କୃତଜ୍ଞତାର ଚମତ୍କାରିତା

ଛନ୍ଦା ମିଶ୍ର
ଖାଇବା ପୂର୍ବରୁ ହାତରେ ଥିବା ଭାତଗୁଣ୍ଡାଟିକୁ କରନ୍ତୁ ନିରୀକ୍ଷଣ। ଏଇ ଭାତ ମୁଠାକ, ଆପଣଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଯେଉଁ ମନୁଷ୍ୟମାନଙ୍କ ଶ୍ରମ ନେଇ ଆସିଛି, ଥରୁଟିଏ ତାଙ୍କୁ କରନ୍ତୁ ସ୍ମରଣ। ଚାଉଳ, ଡାଲି, ପରିବା ଆଦି ଯୋଗାଇ ଦେଇଥିବା ଚାଷୀଭାଇ, ବଜାରରୁ ନିଜ ଝାଳବୁହା ଧନ ଦେଇ କିଣି ଆଣିଥିବା ବାପା, ତାକୁ ଅତି ଯତ୍ନରେ ରାନ୍ଧି, ଶ୍ରଦ୍ଧାରେ ପରଷିଥିବା ମା’ଙ୍କୁ ଅନ୍ତରରୁ କୃତଜ୍ଞତା ଜଣାଇ ଧନ୍ୟବାଦଟିଏ ଦିଅନ୍ତୁ। ଦେଖିବେ, ଆପଣଙ୍କୁ ଖାଦ୍ୟ କିପରି ଅମୃତ ତୁଲ୍ୟ ମନେହେବ। କମ୍‌ ବେଶି ଲୁଣହଳଦୀର ସ୍ବାଦ ଆପଣଙ୍କୁ କରିବନାହିଁ ବିଚଳିତ। ଓଲଟି ପୃଥିବୀର ଅସଂଖ୍ୟ ଭୋକିଲାଙ୍କ ସହ ନିଜ ଭାଗ୍ୟକୁ ତଉଲି, ଈଶ୍ୱରଙ୍କ ଦୟାକୁ ଅନୁଭବି କୃତଜ୍ଞତାରେ ନଇଁଯିବ ଆପଣଙ୍କ ମଥା। ସେହି କୃତଜ୍ଞତାର ଫଳସ୍ବରୂପ, ଅନ୍ତରରେ ଭରିଯିବ ଅନିର୍ବଚନୀୟ ପ୍ରଶାନ୍ତି ଯାହା ଆପଣଙ୍କ ରକ୍ତରେ ବହିଯିବ ଏକ ସକାରାତ୍ମକ ସୂକ୍ଷ୍ମ ରୂପନେଇ।
ଏହି ସମାନ କଥାଟିକୁ ମଧ୍ୟ ଆପଣ ଭିନ୍ନ ଦୃଷ୍ଟିଭଙ୍ଗୀ ନେଇ ଦେଖିପାରନ୍ତି। ଆପଣ ଭାବିପାରନ୍ତି ଯେ ଖାଦ୍ୟ ଖାଇବା ମୋର ଅଧିକାର ଓ ମତେ ଖାଦ୍ୟ ଯୋଗାଇବା ବାପାମା’ଙ୍କର କର୍ତ୍ତବ୍ୟ। ଏହି ଭାବନାଟି ସହ ଆପଣଙ୍କ ମନମଧ୍ୟରେ ଗର୍ବବୋଧର ଛୋଟ ଚାରାଟିଏ ଆପେ ଆପେ ହୋଇଯାଏ ରୋପିତ। ଯାହା ପରମୁହୂର୍ତ୍ତରେ ବିଶାଳ ଦ୍ରୁମରେ ପରିଣତ ହୋଇ ଆପଣଙ୍କୁ ଏକ ଗର୍ବୀ, କୃତଘ୍ନ ବ୍ୟକ୍ତି ଭାବେ ସମାଜରେ କରେ କୁଖ୍ୟାତ।
ବୃକ୍ଷଟିଏ ସୂର୍ଯ୍ୟାଲୋକ, ପବନ ଓ ମୃତ୍ତିକାରୁ ପାଣି ତଥା ଖାଦ୍ୟସାର ଗ୍ରହଣ କରେ। ନିଜେ ଜୀବନଧାରଣ କରିବା ସହ କୃତଜ୍ଞତାର ନିଦର୍ଶନ ସ୍ବରୂପ ଫଳ, ପୁଷ୍ପ, ଛାୟା ଅମ୍ଳଜାନ, ଆସବାବପତ୍ର ଓ ଶେଷରେ ଜାଳେଣି ରୂପରେ ନିଜକୁ କରିଦିଏ ଉତ୍ସର୍ଗ। ତେବେ କେବଳ ବୃକ୍ଷ ନୁହେଁ ଈଶ୍ୱରଙ୍କ ସୃଷ୍ଟିରେ ପ୍ରତିଟି ଜୀବ ପରିବେଶ ଓ ପ୍ରକୃତି ପ୍ରତି କୃତଜ୍ଞତା ଜଣାନ୍ତି ନିଜ ଶକ୍ତି ଅନୁସାରେ।
ପ୍ରକୃତରେ ଦେଖିବାକୁ ଗଲେ, ଏ ବିଶ୍ୱରେ କୌଣସି ପ୍ରାଣୀ ସ୍ବୟଂସମ୍ପୂର୍ଣ୍ଣ ନୁହେଁ। ଆମେ ଅମ୍ଳଜାନ ପାଇଁ ଗଛ ତଥା ବାୟୁମଣ୍ଡଳ ଉପରେ ନିର୍ଭର କରୁ। ଯଦି ଆମେ ଏ ଦୁହିଁଙ୍କ ପ୍ରତି କୃତଜ୍ଞତା ପ୍ରକଟ କରିବା, ତେବେ ନିଜ ଜାଣତରେ କେବେ ଗଛ କାଟିବା ନାହିଁ ବା ବାୟୁକୁ ପ୍ରଦୂଷିତ କରିପାରିବା ନାହିଁ। ଠିକ୍‌ ସେହିପରି ଜଳ, ଖାଦ୍ୟ, ସର୍ବୋପରି ପରିବେଶକୁ କୃତଜ୍ଞତା ଜଣାଇବାକୁ ଯାଇ ଆମେ ପରିବେଶ ପ୍ରତି ହୋଇଉଠିବା ସଚେତନ ଓ ସମ୍ବେଦନଶୀଳ। ସ୍ବତଃସ୍ଫୂର୍ତ୍ତ ଭାବେ ପରିବେଶ ଆମକୁ ଯୋଗାଇଦେବ ନିର୍ମଳ, ଶ୍ୟାମଳ, ପ୍ରଶାନ୍ତିର ବାତାବରଣଟିଏ।
ମନୁଷ୍ୟ ପରି ସାମାଜିକ ପ୍ରାଣୀର ଜୀବନରେ ‘ମଧୁର ସମ୍ପର୍କ’ ତା’ ନିରାଶିଆ ଜୀବନକୁ ମହନୀୟ ଓ ସୁଖପ୍ରଦ କରେ। କିନ୍ତୁ ସମ୍ପର୍କର ସୂତାଖିଅଟି ବେଶ୍‌ ପତଳା। ଅତ୍ୟନ୍ତ ସାବଧାନ ହୋଇ ନ ଧରିଲେ ଛିଣ୍ଡିଯିବାର ଭୟଥାଏ। ଆଉ ଥରେ ଯଦି ଛିଣ୍ଡେ, ଆପଣ ତାକୁ ଭିଡିଓଟାରି ଯୋଡିବାକୁ ଚେଷ୍ଟା କଲେ ମଝିରେ ଗଣ୍ଠି ପଡିଯାଏ। ଈର୍ଷା, ହିଂସା, ଦ୍ୱେଷ ଓ ସନ୍ଦେହର ବଳୟ ଏହି ଗଣ୍ଠିଟିକୁ ଏପରି କବଳିତ କରେ ଯେ, ସମ୍ପର୍କ ଥାଇ ନ ଥିଲା ପରି ପ୍ରତୀତ ହୁଏ। ଭାଇ ସାଜେ ଭଗାରି, ଶତ୍ରୁ ପାଲଟିଯାଏ ମିତ୍ରଟି। ତେବେ ସମ୍ପର୍କରେ ମଧୁରତା ବଜାୟ ରଖିବା ପାଇଁ ‘କୃତଜ୍ଞତା’ର ଚମତ୍କାରିତା ଆପଣଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ସୁଫଳ ପ୍ରଦାନ କରେ।
ପୁଅ, ବାପାଙ୍କ ପ୍ରଦତ୍ତ ଲୁହଲହୁରେ ଗଢା ପ୍ରତିମୂର୍ତ୍ତିଟିଏ। ସେ ଏହି କଥାଟି ମନରେ ରଖି ବାପାଙ୍କ ପ୍ରତି କୃତଜ୍ଞ ହେଲାବେଳେ, ବାପା ବି ଏହି ପୁଅଟି ଯୋଗୁ ବାପା ହେବାର ଗୌରବ ଅର୍ଜନ କରିଛନ୍ତି ଭାବି ହୋଇଉଠିବେ ଧନ୍ୟ। ତେବେ ଯାଇଁ ସମ୍ପର୍କରେ ରହିବ ମଧୁରତା।
ବାପାଙ୍କ ଗୋଡ ଘଷିଦେଇ ପୁଅ କହୁଛି, ”ବାପା, ତୁମେ ମୋ ପାଇଁ କେତେ କଷ୍ଟ ସହିଛ ସତେ!“ପୁଅର କୃତଜ୍ଞତାରେ ନଇଁ ଯାଉଥିବା ମୁଣ୍ଡଟିକୁ ଆଉଁଶିଦେଇ, ବାପାଙ୍କ ଆଖିରୁ ଝରିପଡୁଛି ଆନନ୍ଦର ଦୁଇଟୋପା ଅଶ୍ରୁ। ନିଜକୁ ଶ୍ରେଷ୍ଠ କହୁଥିବା ମନୁଷ୍ୟ ହେଉଛି ଏକମାତ୍ର ପ୍ରାଣୀ ଯାହା ସହିତ ଅକୃତଜ୍ଞ ବା କୃତଘ୍ନ ଶବ୍ଦଟି ଯୋଗ କରାଯାଏ। ଅନ୍ୟଥା ଥରେ ମାତ୍ର ଆପଣଙ୍କ ହାତରୁ ଖାଦ୍ୟ ଖାଇଥିବା କୁକୁରଟି ଆପଣଙ୍କୁ ଯେଉଁଠି ଦେଖିଲେ ନିଜର ଆନୁଗତ୍ୟ ପ୍ରକାଶ କରି ଲାଞ୍ଜଟିକୁ ହଲାଇ ସ୍ନେହଭରେ ଆପଣଙ୍କୁ ଚାହିଁରହେ।
ଉପକାର ପାଇ ଭୁଲିଯିବାର ଛଳନା କେବଳ ମଣିଷ ହିଁ କରିପାରେ। ଆବଶ୍ୟକତା ସରିଲେ ମାତାପିତାଙ୍କ ପରି ଦେବତାଙ୍କୁ ପାସୋରି ଯାଉଥିବା କୃତଘ୍ନଠାରୁ ବା କ’ଣ ଆଶା କରାଯାଇପାରେ! ମନେପଡିଯାଏ କୃତଜ୍ଞତାର ଜ୍ୱଳନ୍ତ ଉଦାହରଣ ‘ହାଚିକୋ’ର କାହାଣୀ। କୁକୁର ଶବ୍ଦଟି ଆମ ଚଳଣିରେ ଭର୍ତ୍ସନା ଓ ଇତର ଶବ୍ଦଟିଏ ହୋଇଥିବାରୁ ‘ହାଚିକୋ’ ପାଇଁ ବ୍ୟବହାର କରିବାକୁ ହାତ ଯାଉନାହିଁ। ତେବେ ଏହି ବିଶ୍ୱସ୍ତ ପ୍ରାଣୀଟି ନିଜ ମାଲିକ ଜାପାନୀ ପ୍ରଫେସର ଉନୋଙ୍କ ପାଇଁ ପ୍ରତିଦିନ ଶିବୁୟା ଷ୍ଟେଶନଠାରେ ଅପେକ୍ଷା କରୁଥିଲା। ସେ ଟ୍ରେନ୍‌ରୁ ଓହ୍ଲାଇଲେ ତାଙ୍କ ସହିତ ଘରକୁ ଫେରୁଥିଲା। କିନ୍ତୁ କାର୍ଯ୍ୟରତ ଥିବା ସମୟରେ ଉନୋ ମସ୍ତିଷ୍କରେ ଆଘାତ ଲାଗି କାର୍ଯ୍ୟସ୍ଥଳୀରେ ପ୍ରାଣ ହରାଇଥିଲେ। କିନ୍ତୁ ‘ହାଚିକୋ’ କୃତଜ୍ଞତାଭରା ହୃଦୟଟି ଧରି ଲଗାତର ନଅବର୍ଷ ଅପେକ୍ଷା କରୁଥିଲା ପ୍ରତିଦିନ, ନିଜ ମାଲିକ ପାଇଁ।
ଆସନ୍ତୁ କୃତଜ୍ଞତା ଜଣାଇବା, ଆମ ଚାରିପଟେ ରହି ଆମ ଜୀବନକୁ ମହକିତ, ପୁଲକିତ ଓ ପ୍ରସ୍ଫୁଟିତ କରିଥିବା ପ୍ରତିଟି ଈଶ୍ୱରୀୟ ସତ୍ତାକୁ। ମତେ ଏ ଧରାପୃଷ୍ଠକୁ ଆଣିଥିବାରୁ ମୋ ମାତାପିତାଙ୍କ ନିକଟରେ ମୁଁ କୃତଜ୍ଞ। ଭାଇ, ଭଉଣୀ, ମୋର ଶିକ୍ଷକ ଓ ବନ୍ଧୁ ପରିଜନଙ୍କ ଆକଟ ଓ ଆଦର ପାଇଁ ମୁଁ କୃତଜ୍ଞ। ମୋର ସମସ୍ତ ମୂର୍ଖାମି ଓ ଚପଳାମି ସତ୍ତ୍ୱେ ଅକାତରେ ମୋତେ ନିଜ ଜଳ ଓ ବାୟୁ ପ୍ରଦାନ କରି ଧରଣୀ ମାତା ସହ୍ୟ କରିଥିବାରୁ ମୁଁ ସମଗ୍ର ପ୍ରକୃତି ନିକଟରେ କୃତଜ୍ଞ। ଆଲେଖ୍ୟଟିକୁ ପାଠ କରୁଥିବା ସହୃଦୟ ପାଠକଙ୍କ ନିକଟରେ ମୁଁ କୃତଜ୍ଞ।
ମୋ-୯୪୩୭୪୫୩୬୧୦


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri