କାଗଜକଲମରେ ସୀମିତ ପଲିଥିନ କଟକଣା : ସରକାରୀ ନାଲିଫିତା ତଳେ ଦଣ୍ଡ ବ୍ୟବସ୍ଥା

ଖଣ୍ଡପଡ଼ା,୧୮ା୯(ସ୍ବ.ପ୍ର.): ଗାଁ ହେଉ ଅବା ସହର, ପଲିଥିନର ମୋହ ତୁଟାଇ ପାରୁନାହାନ୍ତି ଗ୍ରାହକ ଓ ବ୍ୟବସାୟୀ। ବିଭିନ୍ନ ସାମଗ୍ରୀ ଆଣିବା ପାଇଁ ଗ୍ରାହକମାନେ ଘରୁ ବ୍ୟାଗ ନେବା ଦରକାର ପଡୁନି। କେତେକ ସ୍ଥାନରେ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ମନାକଲେ ମଧ୍ୟ ଗ୍ରାହକ ବାଧ୍ୟ କରୁଛନ୍ତି ପଲିଥିନରେ ସାମଗ୍ରୀ ଦେବାକୁ। ବ୍ୟବସାୟ ଦୃଷ୍ଟିରୁ ଦୋକାନୀ ବାଧ୍ୟ ହେଉଛି ପଲିଥିନ ଖଣ୍ଡେ ଦେବାକୁ। ଖଣ୍ଡପଡା ଏନ୍‌ଏସି ସମେତ ଖଳିସାହି, କଣ୍ଟିଲୋ, ବାଣପୁର, ସିଧାମୂଳା, କୋସକା, ଢୋଲମରା, କୁମ୍ଭାରପଡା, ବନମାଳୀପୁର, ଜଗନ୍ନାଥପ୍ରସାଦ ଆଦି ପଞ୍ଚାୟତ ଅଞ୍ଚଳରେ ଥିବା ବ୍ୟବସାୟ ପ୍ରତିଷ୍ଠାନରେ ପଲିଥିନର ବହୁଳ ବ୍ୟବହାର କରାଯାଉଥିବା ପରିଲକ୍ଷିତ ହେଉଛି।ଅନେକ ପରିବା ଅବା ତେଜରାତି ଦୋକାନ ମାଲିକମାନେ ପଲିଥିନରେ ସାମଗ୍ରୀ ଦେଲେ ଅଧିକ ଅର୍ଥ ଦେବାକୁ ପଡିବ ବୋଲି କହୁଥିଲେ ମଧ୍ୟ ଗ୍ରାହକ ସହମତି ପ୍ରକାଶ କରୁଛନ୍ତି। ପଲିଥିନର ଅତ୍ୟଧିକ ବ୍ୟବହାର ଯୋଗୁ ଆଉ କେହି କାଗଜ ଠୁଙ୍ଗା ପ୍ରସ୍ତୁତ କରୁ ନ ଥିବା ଜଣାଯାଇଛି। ପୂର୍ବରୁ ପଲିଥିନ ପ୍ରଚଳନ ନ ଥିବାବେଳେ କେତେକ ଲୋକ କାଗଜ ଠୁଙ୍ଗା ତିଆରି କରି ପରିବାର ପ୍ରତିପୋଷଣ କରୁଥିଲେ। ବର୍ତ୍ତମାନ ଏହି ପରିବାର ଅନ୍ୟ ପନ୍ଥା ଆପଣାଇଲେଣି। ରାଜ୍ୟ ସରକାର ୨୦୧୮ ଅକ୍ଟୋବର ୨ରୁ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି। ହେଲେ ଏହାକୁ ବିଭିନ୍ନ ସ୍ଥାନରେ ଖୋଲା ଉଲ୍ଲଂଘନ କରାଯାଉଛି। ଏଥିପ୍ରତି ଜିଲା ପ୍ରଶାସନର ମଧ୍ୟ ନଜର ରହୁ ନାହିଁ। ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥା ଓ ବ୍ୟବସାୟୀଙ୍କୁ ଜେଲ ଏବଂ ଜରିମାନା କରିବା ନିୟମ ଥିବାବେଳେ ଏହା ସରକାରୀ ନାଲିଫିତା ତଳେ ଚାପି ହୋଇ ରହିଛି। ବିପୁଳ ପରିମାଣର ପଲିଥିନ ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି। ଗାଁଠାରୁ ସହର ଏବଂ ପର୍ଯ୍ୟଟନସ୍ଥଳୀଗୁଡିକରେ କୁଢ କୁଢ ପଲିଥିନ ପଡି ରହିଥିବା ଦେଖିବାକୁ ମିଳୁଛି। ବିଶେଷକରି ସହର କିମ୍ବା ଗାଁ ଗହଳିର ବିଭିନ୍ନ ସ୍ଥାନରେ ପଡିଥିବା ଆବର୍ଜନା ମଧ୍ୟରେ ପ୍ରାୟ ୬୦ ପ୍ରତିଶତ କେବଳ ପଲିଥିନ ବୋଲି ଜଣାପଡିଛି। ନାଳ ନର୍ଦ୍ଦମାଠାରୁ ଆରମ୍ଭ କରି ଡଷ୍ଟବିନରେ କୁଢ କୁଢ ପଲିଥିନଯୁକ୍ତ ଆବର୍ଜନା। ସେହିପରି ବାହାରେ ପଡୁଥିବା ପଲିଥିନକୁ ସମ୍ପ୍ରତି ଗୋରୁ ଖାଇ ରୋଗାକ୍ରାନ୍ତ ହୋଇ ପଡୁଛନ୍ତି। ଜିଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇ ପଲିଥିନ ବ୍ୟବହାର ବନ୍ଦ କରିପାରିଲେ ପରିବେଶ ସୁରକ୍ଷିତ ରହିବା ସହ ଏଥିଯୋଗୁ ସୃଷ୍ଟି ହେଉଥିବା ଅସ୍ବାସ୍ଥ୍ୟକର ପରିବେଶରୁ ମୁକ୍ତି ମିଳିପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri