Posted inଖେଳ

କିଟ୍‌ ଇଣ୍ଟରନାଶନାଲ ଚେସ୍‌ ଫେଷ୍ଟିଭାଲ ଆରମ୍ଭ

ଭୁବନେଶ୍ୱର, ୨।୬(ସ୍ପୋଟର୍‌ସ ବ୍ୟୁରୋ)- ଦ୍ୱାଦଶ ଅନ୍ତର୍ଜାତୀୟ କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲ-୨୦୧୯ ଶନିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। କିଟ୍‌ ବିଶ୍ୱବିଦ୍ୟାଳୟ ଓ ଅଲ୍‌ଓଡ଼ିଶା ଚେସ୍‌ ଆସୋସିଏଶନ ମିଳିତ ଆନୁକୂଲ୍ୟରେ ସର୍ବଭାରତୀୟ ଓ ବିଶ୍ୱ ଚେସ୍‌ ଫେଡେରେଶନର ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଆସନ୍ତା ୭ ପର୍ଯ୍ୟନ୍ତ ଚାଲିବ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ, ଓଡ଼ିଶା ଚେସ୍‌ ଆସୋସିଏଶନର ସଭାପତି ଦେବାଶିଷ ସାମନ୍ତରାୟ, ସର୍ବଭାରତୀୟ ଚେସ୍‌ ଫେଡେରେଶନର ସମ୍ପାଦକ ଭଗତ୍‌ ସିଂ ଚୌହାନ, କୋଲକାତାସ୍ଥିତ ସାଇର ନିର୍ଦ୍ଦେଶକ ମନ୍‌ମିତ୍‌ ଏସ୍‌ ଗୋଇନ୍ଦି, ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଶେଖର ଚନ୍ଦ୍ର ସାହୁ, ଅଲିମ୍ପିଆନ ଦୂତୀ ଚାନ୍ଦ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। କ୍ୟାଟାଗୋରି-ଏ’ର ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ଓଡ଼ିଶାର ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ, ଇଣ୍ଟୁରିଜାଜାଗା ବୋନେଲି ଡଡୁରାଡୋ (ଭେନେଜୁଏଲା), ଆମୋନଟୋଭ ଫାରୁଖ (ତାଜାକିସ୍ତାନ), ତେରଶାହକ୍ୟନ ସାମଭେଲ (ଆର୍ମେନିଆ), ତୁରଭ ମାକ୍ସିମ (ରୁଷିଆ), ପେଟ୍ରୋଜ୍ୟାନ ମାନୁଏଲ (ଆର୍ମେନିଆ), ନେଭେରୋଭ ଭାଲେରିଆ (ୟୁକ୍ରେନ) ପ୍ରମୁଖ ବିଜୟ ଲାଭ କରିଛନ୍ତି। ସେହିଭଳି କ୍ୟାଟାଗୋରୀ-ବି’ରେ ଓଡ଼ିଶାର ସାର୍ଥକ ଦେବତା, ସଞ୍ଜୀବନ ନାୟକ, ଦାଶରଥୀ ସାହୁ, କିସର ବୀରେନ୍ଦ୍ର ରାଇତା ବିଜୟ ହାସଲ କରିଛନ୍ତି।
ସମେତ ତାଜିକସ୍ତାନ, ଚେକ୍‌ ରିପବ୍ଲିକ, ଆରମେନିଆ, ବେଲଜିୟମ, ଆମେରିକା, ସ୍ପେନ, ଭେନେଲଜୁଏଲା, ରୁଷ, ବାଂଲାଦେଶ, ୟୁକ୍ରେନ, କାଜାଖସ୍ତାନ, ନେପାଳ, ଶ୍ରୀଲଙ୍କା, ମାଲେସିଆ, ଭିଏତ୍‌ନାମ, ଚିଲି, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର, ଗ୍ରୀସ୍‌, ଜାପାନ, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ହଂକଂ, ଓମାନ, କାତାର, ମଙ୍ଗୋଲିଆ ଆଦି ବିଶ୍ୱର ୩୦ ଦେଶରୁ ହଜାରେରୁ ଊର୍ଦ୍ଧ୍ୱ ଗ୍ରାଣ୍ଡମାଷ୍ଟର୍ସ, ଇଣ୍ଟର ନ୍ୟାଶନାଲ ମାଷ୍ଟର୍ସ, ମହିଳା ଗ୍ରାଣ୍ଡମାଷ୍ଟର୍ସ, ମହିଳା ଇଣ୍ଟରନ୍ୟାଶନାଲ ମାଷ୍ଟର୍ସ ପ୍ରମୁଖ ଏହି ଚେସ୍‌ ଫେଷ୍ଟିଭାଲରେ ଯୋଗଦେଇଛନ୍ତି। ଚଳିତ ବର୍ଷ ସର୍ବାଧିକ ପୁରସ୍କାର ରାଶି ୨୫ ଲକ୍ଷ ଟଙ୍କା ରହିଛି। ୟେଲୋ ରେଟିଂଭିତ୍ତିକ ୩ଟି କ୍ୟାଟାଗୋରୀରେ ଏହି ଟୁର୍ନାମେଣ୍ଟ ଖେଳାଯାଉଛି। ଇଣ୍ଟରନ୍ୟାଶନାଲ ଆର୍ବିଟର ଅନନ୍ତରାମଙ୍କ ତତ୍ତ୍ୱାବଧାନରେ ଏହି ଟୁର୍ନାମେଣ୍ଟ ପରିଚାଳିତ ହେବ। ସୂଚନାଯୋଗ୍ୟ, ୧୨ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଚେସ୍‌ ଫେଷ୍ଟିଭାଲ ଏବେ ବିଶ୍ୱର ଏକ ପ୍ରମୁଖ ପ୍ରତିଯୋଗିତା ଭାବେ ବେଶ୍‌ ନାମ ଅର୍ଜନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri