କାଗଜକଲମରେ ସୀମିତ ପଲିଥିନ କଟକଣା : ସରକାରୀ ନାଲିଫିତା ତଳେ ଦଣ୍ଡ ବ୍ୟବସ୍ଥା

ଖଣ୍ଡପଡ଼ା,୧୮ା୯(ସ୍ବ.ପ୍ର.): ଗାଁ ହେଉ ଅବା ସହର, ପଲିଥିନର ମୋହ ତୁଟାଇ ପାରୁନାହାନ୍ତି ଗ୍ରାହକ ଓ ବ୍ୟବସାୟୀ। ବିଭିନ୍ନ ସାମଗ୍ରୀ ଆଣିବା ପାଇଁ ଗ୍ରାହକମାନେ ଘରୁ ବ୍ୟାଗ ନେବା ଦରକାର ପଡୁନି। କେତେକ ସ୍ଥାନରେ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ମନାକଲେ ମଧ୍ୟ ଗ୍ରାହକ ବାଧ୍ୟ କରୁଛନ୍ତି ପଲିଥିନରେ ସାମଗ୍ରୀ ଦେବାକୁ। ବ୍ୟବସାୟ ଦୃଷ୍ଟିରୁ ଦୋକାନୀ ବାଧ୍ୟ ହେଉଛି ପଲିଥିନ ଖଣ୍ଡେ ଦେବାକୁ। ଖଣ୍ଡପଡା ଏନ୍‌ଏସି ସମେତ ଖଳିସାହି, କଣ୍ଟିଲୋ, ବାଣପୁର, ସିଧାମୂଳା, କୋସକା, ଢୋଲମରା, କୁମ୍ଭାରପଡା, ବନମାଳୀପୁର, ଜଗନ୍ନାଥପ୍ରସାଦ ଆଦି ପଞ୍ଚାୟତ ଅଞ୍ଚଳରେ ଥିବା ବ୍ୟବସାୟ ପ୍ରତିଷ୍ଠାନରେ ପଲିଥିନର ବହୁଳ ବ୍ୟବହାର କରାଯାଉଥିବା ପରିଲକ୍ଷିତ ହେଉଛି।ଅନେକ ପରିବା ଅବା ତେଜରାତି ଦୋକାନ ମାଲିକମାନେ ପଲିଥିନରେ ସାମଗ୍ରୀ ଦେଲେ ଅଧିକ ଅର୍ଥ ଦେବାକୁ ପଡିବ ବୋଲି କହୁଥିଲେ ମଧ୍ୟ ଗ୍ରାହକ ସହମତି ପ୍ରକାଶ କରୁଛନ୍ତି। ପଲିଥିନର ଅତ୍ୟଧିକ ବ୍ୟବହାର ଯୋଗୁ ଆଉ କେହି କାଗଜ ଠୁଙ୍ଗା ପ୍ରସ୍ତୁତ କରୁ ନ ଥିବା ଜଣାଯାଇଛି। ପୂର୍ବରୁ ପଲିଥିନ ପ୍ରଚଳନ ନ ଥିବାବେଳେ କେତେକ ଲୋକ କାଗଜ ଠୁଙ୍ଗା ତିଆରି କରି ପରିବାର ପ୍ରତିପୋଷଣ କରୁଥିଲେ। ବର୍ତ୍ତମାନ ଏହି ପରିବାର ଅନ୍ୟ ପନ୍ଥା ଆପଣାଇଲେଣି। ରାଜ୍ୟ ସରକାର ୨୦୧୮ ଅକ୍ଟୋବର ୨ରୁ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି। ହେଲେ ଏହାକୁ ବିଭିନ୍ନ ସ୍ଥାନରେ ଖୋଲା ଉଲ୍ଲଂଘନ କରାଯାଉଛି। ଏଥିପ୍ରତି ଜିଲା ପ୍ରଶାସନର ମଧ୍ୟ ନଜର ରହୁ ନାହିଁ। ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥା ଓ ବ୍ୟବସାୟୀଙ୍କୁ ଜେଲ ଏବଂ ଜରିମାନା କରିବା ନିୟମ ଥିବାବେଳେ ଏହା ସରକାରୀ ନାଲିଫିତା ତଳେ ଚାପି ହୋଇ ରହିଛି। ବିପୁଳ ପରିମାଣର ପଲିଥିନ ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି। ଗାଁଠାରୁ ସହର ଏବଂ ପର୍ଯ୍ୟଟନସ୍ଥଳୀଗୁଡିକରେ କୁଢ କୁଢ ପଲିଥିନ ପଡି ରହିଥିବା ଦେଖିବାକୁ ମିଳୁଛି। ବିଶେଷକରି ସହର କିମ୍ବା ଗାଁ ଗହଳିର ବିଭିନ୍ନ ସ୍ଥାନରେ ପଡିଥିବା ଆବର୍ଜନା ମଧ୍ୟରେ ପ୍ରାୟ ୬୦ ପ୍ରତିଶତ କେବଳ ପଲିଥିନ ବୋଲି ଜଣାପଡିଛି। ନାଳ ନର୍ଦ୍ଦମାଠାରୁ ଆରମ୍ଭ କରି ଡଷ୍ଟବିନରେ କୁଢ କୁଢ ପଲିଥିନଯୁକ୍ତ ଆବର୍ଜନା। ସେହିପରି ବାହାରେ ପଡୁଥିବା ପଲିଥିନକୁ ସମ୍ପ୍ରତି ଗୋରୁ ଖାଇ ରୋଗାକ୍ରାନ୍ତ ହୋଇ ପଡୁଛନ୍ତି। ଜିଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇ ପଲିଥିନ ବ୍ୟବହାର ବନ୍ଦ କରିପାରିଲେ ପରିବେଶ ସୁରକ୍ଷିତ ରହିବା ସହ ଏଥିଯୋଗୁ ସୃଷ୍ଟି ହେଉଥିବା ଅସ୍ବାସ୍ଥ୍ୟକର ପରିବେଶରୁ ମୁକ୍ତି ମିଳିପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ, ଚଳଚଞ୍ଚଳ ଅଞ୍ଚଳ କଲୋନୀ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନିଳାଦ୍ରୀ ବିହାର ପ୍ରଥମ ଲେନରେ ପ୍ରତିବର୍ଷ ଭଳି ଚଳିତବର୍ଷ ଧର୍ମୀୟ ଭାବନା, ଭକ୍ତି ଓ ଆଧ୍ୟାତ୍ମିକ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

କୋଟିଆରେ ଓଡ଼ିଶା ପ୍ରଶାସନର ତତ୍ପରତା, ସୀମାନ୍ତର ୩ ସ୍ଥାନରେ ପୋଲିସ ପୋଷ୍ଟ ସ୍ଥାପନ

ପଟ୍ଟାଙ୍ଗି,୨୫।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ତପ୍ତତରତା ଦେଖାଇଛି ଜିଲା ପ୍ରଶାସନ । ପଡୋଶୀ ଆନ୍ଧ୍ର ରାଜ୍ୟର ସମିତି…

ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି.ତୁରୁବୁଡି ଗ୍ରାମରେ ନବରାତ୍ରୀ ଦୂର୍ଗା ପୂଜା ଅବସରରେ ପୌରାଣିକ ରାମାୟଣ ନାଟକ ମଞ୍ଚସ୍ଥ ହୋଇଯାଇଛି। ଗ୍ରାମର ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?