କଷ୍ଟ ଦେଉଛି କଟକଣା

ବଅଁରପାଳ, ୧ା୪(ଉପେନ୍ଦ୍ର ରାଉତ) – ଦୈନିକ କିଛି ରୋଜଗାର କଲେ ଚୁଲି ଜଳୁଥିଲା। ଛୁଆପିଲାଙ୍କ ପେଟକୁ ଦାନା ଯାଉଥିଲା। ହେଲେ ଏବେ କରୋନା କଟକଣା ଜୀବନକୁ କଷ୍ଟକର କରିଦେଇଛି। ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ହାଟ, ବଜାର ବନ୍ଦ ଥିବାରୁ ହାତ ବାନ୍ଧି ବସିବାକୁ ପଡୁଛି। ଏମିତି ଭୋକ ଦୁଃଖରେ ଆମ ଦିନ କଟୁଥିବା କହିଛନ୍ତି ବଅଁରପାଳ ବ୍ଲକ ବଳରାମପ୍ରସାଦ ପଞ୍ଚାୟତ ସିତୁରାସାହି ବାସିନ୍ଦା।
ସାହିର ପ୍ରାୟ ୫୦ ପରିବାର ପନିକି, ଚଟୁ, କଡେଇ, ବାକ୍ସ ଆଦି ବିଭିନ୍ନ ସାମଗ୍ରୀ ତିଆରି କରି ବଜାରରେ ବିକ୍ରି କରିଥାନ୍ତି। ସେଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳାନ୍ତି। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ସପ୍ତାହେ ହେଲା ସେମାନେ ଅସହାୟ ହୋଇପଡ଼ିଛନ୍ତି। ବଜାର ବନ୍ଦ ରହିଥିବାରୁ ସେମାନଙ୍କ ହାତ ତିଆରି ସାମଗ୍ରୀ ବିକ୍ରି ହୋଇପାରୁ ନାହିଁ। ରୋଜଗାରର ବାଟ ବନ୍ଦ ହୋଇଯାଇଥିବାରୁ କେମିତି ଖାଇବା ଯୋଗାଡ଼ କରିବେ ତାହାକୁ ନେଇ ଚିନ୍ତାର ପଡ଼ିଛନ୍ତି। ଏପରି କି ରାଶନ କିଣିବାକୁ କାହା ପାଖରେ ଟଙ୍କା ନାହିଁ। କିଏ ଗଣ୍ଡେ ଖାଇବାକୁ ଦେଲେ ପିଲାଙ୍କ ପେଟ ପୂରୁଛି ନ ହେଲେ ନାହିଁ। ଏମିତି ଅବସ୍ଥାରେ ସରକାର କିଛି ସାହାଯ୍ୟ କରିବାକୁ ସାହିର ମାଧବ ପ୍ରଧାନ, କୁମର ଦେହୁରୀ, ପ୍ରମିଳା ପୂର୍ତ୍ତି ପ୍ରମୁଖ ନିବେଦନ କରିଛନ୍ତି। ଏ ସମ୍ପର୍କରେ ବିଡିଓ ଏଲିଜା ମିଶ୍ର କହିଛନ୍ତି, ସେମାନଙ୍କ ପରିସ୍ଥିତି ନେଇ ଖବର ନ ଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରି ସବୁ ସୁବିଧା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ଭୋଜି ଖାଇ ବର୍ତ୍ତିଆ ଗାଁରେ ଝାଡାବାନ୍ତି; ୮୦ରୁ ଅଧିକ ଆକ୍ରାନ୍ତ, ଗାଁରେ ଡାକ୍ତରୀ ଦଳ

ଖପ୍ରାଖୋଲ, ୯।୫(ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ବର୍ତ୍ତିଆ ଗାଁରେ ବାହା ଭୋଜି ଖାଇ ୮୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…

ଭାଜପା ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହେଲେ ସୌଦାମିନୀ ଦେହୁରୀ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦେବଗଡ,୯।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଭାଜପାର ଜିଲା ମହିଳା ମୋର୍ଚ୍ଚା ସଭା ନେତ୍ରୀ ସୌଦାମିନୀ ଦେହୁରୀଙ୍କୁ ଦେବଗଡ଼ ଜିଲା ପାଇଁ ଦାୟିତ୍ୱ ମିଳିଛି। ଦାୟିତ୍ୱ ଦେଇ ଥିବାରୁ…

ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନାଁ ଘୋଷଣା କଲା ଭାଜପା: ଭୋଳି ସାହୁଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭଞ୍ଜନଗର,୯।୫(ବାବୁଲା ପ୍ରଧାନ): ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା ଐଶ୍ୱର୍ଯ୍ୟା ବିଶ୍ୱାଳ ରାଜ୍ୟର ବିଭିନ୍ନ ସାଙ୍ଗଠନିକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନାମ ଶୁକ୍ରବାର ଘୋଷଣା…

ଅବିନାଶ ନନ୍ଦଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ

ଭବାନୀପାଟଣା,୯।୫(ଉତ୍ତମ କୁମାର ଦାଶ): ଭାଜପା ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲା ପାଇଁ ଯୁବ ମୋର୍ଚ୍ଚା ଜିଲା ସଭାପତିଙ୍କ ନାମ…

ହାତୀଙ୍କୁ ଠେଙ୍ଗାରେ ପିଟିବା ସହ ହାତୀପଲଙ୍କ ଭିଡିଓ କରି ସୋସିଆଲ ମିଡିଆରେ ଛାଡିବା ପଡିଲା ମହଙ୍ଗା: ବିଳମ୍ବିତ ରାତିରେ ୨ ନାବାଳକ ଗିରଫ

ପାଟଣା, ୯।୫(ବୀର କିଶୋର ଦାଶ): ଗତ ୪/୫ଦିନ ତଳେ ୪ଟି ଦନ୍ତା ହାତୀପାଟଣା ରେଞ୍ଜ ମଲ୍ଲିପଶି ବିଟରେ ଡେରା ପକାଇ ଥିବାବେଳେ ହାତୀଙ୍କୁ ଠେଙ୍ଗାରେ ପିଟିବା, ଲାଞ୍ଜ…

ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାଁ ଘୋଷଣା: କାଞ୍ଚନ ବାଗଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା

ଭବାନୀପାଟଣା,୯।୫(ଉତ୍ତମ କୁମାର ଦାଶ): ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ବର୍ଯ୍ୟା ବିଶାଳ ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲା ପାଇଁ ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାମ…

ଗଞ୍ଜାମ ପୋଲିସ ପକ୍ଷରୁ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ: ଯୋଗ ଦେଲେ ବହୁ ସଂଖ୍ୟକ ଛାତ୍ରୀ

ଗଞ୍ଜାମ,୯।୫(ଅନାଥ ତରାଇ): ଗଞ୍ଜାମ ଥାନା ପକ୍ଷରୁ ପୋଲିସ ଓ ଜନସାଧାରଣ ବିଶେଷକରି କିଶୋର କିଶୋରୀଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଲକ୍ଷ୍ୟରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ସଫଳତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri