Posted inଜାତୀୟ

ଚାଷୀ ଆନ୍ଦୋଳନବେଳେ ଆକାଉଣ୍ଟ ବନ୍ଦ ନିର୍ଦ୍ଦେଶ ଦେଇଥିଲା କେନ୍ଦ୍ର

ବେଙ୍ଗାଲୁରୁ, ୨୭ା୯: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଗତବର୍ଷ ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନ କରୁଥିବାବେଳେ ଅନେକ ଟୁଇଟର ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ କେନ୍ଦ୍ର ଏହି ସୋସିଆଲ ମିଡିଆ ଜାଏଣ୍ଟକୁ ନିର୍ଦ୍ଦେଶ ଦେଇଥିଲା। ଏ ନେଇ ଟୁଇଟର ସୋମବାର କର୍ନାଟକ ହାଇକୋର୍ଟଙ୍କୁ ଜଣାଇଛି। ଟୁଇଟରର ନିୟମ ଅନୁସାରେ କେହି ୟୁଜର ବାରମ୍ବାର ଅପରାଧଭିତ୍ତିକ ପୋଷ୍ଟ ନ କଲେ ସେମାନଙ୍କ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଭାବେ ବ୍ଲକ କରାଯାଇପାରିବ ନାହିଁ। ଏପରି ସ୍ଥିତିରେ ୟୁଜର୍ସଙ୍କ ଗୋଟିଏ କଣ୍ଟେଣ୍ଟ ହଟାଯାଇ ଏ ନେଇ ସେମାନଙ୍କୁ ନୋଟିସ୍‌ ଜାରି କରାଯିବା କଥା ବୋଲି ଟୁଇଟର ଜଷ୍ଟିସ୍‌ କ୍ରିଷ୍ଣା ଏସ୍‌ ଦିକ୍ଷୀତଙ୍କ ଖଣ୍ଡପୀଠଙ୍କୁ କହିଛି।
ଫେବୃୟାରୀରୁ ୨୦୨୨ ଫେବୃୟାରୀ ମଧ୍ୟରେ ୧୦ ଟୁଇଟର ଆକାଉଣ୍ଟ ବ୍ଲକ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପ୍ରସଙ୍ଗରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ଓକିଲାତି କରୁଥିବା ବରିଷ୍ଠ ଆଇନଜୀବୀ ଅରବିନ୍ଦ ଏସ୍‌ ଦତାର କହିଛନ୍ତି, ଆଇଟି ଆକ୍ଟର ଧାରା ୬୯ ଅନୁସାରେ କୌଣସି ଆକାଉଣ୍ଟକୁ ଏପରି ବ୍ଲକ କରାଯାଇପାରିବ ନାହିଁ। ଯଦି ଖବରକାଗଜ, ଟେଲିଭିଜନରେ କୃଷକ ଆନ୍ଦୋଳନ ଖବର ପରିବେଷଣ କରାଯାଇପାରିବ ତେବେ ଟୁଇଟରରେ ତାହା କାହିଁକି ହୋଇପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ସରକାରଙ୍କୁ ସମାଲୋଚନା ଅଧିକାର ନାଗରିକମାନଙ୍କର ରହିଛି ବୋଲି ସେ କହିଥିଲେ। ଏହାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୭ରେ ହେବ। ସୂଚନାଯୋଗ୍ୟ, ଆକାଉଣ୍ଟ ବ୍ଲକ କରିବା ନିର୍ଦ୍ଦେଶ ବିରୋଧରେ ଟୁଇଟର ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲା। ଏହା ଅସାମ୍ବିଧାନିକ ଏବଂ ଆଇଟି ଆଇନର ଉଲ୍ଲଘଂନ ବୋଲି ଟୁଇଟର ଦର୍ଶାଇଥିଲା। ତେବେ ସମୂହ ଏବଂ ଜାତୀୟ ସ୍ବାର୍ଥ ଉଦ୍ଦେଶ୍ୟରେ ଓ କୌଣସି ପ୍ରକାର ହିଂସାକାଣ୍ଡ ରୋକିବା ନିମନ୍ତେ କେତେକ ଆକାଉଣ୍ଟ ବ୍ଳକ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ପୂର୍ବରୁ କେନ୍ଦ୍ର କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?