କେନ୍ଦୁଝର ଟାଉନରେ ସେକ୍ସ ର଼୍ୟାକେଟ ପର୍ଦ୍ଦାଫାସ୍‌: ୧୧ ଯୁବତୀ ଯୁବକଙ୍କୁ କୋର୍ଟ ଚାଲାଣ

କେନ୍ଦୁଝର, ୧୧ା୮(ସ୍ବ.ପ୍ର./ଡି.ଏନ.ଏ.)-ଶୁକ୍ରବାର ସନ୍ଧ୍ୟାରେ କେନ୍ଦୁଝର ଟାଉନ ଥାନା ପୋଲିସ ଚଢାଉ କରି ସେକ୍ସ ର଼୍ୟାକେଟ୍‌ରେ ସମ୍ପୃକ୍ତ ୫ ଯୁବତୀ ଓ ୬ ଯୁବକଙ୍କୁ ଗରିଫ କରିଥିଲା। ସେମାନଙ୍କୁ ଶନିବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ୬ ଯୁବକଙ୍କୁ ବିଚାରବିଭାଗ ହାଜତକୁ ପଠାଯାଇଥିବା ବେଳେ ଯୁବତୀମାନଙ୍କୁ ସୁଧାରଗୃହକୁ ପଠାଇ ଦିଆଯାଇଛି। ଥାନାଠାରୁ ମାତ୍ର ୫ଶହ ମିଟର ଦୂରରେ ଥିବା ଏକ ଘରେ ଦୀର୍ଘଦିନରୁ ଏହି ଦେହ ବ୍ୟବସାୟ ଚାଲିଥିଲା ା କେବଳ ସେହି ଗୋଟିଏ ସ୍ଥାନରେ ନୁହେଁ କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ ଏପରି ଦେହ ବ୍ୟବସାୟ ଚାଲିଥିବା ପୋଲିସ ଟାଉନ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କହିଛି। ଗିରଫ ଯୁବକମାନେ ହେଲେ କଲେଜ ରୋଡ (ଗମ୍ଭାରିଆ)ର ଅଶ୍ୱିନୀ କୁମାର ନାୟକ, ଠାକୁରପାଟଣାର ବ୍ରଜକିଶୋର ସାହୁ, ହାତିଆଟାଙ୍ଗରର ପ୍ରଭାତ ଦାସ, ମାଧପୁରର ଶିବଶଙ୍କର ଦେ, ତୁରୁମୁଙ୍ଗାର ଜୟଦୀପ୍ତ ସାହୁ, ସାମନ୍ତରାୟପୁର ସାହିର ଗୋପୀନାଥ ଚୌଧୁରୀ। ଘଟଣାସ୍ଥଳରୁ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି ା ଗମ୍ଭାରିଆରେ ରହୁଥିବା ଅଶ୍ୱିନୀ କୁମାର ନାଏକ ହେଉଛନ୍ତି ଉକ୍ତ ର଼୍ୟାକେଟର ମୁଖ୍ୟ ା ଡିଏନ୍‌ ହାଇସ୍କୁଲ ପଛପାର୍ଶ୍ୱ ସାମନ୍ତରାୟପୁର ସାହିରେ ରହୁଥିବା ୫୦ବର୍ଷ ବୟସ୍କ ଗୋପୀନାଥ ଚୌଧୁରୀ ଦଲାଲ ଭାବେ ଏହି ସେକ୍ସ ର଼୍ୟାକେଟ୍‌ ପାଇଁ କାମ କରନ୍ତି ବୋଲି ପୋଲିସ ସ୍ପଷ୍ଟ କରିଛି ା
ସୂଚନାଯୋଗ୍ୟ, ସବ୍‌ଇନ୍ସପେକ୍ଟର ବିନିତା ଲାକ୍ରାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଶୁକ୍ରବାର ଉକ୍ତ ଘରେ ହଠାତ୍‌ ଚଢାଉ କରିଥିଲା ା ଏହି ସମୟରେ ଅସଂଯତ ଅବସ୍ଥାରେ ଥିବା ୫ ଯୁବତୀ ଓ ୬ ଗ୍ରାହକଙ୍କୁ ଗିରଫ କରାଯାଇଥିଲା ା ସେମାନଙ୍କ ମଧ୍ୟରୁ ୪ ଜଣ ବଙ୍ଗୀୟ ଯୁବତୀ ଥିବାବେଳେ ଆଉ ଜଣେ ଓଡିଆ । ପ୍ରତି ଗ୍ରାହକଙ୍କଠାରୁ ସେମାନେ ୧ହଜାରରୁ ୧୫ଶହ ଟଙ୍କା ନେଉଥିଲେ। ସେହି ଟଙ୍କାରୁ ୫୦ ପ୍ରତିଶତ ଦଲାଲମାନେ ନେଇଯାଉଥିଲେ ବୋଲି ଯୁବତୀମାନେ ପ୍ରକାଶ କରିଛନ୍ତି। ଏ ନେଇ ଥାନାରେ ଏକ ମାମଲା(ନଂ.୨୧୨/୧୯) ରୁଜୁ କରାଯାଇଛି ା ସଂପୃକ୍ତ ଯୁବତୀମାନଙ୍କୁ ଗିରଫ କରାଯାଇ ପ୍ରଥମେ ସ୍ବଧାର ଗୃହରେ ରଖାଯାଇଛି ା ପରିବାର ଲୋକଙ୍କୁ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଧରଣର ଚଢ଼ାଉ: ୧୦ ଲକ୍ଷରୁ ଅଧିକ ମହୁଲ ପୋଚ ନଷ୍ଟ ; ପୋଲିସ, ଅବକାରୀ ଟିମ୍‌କୁ ଦେଖି ମାଫିଆ…

ପାଟଣା ,୨୦।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଅବକାରୀ ସୁପରିଟେଣ୍ଡେଟ୍‌ ତେଜରାତ ଯାନିଙ୍କ ନିର୍ଦ୍ଦେଶରେ ସୋମବାର ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ହୀରାପଶି ଗ୍ରାମରେ ବେଆଇନ…

ସୋନମ ୱାଙ୍ଗଚୁକଙ୍କୁ ଚାରିଆଡ଼ୁ ସମର୍ଥନ: ଯୁବପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବା ଦାବିରେ…

କେନ୍ଦୁଝର,୨୦।୭(ନରେଶ ଚନ୍ଦ୍ର ପଟ୍ଟନାୟକ):ଦେଶର ଶିକ୍ଷା ବ୍ୟବସ୍ଥାକୁ ବଞ୍ଚାଇବା ଏବଂ ଯୁବପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବା ଦାବିରେ ସଂଘର୍ଷ କରୁଥିବା ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଆଜି କେନ୍ଦୁଝରରେ ଆମ…

ଚଞ୍ଚକତା କରି ଭାରପ୍ରଧାନ ଶିକ୍ଷକଙ୍କୁ ବଦଳି ଅଭିଯୋଗ, ଅଭିଭାବକ ମହଲରେ ଅସନ୍ତୋଷ

ହାଟଡିହୀ,୧୯ା୭(ଶୁଭକାନ୍ତ ନାୟକ): ଚଳିତ ଜୁଲାଇ ମାସ ଗତ ୧୦ ତାରିଖରେ ଡ଼ିଏଲଟିସି ବୈଠକ ବସିଥିଲା । ଏହି ବୈଠକ ଜିଲା ସ୍ତରରେ ଅନୁଷ୍ଠିତ ହୋଇଥାଏ । ବୈଠକରେ…

ଘରକୁ ଫେରିବାବେଳେ ହାତୀ ହାବୁଡ଼ରେ ପଡ଼ିଗଲେ, ଶୁଣ୍ଢରେ ଟେକି ବିଲରେ କଚାଡ଼ିଲା, ଆଉ ତା’ ପରେ…

କେନ୍ଦୁଝର,୧୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗପିଢ଼ ରେଞ୍ଜ ତଳରଢ଼ୁଆଁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଉକ୍ତ ଅଞ୍ଚଳରେ…

ବୀରଗୋବିନ୍ଦପୁର ନିକଟରେ ଅଜଣା କାର୍ ଧକ୍କା ଯୁବକଙ୍କ ମୃତ୍ୟୁ; ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ

ବଞ୍ଚୋ, ୧୮।୭(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ…

ପ୍ରେରଣାର ଉତ୍ସ ଯୁବ ସ୍ୱେଚ୍ଛାସେବୀ: ଜନ୍ମଦିନରେ ମୃତ୍ୟୁଞ୍ଜୟଙ୍କ ରକ୍ତଦାନ ଓ ବୃକ୍ଷରୋପଣ

ହାଟଡିହୀ, ୧୮।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡ଼ରମ୍ପାସ ଗ୍ରାମର ଯୁବ ସ୍ୱେଚ୍ଛାସେବୀ ମୃତ୍ୟୁଞ୍ଜୟ ବେହେରା ନିଜ ଜନ୍ମଦିନକୁ ଅତ୍ୟନ୍ତ ନିଆରା ଓ ପ୍ରେରଣାଦାୟକ…

ହାଟଡିହୀ ବ୍ଲକର ଗୌରବ: ନିଟ୍ ପରୀକ୍ଷାରେ ଚନ୍ଦନ, ଅଭିଜିତ ଓ ଆଶୁତୋଷଙ୍କ ବାଜିମାତ୍

ହାଟଡିହୀ, ୧୮।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩ ଜଣ ମେଧାବୀ ଛାତ୍ର ଜାତୀୟ ସ୍ତରର ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍ (UG)’ରେ ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri