Posted inରାଜ୍ୟ

କାମ କରୁନି ବାୟୋମେଟ୍ରିକ ଆଟେଣ୍ଡାନ୍ସ ଡିଭାଇସ୍‌; ଲାଭ ଉଠାଉଛନ୍ତି ନର୍ସିଂହୋମକୁ ଯାଉଥିବା ଡାକ୍ତର

ଅନୁଗୋଳ ଅଫିସ, ୬।୬:  ଡାକ୍ତର, କର୍ମଚାରୀଙ୍କ ଉପସ୍ଥାନ ଜାଣିବା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲଗାଯାଇଥିବା ବାୟୋମେଟ୍ରିକ ଆଟେଣ୍ଡାନ୍ସ ଡିଭାଇସ ଅଚଳ ହୋଇପଡ଼ିଛି। ଏହା କେତେଜଣ ଡାକ୍ତର ଓ କର୍ମଚାରୀଙ୍କୁ ବେଶ୍‌ ସୁହାଉଥିବା ଏବେ ମେଡିକାଲ ପରିସରରେ ଚର୍ଚ୍ଚା ହେଉଛି। ଏପରି କି ଏଠାରେ କମ୍‌ ସମୟ କାମ କରି ନର୍ସିଂହୋମକୁ ଅଧିକ ସମୟ ଦେବା ସମ୍ପୃକ୍ତ ଡାକ୍ତରମାନଙ୍କ ପାଇଁ ସହଜ ହୋଇଯାଇଥିବା କୁହାଯାଉଛି। ତେବେ ଏହାର ପ୍ରଭାବ ସିଧାସଳଖ ରୋଗୀ ସେବା ଉପରେ ପଡ଼ୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଚୁପ୍‌ ବସିଥିବାରୁ ଏ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ହେଉନାହିଁ। ତେଣୁ କାର୍ଯ୍ୟରତ ବିଭିନ୍ନ ବିଭାଗର ଡାକ୍ତରଙ୍କ ନିକଟକୁ ଅଧିକ ସଂଖ୍ୟକ ରୋଗୀ ଆସୁଛନ୍ତି। ଏପରି ସ୍ଥିତିରେ ଡାକ୍ତରମାନେ ନିୟମ ମୁତାବକ ୮ ଘଣ୍ଟା କାର୍ଯ୍ୟ କରିବା କଥା। କିନ୍ତୁ କେତେଜଣ ଡାକ୍ତର ଏଥିରେ ଖିଲାପ କରୁଛନ୍ତି। ସେମାନେ ମାତ୍ର ୩/୪ ଘଣ୍ଟା ଡ୍ୟୁଟି କରି ଅନ୍ୟତ୍ର ଚାଲିଯାଉଥିବା ବେଳେ ରୋଗୀମାନଙ୍କୁ ମଧ୍ୟ ନିଜେ କାର୍ଯ୍ୟ କରୁଥିବା କ୍ଲିନିକ, ନର୍ସିଂହୋମ, ଡାଇଗ୍ନୋଷ୍ଟିକ ସେଣ୍ଟର, ଘରୋଇ ମେଡିକାଲକୁ ପଠାଇ ଦେଉଛନ୍ତି। ଫଳରେ ମାଗଣାରେ ଚିକିତ୍ସିତ ହେବାକୁ ଆସିଥିବା ରୋଗୀଙ୍କୁ ବାହାରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ସମ୍ପୃକ୍ତ ଡାକ୍ତରମାନଙ୍କ ଏପରି ଡବଲ ବେନିଫିଟ ଯୋଗୁ ସରକାରୀ ଡାକ୍ତରଖାନାରେ ରୋଗୀସେବା ବ୍ୟାହତ ହେଉଛି। ସରକାର ଏପରି ଡାକ୍ତରମାନଙ୍କୁ ଯେତେ ତାଗିଦ କଲେ ମଧ୍ୟ ସେମାନେ ସୁଧୁରୁ ନ ଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଛି। କେତେଜଣ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ଡାକ୍ତର ଯେଉଁ ସମୟରେ ୱାର୍ଡ ପରିକ୍ରମା କରିବା କଥା ତାହା ହେଉନାହିଁ। ଫଳରେ ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଇନ୍‌ଡୋର ରୋଗୀଙ୍କୁ ନିର୍ଭର କରିବାକୁ ପଡ଼ୁଛି। ଜରୁରୀ ବେଳେ ୱାର୍ଡରେ ଡାକ୍ତରଙ୍କ ଆବଶ୍ୟକତା ପଡ଼ିଲେ ମଧ୍ୟ ଦେଖା ମିଳୁନାହିଁ।
ଏ ସମ୍ପର୍କରେ ଅନୁଗୋଳ ସିଡିଏମ୍‌ଓ ଦାୟିତ୍ୱରେ ଥିବା ଡାକ୍ତର ପ୍ରତାପ କୁମାର ବେହେରା କହିଛନ୍ତି, ଏଠାରେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ମେଶିନ ଅଚଳ ହୋଇଯାଇଥିଲା। ତଥାପି ଘଟଣାର ଅନୁଧ୍ୟାନ କରାଯିବ। ପ୍ରକୃତରେ ମେଶିନ ଅଚଳ କି ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ଖରାପ କରାଯାଇଛି ତାହା ଜଣାପଡ଼ିବା ପରେ ପ୍ରତିକାର ବ୍ୟବସ୍ଥା କରାଯିବ ବୋଲି ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri