କାଜୁ ଚାରାରୋପଣ ପ୍ରହସନ

କେନ୍ଦୁଝର, ୩୦ା୪(ଡି.ଏନ.ଏ.): କେନ୍ଦୁଝର ଜିଲାରେ କାଜୁ ଚାରାରୋପଣ ଯୋଜନା ପ୍ରହସନରେ ପରିଣତ ହୋଇଛି। ଜିଲାର ବିଭିନ୍ନ ସ୍ଥାନରେ ପତିତ ଜମିରେ କାଜୁ ଚାରାରୋପଣ କରାଯାଇଥିଲା। ଏଥିପାଇଁ ସରକାରଙ୍କ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଆଶାନୁରୂପ ଭାବେ ଏହି ଯୋଜନା ସଫଳ ହୋଇନି। ଏଭଳି ଏକ ଘଟଣା ସଦର ବ୍ଲକ ବାଉରୀପଦା ପଞ୍ଚାୟତ ମନୋହରପୁର ନିକଟରେ ଦେଖିବାକୁ ମିଳିଛି। ମନୋହରପୁର ନିକଟରେ ଥିବା କେତେକ ପତିତ ଏବଂ ସରକାରୀ ଜମିରେ କାଜୁ ଚାରାରୋପଣ କରାଯାଇଥିଲା। ମୃତ୍ତିକା ସଂରକ୍ଷଣ ଏବଂ ଉଦ୍ୟାନ ବିଭାଗ ତରଫରୁ ୨ ବର୍ଷ ତଳେ ଏଠାରେ କାଜୁ ଚାରା ଲଗାଯାଇଥିଲା। ଏବେ ତାହାର ଦେଖା ଦର୍ଶନ ମିଳୁ ନ ଥିବା ଜଣାଯାଇଛି। କେତେକ ସ୍ଥାନରେ ଅଳ୍ପ ଗଛ ବଞ୍ଚିଥିବା ଦେଖାଯାଉଛି। ଏଥିପାଇଁ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri