କାଲି ଅନୁଗୋଳରେ ପହଞ୍ଚତ୍ବ ଶ୍ରମିକ ଏକ୍ସପ୍ରେସ୍‌

ଅନୁଗୋଳ ଅଫିସ, ୨୪।୫- ଗୁଜରାଟରୁ ୧୬୫୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ୨୩ ତାରିଖରେ ବାହାରିଥିବା ସ୍ବତନ୍ତ୍ର ଶ୍ରମିକ ଏକ୍ସପ୍ରେସ୍‌ ସୋମବାର ଭୋର୍‌ ୫ଟାରେ ଅନୁଗୋଳ ଷ୍ଟେଶନରେ ପହଞ୍ଚତ୍ବ। ଏଥିରେ ୨୪ଟି ଜିଲାର ୧୬୫୦ ଜଣ ପ୍ରବାସୀ ଓଡ଼ିଆ ଆସୁଛନ୍ତି। ସେମାନଙ୍କ ମଧ୍ୟରେ ଅନୁଗୋଳର ସର୍ବାଧିକ ୬୩୪ ଜଣ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରବାସୀମାନେ କିପରି ନିଜ ଜିଲାର କ୍ୱାରାଣ୍ଟାଇନ ସେଣ୍ଟରରେ ସହଜରେ ପହଞ୍ଚତ୍ ପାରିବେ ସେଥିପାଇଁ ରବିବାର ଅପରାହ୍ନରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସର୍କିଟ୍‌ ହାଉସ୍‌ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ଅନୁଗୋଳ ଏସ୍‌ପି ଜଗମୋହନ ମୀନା, ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ଜିଲାକୁ ଯିବାକୁ ଥିବା ପ୍ରବାସୀଙ୍କ ପାଇଁ ୩୦ଟି ବସ୍‌ର ବ୍ୟବସ୍ଥା ହୋଇଥିବାବେଳେ ଅନୁଗୋଳର ବିଭିନ୍ନ ବ୍ଲକ ଅଞ୍ଚଳର ଶ୍ରମିକମାନଙ୍କ ପାଇଁ ୨୦ଟି ବସ୍‌ ପ୍ରସ୍ତୁତ ରଖାଯାଇଛି। ଶହେ ଜଣ କର୍ମଚାରୀଙ୍କୁ ନେଇ ବିଭିନ୍ନ କାଉଣ୍ଟର ଷ୍ଟେଶନରେ ଖୋଲାଯାଇଛି। ପ୍ରତି ୧୦୦ ପ୍ରବାସୀଙ୍କ ପାଇଁ ଗୋଟିଏ ଲେଖାଏ କାଉଣ୍ଟର ଖୋଲାଯାଇଛି। ଶ୍ରମିକମାନେ ଟ୍ରେନ୍‌ରୁ ଓହ୍ଲାଇବା ପରେ ସେମାନଙ୍କ ସ୍କ୍ରିନିଂ କରାଯିବ। ଏଥିପାଇଁ ୩ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ପ୍ରସ୍ତୁତି ବୈଠକ ପରେ ଜିଲାପାଳ ଓ ଏସ୍‌ପି ଅନୁଗୋଳ ଷ୍ଟେଶନ ଯାଇ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଡିପିଓ ଅଶ୍ୱିନୀ କୁମାର ସାହୁ, ଡେପୁଟୀ କଲେକ୍ଟର ବଇତୁରା ଦୀପ୍‌, ଆସିଷ୍ଟାଣ୍ଟ କଲେକ୍ଟର ରଞ୍ଜନ ମହାନ୍ତି ଓ ଅନୁଗୋଳ ପୌର ପରିଷଦ ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା, ଅନୁଗୋଳ ଥାନା ଆଇଆଇସି ରମେଶ ଚନ୍ଦ୍ର ବିଶୋଇଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri