜନ ସାହୁଙ୍କୁ ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଦାୟିତ୍ୱ ଦିଆଯାଇଛି।

ପ୍ରଦୀପ୍ତ ମହାପାତ୍ରଙ୍କୁ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ

ଓଡ଼ିଶା ସରକାରଙ୍କ କୃଷି ଉତ୍ପାଦନ କମିଶନର (ଏପିସି) ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ୍‌) ପାହ୍ୟା ଅଧିକାରୀ ପ୍ରଦୀପ୍ତ ମହାପାତ୍ରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ-୧୯ ମୁକାବିଲା ସମ୍ପର୍କିତ ପ୍ରକାଶିତ ଏକ ବିଶେଷ ବିଜ୍ଞପ୍ତିରେ ଏହା ଉଲ୍ଲେଖ କରାଯାଇଛି। ଏହା ପୂର୍ବରୁ ସେ ରାଜସ୍ବ ଓ ପରିଚାଳନା ବିଭାଗର ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ। ପ୍ରଦୀପ୍ତଙ୍କ ନିଯୁକ୍ତି ସତ୍ତ୍ୱେ ପୂର୍ବ ପରି ଆଇଏଏସ୍‌ ଅଧିକାରୀ ନିକୁଞ୍ଜ ଧଳ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ କାର୍ଯ୍ୟ କରିବେ। ପ୍ରଦୀପ୍ତ କରୋନା ମୁକାବିଲା ସମ୍ପର୍କିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?