କୋଭିଡ୍‌ ହସ୍ପିଟାଲ୍‌ କର୍ମଚାରୀ ଆନ୍ଦୋଳନରେ ବସିଲେ

କେନ୍ଦୁଝର,୨୬ା୫(ଡି.ଏନ୍‌.ଏ.)-ଛଟେଇ ପ୍ରତିବାଦରେ କେନ୍ଦୁଝର ସହର ଉପକଣ୍ଠ ରାଙ୍କିସ୍ଥିତ ସ୍ବତନ୍ତ୍ର କୋଭିଡ଼ ହସ୍ପିିଟାଲ୍‌ର କର୍ମଚାରୀମାନେ ସୋମବାର ଆନ୍ଦୋଳନରେ ବସିଥିଲେ। କୋଭିଡ ହସ୍‌ପିଟାଲ ପାଇଁ ସମସ୍ତ ଖର୍ଚ୍ଚ ଜିଲା ଖଣିଜ ପାଣ୍ଠିରୁ ପ୍ରଦାନ କରାଯାଉଥିବାବେଳେ ଏହାର ପରିଚାଳନା ଦାୟିତ୍ୱ ଉକତ୍ଳ ହସ୍ପିଟାଲ ନାମକ ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି। ଉକ୍ତ ସଂସ୍ଥା ୪୬ଜଣ ସ୍ଥାନୀୟ ଯୁବକ ଯୁବତୀଙ୍କୁ ହାଉସ୍‌ କିପିଂ, ସଫେଇ କର୍ମଚାରୀ ଭାବେ ନିଯୁକ୍ତି ଦେଇଥିଲା। ସଂସ୍ଥା ପକ୍ଷରୁ ସମ୍ପୃକ୍ତ ଯୁବତୀଯୁବକଙ୍କୁ କଥା ମୁତାବକ ଦରମା ଦିଆଯାଉ ନ ଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତିି। ଏପରିକି ପୂର୍ବରୁ ସେମାନଙ୍କୁ ୮ଘଣ୍ଟା କାମ କରିବ କହି ସଂସ୍ଥା ନିଯୁକ୍ତି ଦେଇଥିଲେ ମଧ୍ୟ ୧୨ ଘଣ୍ଟା ଡ୍ୟୁଟି ଦିଆଯିବା ସହ ଦରମା କମ୍‌ ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତିି। ଏହାର ପ୍ରତିବାଦ କରିବାରୁ କେତେକ କର୍ମଚାରୀଙ୍କୁ ସଂସ୍ଥା ପକ୍ଷରୁ ଛଟେଇ କରି ଦିଆଯିବା ସହ ତାଙ୍କର ପାଉଣା ମଧ୍ୟ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ସୋମବାର ଏହାର ପ୍ରତିବାଦରେ କର୍ମଚାରୀମାନେ କୋଭିଡ୍‌ ହସ୍‌ପିଟାଲ ସମ୍ମୁଖରେ ଧାରଣା ଦେଇଥିଲେ। ଖବରପାଇ ସଂସ୍ଥାର ସିଇଓ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି। ଏସମ୍ପର୍କରେ କେନ୍ଦୁଝର ଉପଜିଲାପାଳ ରାମ ଚନ୍ଦ୍ର କିସ୍କୁଙ୍କୁ ପଚାରିବାରୁ ଉକ୍ତ ହସ୍ପିଟାଲର କର୍ମଚାରୀଙ୍କର ଦାବି ସମାଧାନ ହୋଇଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

ଛାଡ଼ି ଯାଇଛି ବନ୍ୟା, କମିନି ଦୁର୍ଦ୍ଦଶା: ୩୧ ହଜାରରୁ ଅଧିକ ଲୋକ ପ୍ରଭାବିତ; ଭାଙ୍ଗିଛି ଘର, ଚିନ୍ତାରେ…

ହାଟଡିହୀ/ଛେନାପଦୀ,୩୦।୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀରେ ଆସିଥିବା ବନ୍ୟା ପାଣି କମିଯାଇଥିଲେ ମଧ୍ୟ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କମିବାର…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

ରିଙ୍ଗ୍‌ ରୋଡ଼ ଘାଇରେ ଭାସିଯାଇଥିଲେ କାର୍‌ ଚାଳକ ସଦାଶିବ: ୩୦ ଘଣ୍ଟା ପରେ ମୃତଦେହ ଉଦ୍ଧାର, ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ,୩୦।୭(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍‌ ରୋଡ଼ରେ ସୃଷ୍ଟି ହୋଇଥିବା ବଡ଼ ଘାଇରେ ବନ୍ୟାର ପ୍ରବଳ ସ୍ରୋତରେ ଭାସିଯାଇଥିବା ଏର୍ଟିଗା କାର୍‌ର ନିଖୋଜ ଚାଳକ ସଦାଶିବ ମହାନ୍ତିଙ୍କ…

ପ୍ରେମିକା ପାଇଁ ମନ୍ଦିର ଉପରେ ପ୍ରେମିକ: ଆଉ ତା’ପରେ ଘଟିଲା…

କେନ୍ଦୁଝର,୩୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ହରିଚନ୍ଦନପୁରରେ ବୁଧବାର ଏକ ହାଇଡ୍ରାମା ଦେଖିବାକୁ ମଳିଛି। ପ୍ରେମିକାଙ୍କୁ ପାଇବା ପାଇଁ କାଳିଆଦୁମା ଗ୍ରାମର ପ୍ରେମିକ ଏକ…

କାଦୁଅରେ ଫସି ହନ୍ତସନ୍ତ ହେଲା ଦନ୍ତା: ସାଥୀ ହାତୀ ଶୁଣ୍ଢରେ ଟାଣି କଲା ଉଦ୍ଧାର

ପାଟଣା,୨୯।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ଏକ ଅଭାବନୀୟ ଏବଂ ମର୍ମସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି। ବୁଧବାର ଦିନ…

ବୈତରଣୀ ନଦୀରେ ପକାଇଥିଲେ ଜାଲ, ପଡ଼ିଲା ୨୨୦ କେଜି ଓଜନର ବିଶାଳ ମାଛ

ପାଟଣା,୨୯।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କପୁଣ୍ଡି ଗ୍ରାମର ରୁଗୁଡ଼ିଭାଡ଼ି ସାହି ନିକଟ ଦେଇ ପ୍ରବାହିତ ବୈତରଣୀ ନଦୀରେ ଏକ ବଡ଼ଧରଣର…

ଜଳମଗ୍ନ ବାଂଶପାଳ BEOଙ୍କ କାର୍ଯ୍ୟାଳୟ: ଆଣ୍ଠୁଏ ପାଣିରେ ଚାଲିଛି ସରକାରୀ କାମ, ନଷ୍ଟ ହେଉଛି ପିଲାଙ୍କ ବହି

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ (BEO) କାର୍ଯ୍ୟାଳୟ ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ଜଳମଗ୍ନ ଅବସ୍ଥାରେ ରହିଛି। କାର୍ଯ୍ୟାଳୟ ପରିସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri