କାରୁଣ୍ୟରେ ବୟୋଜ୍ୟେଷ୍ଠ

ଡ. ଅଜୟ କୁମାର ନନ୍ଦ

ଜୀବନ ଯାତ୍ରାର ଅନ୍ତିମ ତଥା ଶେଷ ପର୍ଯ୍ୟାୟରେ ଯେ କେହି ଉପନୀତ ହେଲେ, ଆମେ ସେମାନଙ୍କୁ ବୟୋଜ୍ୟେଷ୍ଠ, ବୟବୃଦ୍ଧ,ବୟସ୍କ ଆଦି ଶବ୍ଦରେ ସମ୍ବୋଧନ କରୁ। ସେ ଆମର ପିତୃ ମାତୃ, ଅଜା ଆଈ, ଜେଜେବାପା, ଜେଜେ ମାଆ ପ୍ରମୁଖ ଜ୍ଞାତି କୁଟୁମ୍ବ ଓ ଆତ୍ମୀୟସ୍ବଜନ। ତାଙ୍କର ତ୍ୟାଗ, ଆଦେଶ ଓ ଉପଦେଶ ଆଣିଥାଏ ଅନେକ ସମ୍ଭାବନା ଓ ଦୃଢ଼ ଭବିଷ୍ୟତ। ପରେ ପରେ ଆମେ ପ୍ରତିଷ୍ଠିତ ହେଉ ସମାଜରେ ଅନେକ ଗର୍ବ ଓ ଗୌରବରେ। ରାମାୟଣରେ ବର୍ଣ୍ଣିତ ପିତୃ ସତ୍ୟ ପାଳନରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ତ୍ୟାଗ ପ୍ରାୟ ଅଳ୍ପ ବହୁତେ ସମସ୍ତେ ଜାଣିଥିବେ। ପିତୃ ମାତୃ ଓ ବୟୋଜ୍ୟେଷ୍ଠ ସଦା ବନ୍ଦନୀୟ ଓ ପୂଜନୀୟ। ମନେରଖିବାକୁ ହେବ ଯେ, ଦିନେ ନା ଦିନେ ଆମକୁ ଏ ବୟସରେ ଉପନୀତ ହେବାକୁ ପଡିବ। ଏକଥା କହିବାର ତାତ୍ପର୍ଯ୍ୟ ଯେ, ବର୍ତ୍ତମାନର ବୟସ୍କ ଲୋକମାନେ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି। ପୂର୍ବେ ଯୌଥ ପରିବାରରେ ଯେତିକି ସୁରକ୍ଷିତ ମନେକରୁଥିଲେ, ବର୍ତ୍ତମାନର ଏକକ ପରିବାରରେ ସେତିକି ଅସୁରକ୍ଷିତ ମନେକରୁଛନ୍ତି।
ଉଗ୍ରଆଧୁନିକତାବାଦର ପରିବର୍ତ୍ତନରେ ପ୍ରାୟ କିଛି ସହରାଭିମୁଖୀ ହେଉଛନ୍ତି ପିଲାଙ୍କ ପାଠପଢା ବାହାନାରେ ହେଉ ବା ଐକକେନ୍ଦ୍ରୀକ ଭାବରେ କଟକଣା ମୁକ୍ତ ଜୀବନ ବିତେଇବାକୁ ହେଉ। ବିଚରା ବାପା ମାଆ ସେଇ ଗାଁରେ ରହିଯାଉଛନ୍ତି ନିଜ ସ୍ବାଭିମାନକୁ ବଞ୍ଚାଇବା ଲାଗି। ମାସେ, ଦି ମାସେ ବା ବର୍ଷେ ଛ’ ମାସରେ ପୁଅ, ବୋହୂ, ନାତିନାତୁଣୀ ଆସୁଛନ୍ତି ନିଜର ଆତ୍ମବିନୋଦନ ପାଇଁ ନତୁବା ଅବସାଦ ମୁକ୍ତ ହେବା ପାଇଁ। ଯଦି ବାପା ମାଆ ଭିତରୁ ଜଣଙ୍କର ଅବର୍ତ୍ତମାନ ହୋଇଗଲା ତା’ହେଲେ କଥା ସରିଲା। ଯଦି ପୁଅ ଝିଅଙ୍କ ସଂଖ୍ୟା ଅଧିକ ତେବେ ଆରମ୍ଭ ହୁଏ ଏକ ବୃହତ୍‌ ଗାଣିତିକ ସୂତ୍ରର ପ୍ରୟୋଗ ଅର୍ଥାତ୍‌ କେତେ ଦିନ, କେତେ ମାସ, କୋଉ ପୁଅ ଝିଅଙ୍କ ଘରେ ରହିବେ, ନବା ଛାଡ଼ିବାର ବ୍ୟବସ୍ଥା, ଔଷଧ ଖର୍ଚ୍ଚ, ଡାକ୍ତର ଦେଖାଇବା ଖର୍ଚ୍ଚ ଇତ୍ୟାଦିକୁ ନେଇ।
ଅନେକ ବୟୋବୃଦ୍ଧ ନିଜ ପରିବାରରୁ ବେସାହାରା ହୋଇ ପରିଣତ ବୟସରେ କିଏ ରାସ୍ତା କଡରେ ଭିକ ମାଗୁଛନ୍ତି ତ କିଏ ଡାକ୍ତରଖାନା ବାରଣ୍ଡାରେ ଦିନ ବିତାଉଛନ୍ତି। ଯାହାର ଟିକେ ସମ୍ବଳ ଅଛି ସିଏ ଯାଇ ବୃଦ୍ଧାଶ୍ରମରେ ଶେଷ ଦିନ ଅତିବାହିତ କରିବା ପାଇଁ ଶ୍ରେଷ୍ଠ ମଣୁଛନ୍ତି। ମା’ ର ବାତ୍ସଲ୍ୟ ମମତା, ନିଃସ୍ବାର୍ଥପର ସେବା, ଜନ୍ମରୁ ଶୈଶବ ପାର ହେବାରେ ମା’ର ଭୂମିକା ଓ ନାନାଦି ଆର୍ଥିକ ଅଭାବ ଅନଟନରୁ ବର୍ତ୍ତି ପିଲାମାନଙ୍କୁ ଉତ୍ତମ ଶିକ୍ଷା ସହିତ ସମାଜରେ ପ୍ରତିଷ୍ଠିତ ହେବାର ମୁଖ୍ୟ ଭୂମିକା କେବଳ ବାପାଙ୍କ ବ୍ୟତୀତ ଅନ୍ୟ କେହି ହୋଇ ନ ପାରନ୍ତି। ତା’ ପ୍ରତିବଦଳରେ ସେମାନେ ପାଆନ୍ତି କ’ଣ ? ପରନ୍ତୁ ପୁଅ ଭଲ ପାଠ ପଢି ବିଦେଶରେ ଚାକିରି କରି ମୋଟା ଅଙ୍କର ଦରମା ସାଙ୍ଗକୁ ପ୍ରତିଷ୍ଠିତ ହୁଏ ସଭ୍ୟ ସମାଜରେ। ଅନ୍ଧର ଲଉଡି ପୁତ୍ର ପାଇଁ ବାର୍ଦ୍ଧକ୍ୟ ଓ ରୋଗଗ୍ରସ୍ତ ବାପା ମାଆ ହୁଅନ୍ତି ଅଲୋଡ଼ା। ଏପରି ସମସ୍ୟାର ଉତ୍ତର, କେଉଁଠି ନା କେଉଁଠି ଲୁକ୍କାୟିତ ହୋଇ ରହିଯାଉଛି। କାହାକୁ ଦାୟୀ କରିବା, ଯୌଥ ପରିବାରକୁ, ନା ଏକକ ପରିବାରକୁ, ନା ଦାୟୀ କରିବା ବୈବାହିକ ଦିନ ପରେ ଉଭୟ ପୁଅବୋହୂଙ୍କ ବଞ୍ଚିବାର ସ୍ବାଧୀନତାକୁ ନେଇ, ନା ଆମର ମାନସିକ ଚିନ୍ତାଧାରାର ଅଧପତନକୁ ନେଇ। ଏକଥା କହିବାର ତାତ୍ପର୍ଯ୍ୟ ଯେ, ପୁଅର ବିବାହ ପରେ ଘଟୁଥିବା ବାପା ବୋଉଙ୍କର ଦୁର୍ଦ୍ଦିନର ଘଟଣାବଳୀକୁ ନେଇ। ଏବେ କିନ୍ତୁ ଘଟଣା ଆହୁରି ସଙ୍ଗିନ ହେବାରେ ଲାଗିଛି। ସହଜେ ତ ମହାମାରୀ କରୋନା କବଳରେ ଆମେ ସମସ୍ତେ ଅଣନିଃଶ୍ୱାସୀ। ପ୍ରାୟ ବୟୋବୃଦ୍ଧ ବିଭିନ୍ନ ପ୍ରକାର ବୟସାଧିକ ରୋଗରେ ଆକ୍ରାନ୍ତ। ଥଣ୍ଡା ସର୍ଦ୍ଦି ତ ସାଧାରଣ କଥା। ଏପଟେ କରୋନା ଭୂତାଣୁର ତାଣ୍ଡବଲୀଳା ବୟୋଜ୍ୟେଷ୍ଠଙ୍କ ଉପରେ ବେଶି। କରୋନା କଟକଣାରେ ସାମାନ୍ୟ ଆଶ୍ୱସ୍ତି ହୋଇଥିଲେ ମଧ୍ୟ ତାଲାବନ୍ଦର ପ୍ରଭାବରୁ ବୟସ୍କମାନେ ବର୍ତ୍ତି ନାହାନ୍ତି। ନିଜ ନିଜ ବାସରେ ଗୃହବନ୍ଦୀ ଦିନ ବିତାଉଛନ୍ତି। ମହାମାରୀ ପୂର୍ବରୁ ବୟସ୍କ ଲୋକମାନେ ବିଭିନ୍ନ ସଭାସମିତି, ବଜାର ହାଟ, ମେଳା ମଉଛବ ଏପରି କି ଲାଫିଙ୍ଗ କ୍ଲବରେ ସମବୟସ୍କଙ୍କ ସହିତ ଆତ୍ମବିନୋଦନ କରୁଥିଲେ। ଚିରାଚରିତ ଢଙ୍ଗରୁ ବାହାରି ସଂକ୍ରମଣ ଭୟର କଟକଣା ମଧ୍ୟରେ ବାନ୍ଧି ହୋଇ ରହୁଛନ୍ତି। ଫଳସ୍ବରୂପ ମାନସିକ ଅବସାଦ, ଚିଡିଚିଡା ସ୍ବଭାବ ଆଦି ମୁଣ୍ଡବିନ୍ଧାର କାରଣ। ଏହି ସମୟରେ ଆମେ ସେମାନଙ୍କ ପ୍ରତି ଦୟା ଓ ସେବା ମନୋଭାବ ପ୍ରକାଶ କଲେ ସେମାନଙ୍କ ମାନସିକ ଗ୍ଲାନିରେ ଘୋର ପରିବର୍ତ୍ତନ ଆସିବା ସହିତ ହତାଶା ଭାବ ଭଳି କୋହ ସମ୍ବରଣରୁ ବଞ୍ଚିତ ହୁଅନ୍ତେ।
ବୃଦ୍ଧାବସ୍ଥାରେ ବାପା ମାଆଙ୍କର ଭରଣ ପୋଷଣ କରୁ ନ ଥିବା ପୁଅମାନଙ୍କ ପାଇଁ ଜେଲ ଜରିମାନା ଭଳି ଦଣ୍ଡାଦେଶ ଓ ଦୃଢ଼ ଆଇନର ଆଶ୍ୟକତାକୁ ଏଡାଇ ଦିଆଯାଇ ନ ପାରେ। ସାମାଜିକ ବ୍ୟାଧିରେ ପରିବର୍ତ୍ତିତ ହେବା ପୂର୍ବରୁ ଏହାର ମୂଳୋତ୍ପାଟନ ସମାଜ ମଙ୍ଗଳ ପାଇଁ ଏକ ଦିଗବାରେଣୀ ସାବ୍ୟସ୍ତ ହୁଅନ୍ତା। କଥାରେ ଅଛି ‘ବାପ ଥିଲା ପୁଅ ସଭାରେ ହାରେନା’ ନୀତିରେ ଆମେ ବୟୋଜ୍ୟେଷ୍ଠଙ୍କ ପ୍ରତି ଅସୂୟା ଭାବ ତ୍ୟାଗ କରିବା ସହିତ ମାନସିକତାର ବୈଧତାକୁ ତର୍ଜମା କରି ସକାରାତ୍ମକ ମନୋଭାବ ଆପଣେଇବା ଜନ୍ମଦାତାଙ୍କ ପ୍ରତି ମହନୀୟତା ହେବ। ଆଇନକାନୁନ୍‌ ସହିତ ମାନସିକତାର ପରିବର୍ତ୍ତନ ହିଁ ବୟୋଜ୍ୟେଷ୍ଠଙ୍କ କାରୁଣ୍ୟର ଅବସାନ ଘଟାଇବ।
ବିଶ୍ୱନାଥ କୁଟୀର, ନୀଳକଣ୍ଠପୁର, ପୁରୀ
ajayakumarnanda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri