Posted inଜାତୀୟ

ଭାରତରେ ବଢ଼ୁଛି ବାୟୁ ପ୍ରଦୂଷଣ: ବର୍ଷକୁ ନେଉଛି ଲକ୍ଷେ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ,୬ା୬: ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ଏବେ ପରିବେଶକୁ ବିଗାଡ଼ିଦେଲାଣି। ଏଥିଯୋଗୁ ପ୍ରତିବର୍ଷ ଭାରତରେ ୫ ବର୍ଷରୁ କମ୍‌ ବୟସର ପ୍ରାୟ ୧ ଲକ୍ଷ ଶିଶୁ ପ୍ରାଣ ହରାଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଦେଶରେ ୧୨.୫ ପ୍ରତିଶତ ମୃତ୍ୟୁ ଏଥିଯୋଗୁ ହେଉଥିବା ପ୍ରକାଶ। ପରିବେଶ ସମ୍ପର୍କିତ ଥିଙ୍କ ଟ୍ୟାଙ୍କ ସିଏସ୍‌ଇ’ର ଷ୍ଟେଟ୍‌ ଅଫ୍‌ ଇଣ୍ଡିଆଜ୍‌ ଏନ୍‌ଭାର୍ନମେଣ୍ଟ ରିପୋର୍ଟ କହୁଛି, ଭାରତର ପ୍ରତି ୧୦ ହଜାରରେ ୮.୫ ଶିଶୁ ୫ ବର୍ଷ ପୂରିବା ପୂର୍ବରୁ ଏଥିଯୋଗୁ ପ୍ରାଣ ହରାଉଛନ୍ତି। ଝିଅମାନଙ୍କ କ୍ଷେତ୍ରରେ ଏହି ହାର ୯.୬ ଥିବା ଦର୍ଶାଯାଇଛି। ବାୟୁ ପ୍ରଦୂଷଣକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଏପର୍ଯ୍ୟନ୍ତ ସଫଳ ରୂପ ନେଇ ନ ଥିବା ଦର୍ଶାଯାଇଛି।
ଗ୍ଲୋବାଲ୍‌ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୭ରେ ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ୧.୨ ନିୟୁତ ଲୋକ ପ୍ରାଣ ହରାଇଛନ୍ତି। ଗ୍ରୀନ୍‌ପିସ୍‌ ରିପୋର୍ଟରେ ଦେଶର ରାଜଧାନୀ ସହର ନୂଆଦିଲ୍ଲୀକୁ ଭାରତର ସବୁଠାରୁ ପ୍ରଦୂଷିତ ସହରଭାବେ ପରିଗଣିତ କରାଯାଇଛି। ତେବେ ଏହି ରିପୋର୍ଟକୁ ପୂର୍ବତନ ପରିବେଶ ମନ୍ତ୍ରୀ ତଥା ବର୍ତ୍ତମାନର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଖାରଜ କରିଛନ୍ତି। ୨୦୧୩ରୁ ଇ-ଭେହିକଲ ପ୍ରଚଳନ କରାଯାଇଥିବାବେଳେ ଉଦ୍ଦେଶ୍ୟ ପୂରଣ କରିବା କ୍ଷେତ୍ରରେ ଏହା ବହୁ ପଛରେ ପଡ଼ିଥିବା କୁହାଯାଇଛି।
ଜଳବାୟୁ ପରିବର୍ତ୍ତନ ବିଶ୍ୱ ଅର୍ଥନୀତି ଲାଗି ଏବେ ବିପଦ ସୃଷ୍ଟିକରିଛି। ଭାରତର ସବୁଜ ଗୃହ ବାଷ୍ପ ନିର୍ଗମନ ୨୦୧୦ରୁ ୨୦୧୪ ମଧ୍ୟରେ ୨୨ ପ୍ରତିଶତ ବୃଦ୍ଧି ପାଇଛି। ଶିଳ୍ପ ଓ ଶକ୍ତି କ୍ଷେତ୍ର ବୃଦ୍ଧି, ଜଙ୍ଗଲ ନିଆଁ ପରିବେଶକୁ ଅଧିକ ପ୍ରଦୂଷିତ କରିପକାଉଛି। ଏଥିପ୍ରତି ସତର୍କ ଓ ସଚେତନ ନ ହେଲେ ପରିସ୍ଥିତି ଅଧିକ ବିଗିଡ଼ିଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri