Posted inଜାତୀୟ

କାଗଜ ଫର୍ମ ନୁହେଁ ମୋବାଇଲ ଆପ୍‌ ଦ୍ୱାରା ହେବ ଜନଗଣନା

ନୂଆଦିଲ୍ଲୀ,୮।୭: ଜଣଗଣନା ପାଇଁ ଏବେ କାଗଜ ଫର୍ମ ନୁହେଁ ମୋବାଇଲ ଆପ୍‌ର ହେବ ବ୍ୟବହାର। ପୂର୍ବରୁ କାଗଜ ଫର୍ମରେ ସୂଚନା ଏକତ୍ରିତ କରି ଏହାର ବିଶ୍ଳେଷଣ କରିବା ବହୁ କଷ୍ଟକର ହେବା ସହ ଏହାର ପ୍ରକ୍ରିୟା ମଧ୍ୟ ବହୁ ଲମ୍ବା ଧରି ଚାଲୁଥିଲା। ଫଳରେ ଏହାକୁ ସହଜ ଓ ସମୟସାପେକ୍ଷ କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ୨୦୨୧ରେ ପ୍ରାୟ ୭ ବିଲିୟନରୁ ଅଧିକ ନାଗରିକଙ୍କ ପେପରଲେସ୍‌ ଜନଗଣନା ପାଇଁ ଆଧୁନିକ ମୋବାଇଲ ଆପ୍‌ ତିଆରି କରାଯାଇଛି। ଆସନ୍ତା ବର୍ଷ ଏପ୍ରିଲରୁ ଜଣଗଣନା ଆରମ୍ଭ ହେବାକୁ ଥିବା ବେଳେ ଚଳିତ ଅଗଷ୍ଟରୁ ଏହି ଆପ୍‌ର ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯିବ। ସେହିପରି ଜଣଗଣନା କାର୍ଯ୍ୟ ପାଇଁ ଚୟନ ହୋଇଥିବା ଶିକ୍ଷକଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯିବ। ଶିକ୍ଷକଙ୍କ ମୋବାଇଲ୍‌ରେ ଏହି ଆପ୍‌କୁ ଇନ୍‌ଷ୍ଟଲ୍‌ କରାଯିବା ପରେ ଡାଟା ସଂଗ୍ରହ ପାଇଁ ସୂଚନା ଦିଆଯିବ। ହେଲେ ଏହାର ବିକଳ୍ପରେ କାଗଜ ଫର୍ମ ମଧ୍ୟ ରହିବ। ତେବେ ଅଧିକ ସଂଖ୍ୟାରେ ଲୋକେ କାଗଜ ଫର୍ମ ବଦଳରେ ମୋବାଇଲକୁ ବ୍ୟବହାର କରିବେ ବୋଲି ସରକାର ଆଶା ପୋଷଣ କରିଛନ୍ତି। କାରଣ ଏହା କେବଳ ସହଜ ନୁହେଁ ବରଂ କମ୍‌ ସମୟରେ ଅଧିକ ଡାଟା ଏକତ୍ରିତ କରାଯାଇପାରିବ। ତେବେ ଏହି କାର୍ଯ୍ୟ ପାଇଁ ୨୭ ଲକ୍ଷ ଲୋକଙ୍କୁ ନିୟୋଜିତ କରାଯିବାକୁ ଥିବା ବେଳେ ଏହା ଆରମ୍ଭ ହେବା ପୂର୍ବରୁ ସେମାନଙ୍କୁ ତାଲିମ୍‌ ଦିଆଯିବ ବୋଲି ସୂଚନା ମିଳିଛି। ୨୦୨୧ ଜଣଗଣନାରେ ଏହି ଆପ୍‌ ଦ୍ୱାରା ପ୍ରତ୍ୟେକ ନାଗରିକଙ୍କ ବିଷୟରେ ୬୦ରୁ ଅଧିକ ସୂଚନା ସଂଗ୍ରହ କରାଯାଇପାରିବ। ଘରେ ଉପଲବ୍ଧ ସୁବିଧା, ପାନୀୟ ଜଳ, ଯାନବାହନ, ବିଜୁଳି, ଧର୍ମ, ବ୍ୟବସାୟ, ଲିଙ୍ଗ, ସାକ୍ଷରତା, ମାତୃଭାଷା ଆଦି ଏହି ସୂଚନାରେ ସାମିଲ ରହିବ। ସେହିପରି ଏନ୍‌ପିଆର ପାଇଁ ଏହି ଆପ୍‌ରେ ଅଲଗା ବିଭାଗ ରହିବ। ଏଥିରେ ନାମ, ଜନ୍ମତିଥି, ପିତାଙ୍କ ନାମ, ଆଧାର, ପାସପୋର୍ଟ, ମୋବାଇଲ ନମ୍ବର, ପାନକାର୍ଡ ନମ୍ବର ଓ ମତଦାତାଙ୍କ ପରିଚୟ ପତ୍ର ସଂଖ୍ୟା ଆଦି ସାମିଲ କରାଯିବ ବୋଲି ଜଣାପଡ଼ିଛି। ଏହାପରେ ଏଥିରୁ ସଂଗ୍ରହ କରାଯାଇଥିବା ଡାଟାକୁ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟରରେ ଏଣ୍ଟ୍ରି କରାଯିବା ପରେ ନାଗରିକତା କାର୍ଡ ଜାରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର, ୭ା୯: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ…

ଖଣି ନିଲାମକୁ ନେଇ ତେଜୁଛି ବିରୋଧ, ଆନ୍ଦୋଳନ ଚେତାବନୀ ଦେଇ ଅଞ୍ଚଳବାସୀ କହିଲେ…

ଥୁଆମୂଳ ରାମପୁର,୭।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ଖଣ୍ଡୁଆଳମାଳି ପାହାଡ଼ କର୍ଲାପାଟ ବକ୍ସାଇଟ ବ୍ଲକକୁ ନେଇ ବିରୋଧ ତେଜୁଛି। ଆନୁମାନିକ ୨୪.୮…

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri