କଶ୍ମୀରୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା

ଅାକାର ପଟେଲ
କଶ୍ମୀରରେ ଅାମେ ଯାହା କଲୁ ତାହାର ପୂର୍ଣ୍ଣ ଅର୍ଥ କଣ ତାହା ଯଥାସମୟରେ ଜଣାପଡ଼ିବ ଏବେ ଅାମେ କହିଚାଲିଛୁ କି ଅାମେ ଯାହା କଲୁ, ତାହା କଶ୍ମୀରୀମାନଙ୍କ ସମେତ ସମଗ୍ର ଦେଶବାସୀଙ୍କ ପାଇଁ ଭଲ ଯେଉଁମାନେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତାକୁ ସହିପାରୁ ନ ଥତ୍ଲେ, ସେମାନେ ଏବେ ଖୁସି ଯେ ଦେଶର ଏକମାତ୍ର ମୁସଲମାନବହୁଳ ରାଜ୍ୟ ଏବେ ସିଧାସଳଖ ଦିଲ୍ଲୀ ଦ୍ୱାରା ଶାସିତ ଏକ କେନ୍ଦ୍ରଶାସିତ ଅଞ୍ଚଳ ଅବଶ୍ୟ ଅନ୍ୟ କେତେକ ରାଜ୍ୟକୁ ବି ସ୍ବତନ୍ତ୍ର ମାନ୍ୟତା ଦିଅାଯାଇଛି, କିନ୍ତୁ କଶ୍ମୀରକୁ ଧର୍ମ ଦୃଷ୍ଟିକୋଣରୁ ଭିନ୍ନଭାବେ ବିଚାର କରାଯାଉଥତ୍ଲା ଏହି କାରଣରୁ ଅାମ ଭିତରୁ ଅନେକେ କଶ୍ମୀରକୁ ସ୍ବତନ୍ତ୍ର ମଯର୍ୟାଦା ଦିଅାଯିବାକୁ ପସନ୍ଦ କରୁ ନ ଥତ୍ଲେ ୩୭୦ ଧାରାକୁ ଅବିକୃତ ଭାବରେ ରଖତ୍ବା ଓ ଜମ୍ମୁ-କଶ୍ମୀରକୁ ସ୍ବୟଂଶାସନ କ୍ଷମତା ଦେବା ଉଚିତ ବୋଲି କ୍ୱଚିତ୍ ଲୋକ ଭାବୁଥତ୍ଲେ ତାପରେ ଅର୍ଥନୈତିକ ଦିଗ ବି ଅଛି କଶ୍ମୀର ଓ ବିଶେଷତଃ ଶ୍ରୀନଗରରେ ଦାରିଦ୍ର୍ୟ, ନିରକ୍ଷରତା ଓ ଅନ୍ୟ ମାନବ ଉନ୍ନୟନ ସୂଚକ ସେହି ସ୍ତରର ନାହିଁ, ଯାହା ଅନ୍ୟ ରାଜ୍ୟଗୁଡ଼ିକରେ ଅଛି କଶ୍ମୀରୀମାନେ ଭାରି ଉଦ୍ୟୋଗୀ ଏବଂ ସେମାନେ କେବଳ ଭାରତର ଅନ୍ୟ ଅଞ୍ଚଳଗୁଡ଼ିକରେ ନୁହେଁ, ବିଦେଶରେ ମଧ୍ୟ ବାଣିଜ୍ୟ କରୁଥତ୍ବାର ଦେଖତ୍ବାକୁ ମିଳନ୍ତି ତେଣୁ ଏହି ରାଜ୍ୟ ଅର୍ଥନୀତି ଦୃଷ୍ଟିରୁ ପଛୁଅା ବୋଲି ଯେପରିଭାବେ କୁହାଯାଉଛି ତାହା ଠିକ୍ ନୁହେଁ ବର୍ତ୍ତମାନ ଯୁକ୍ତି ହେଉଛି ଏଣିକି ଅଣକଶ୍ମୀରୀମାନେ ଏଠାରେ ଜମି କିଣିପାରିବେ ଓ ପୁଞ୍ଜିନିବେଶ କରିପାରିବେ
ତୃତୀୟ କଥା ଯାହା କୁହାଯାଉଛି ତାହା ହେଲା ଏହା ନୂଅା ପ୍ରକାର ରାଜନୀତି ଅାଡ଼କୁ ବାଟ କଢ଼ାଇନେବ କଶ୍ମୀରୀମାନେ ସେମାନଙ୍କ ପରିବାରଭିତ୍ତିକ ଦଳଗୁଡ଼ିକଠାରୁ ମୁକ୍ତ ହୋଇଯିବେ ଏବଂ ନୂତନ ଗଣତାନ୍ତ୍ରିକ ସୁଯୋଗ ଖୋଜିନେବା ପାଇଁ ସେମାନଙ୍କୁ ଅବକାଶ ମିଳିବ ତେବେ କଶ୍ମୀରୀମାନେ କେଉଁ ପ୍ରକାର ଦଳକୁ ଭୋଟ ଦେବା ଉଚିତ ବା ଉଚିତ ନୁହେଁ, ତାହା କହିବାର ଅଧତ୍କାର ବାହାର ଲୋକମାନଙ୍କର ନାହିଁ ସତକଥା ହେଲା ଭାରତ ସରକାର କଶ୍ମୀରରେ ସ୍ବଚ୍ଛ ଓ ଅବାଧ ନିର୍ବାଚନ ପରିଚାଳନା କରିଛନ୍ତି ବୋଲି ଯଦି ଅାମେ ବିଶ୍ୱାସ କରିବା ତେବେ ଏହା ଗ୍ରହଣ କରିନେବାକୁ ହେବ ଯେ, ଯେଉଁ ଦଳଗୁଡ଼ିକ ଭୋଟରମାନଙ୍କ ବିଶ୍ୱାସ ଜିତି ପାରିଛନ୍ତି, ଅାମେ ସେହି ଦଳଗୁଡ଼ିକୁ ଗାଳିଦେଉଛୁ ବର୍ତ୍ତମାନ ସମୟରେ ସବୁଠୁ ଶକ୍ତିଶାଳୀ ଲୋକପ୍ରିୟ ଶକ୍ତି ହେଉଛନ୍ତି ବିଚ୍ଛିନ୍ନତାବାଦୀ, ଯେଉଁମାନେ ରାଜନୀତି ମୈଦାନରେ ନାହାନ୍ତି ହୁରିୟାତ୍ ଏବଂ ମୌଳବାଦୀ ଜମାତ-ଇ-ଇସଲାମୀ ସମେତ ଯେଉଁ ଦଳଗୁଡ଼ିକ ଏମାନଙ୍କ ସହ ସଂଶ୍ଳିଷ୍ଟ ସେମାନେ ଭାରତର କାଯର୍ୟାନୁଷ୍ଠାନକୁ ଅଙ୍ଗୁଳି ନିର୍ଦ୍ଦେଶ କରିପାରିବେ ଏବଂ କହିପାରିବେ ଯେ କଶ୍ମୀରୀମାନେ ଯାହା ଚାହୁଁଥତ୍ଲେ ତାହା ପାରମ୍ପରିକ ଦଳଗୁଡ଼ିକଠାରୁ ପାଇନାହାନ୍ତି ଅାମେ ଅାଶା କରୁଛୁ ଯେ ଏହି ପରିପ୍ରେକ୍ଷୀରେ ଉକ୍ତ କାଯର୍ୟାନୁଷ୍ଠାନର ଫଳାଫଳ କଣ ହେବ ସେ ବିଷୟରେ ଦିଲ୍ଲୀ ଚିନ୍ତା କରିଛି କଶ୍ମୀରୀମାନଙ୍କର ଟେଲିଫୋନ୍ ଓ ଇଣ୍ଟରନେଟ୍ ସଂଯୋଗ କାଟି ଦିଅାଯାଇଥତ୍ବାରୁ ୩୭୦ ଧାରା ଉଚ୍ଛେଦ ସହ ରାଜ୍ୟ ପାହ୍ୟା ହଟେଇ ଦିଅାଯିବାକୁ ନେଇ ସେମାନଙ୍କର ମତାମତ ଅାମେ ଏପଯର୍ୟନ୍ତ ଜାଣିପାରି ନାହୁଁ
ସାମାଜିକ ଗଣମାଧ୍ୟମରେ କଶ୍ମୀରୀମାନଙ୍କର ସ୍ବର ଯାହା ଶୁଣିବାକୁ ମିଳୁଛି, ତାହା ବିଶ୍ୱସନୀୟ ନୁହେଁ, କାରଣ ଶ୍ରୀନଗର ଓ ଅନ୍ୟ ସହରଗୁଡ଼ିକରେ ଯେଉଁମାନଙ୍କୁ ଅଟକ ରଖାଯାଇଛି, ସେମାନଙ୍କ ପାଖରେ କୌଣସି ନେଟ୍ ସଂଯୋଗ ନାହିଁ ଯେତେବେଳେ କଫୁର୍ୟ ହଟିବ ଓ ଯୋଗାଯୋଗ ବ୍ୟବସ୍ଥା ପୂର୍ବପରି ଚାଲୁ ହେବ, ସେତେବେଳେ ସାରା ଭାରତ ଓ ବିଶ୍ୱ ଜାଣିବ କଶ୍ମୀରୀମାନଙ୍କର ପ୍ରତିକ୍ରିୟା କଣ ସେମାନେ ନିଜର ନ୍ୟାଯ୍ୟ ଅଧତ୍କାର ପାଇଁ ଲଢ଼େଇ କରି ଅାସୁଛନ୍ତି ବୋଲି କହିଅାସୁଛନ୍ତି ଅାମେ ସେମାନଙ୍କୁ ପଥର ଫିଙ୍ଗାଳି ଓ ଅାତଙ୍କବାଦୀ ଭାବେ ଦେଖତ୍ଅାସୁଛୁ ଜାତିସଂଘର ପଯର୍ୟବେକ୍ଷଣ ଓ ନିଷ୍ପତ୍ତି ପରେ, ବିଶ୍ୱସମୁଦାୟ କଶ୍ମୀର ପ୍ରସଙ୍ଗରେ ସ୍ପୃହା ରଖତ୍ନାହାନ୍ତି ଭାରତ ତାର ଅାଭ୍ୟନ୍ତରୀଣ ବ୍ୟାପାରରେ କଣ ପଦକ୍ଷେପ ନେଲା, ତାହା ଉପରେ ବିଶ୍ୱସମୁଦାୟ ଉଦ୍ବେଗ ପ୍ରକାଶ କରୁନାହିଁ ଅଧତ୍କାଂଶ ସୁରକ୍ଷା ପରିଷଦ ସଦସ୍ୟଙ୍କ ସହ ଭାରତର ସୁସମ୍ପର୍କ ରହିଛି ଏବଂ ଏହା ଅାଉ ରୁଷିଅାର ଭିଟୋ ଉପରେ ନିର୍ଭର କରୁନାହିଁ ଅାମର କଫୁର୍ୟ ଓ କଶ୍ମୀରରେ ଯୋଗଯୋଗ ବିଚ୍ଛିନ୍ନ ହେବା ନେଇ ବିଶ୍ୱ କିଛି ପ୍ରତିକ୍ରିୟା ପ୍ରକାଶ କରିବ ନାହିଁ କାରଣ ସେମାନେ ତିନି ଦଶନ୍ଧି ଧରି ଏହାକୁ ଉପେକ୍ଷା କରି ଅାସିଛନ୍ତି
ଶେଷରେ ଅାତଙ୍କବାଦୀ ହିଂସା ବୋଲି ଯାହା କୁହାଯାଉଛି ତାହା ଦେଶର ତିନୋଟି ଅଞ୍ଚଳରେ ସୀମିତ: ଉତ୍ତରପୂର୍ବାଞ୍ଚଳ, ମାଓବାଦୀପୀଡ଼ିତ ଅାଦିବାସୀ ଅଞ୍ଚଳ ଏବଂ କଶ୍ମୀର ସାମ୍ପ୍ରଦାୟିକ ହିଂସା ଓ ପ୍ରତିହିଂସା ଦେଶର ଅବଶିଷ୍ଟ ଅଞ୍ଚଳରେ ଘଟୁଛି, ଯାହା ମୁଖ୍ୟତଃ ୧୯୯୨ରୁ ୨୦୦୨ ମଧ୍ୟରେ ଘଟିଥତ୍ଲା ଏସବୁ ପ୍ରସଙ୍ଗଭିତ୍ତିକ କିନ୍ତୁ ଏସବୁ ହିଂସାର ମୂଳ କାରଣ କଣ ତା ଉପରେ ଅାମ ସୁରକ୍ଷା ବିଶେଷଜ୍ଞମାନେ ବିଶେଷ ଚିନ୍ତା କରିନାହାନ୍ତି ଏ ହିଂସା କିପରି ନ ଘଟିବ ସେ ବିଷୟରେ ଚିନ୍ତା କରାଯିବା ଉଚିତ ତେବେ ୩୭୦ ଧାରା ଉଚ୍ଛେଦ ନେଇ ଯାହା କୁହାଯାଉଛି ତାହା ସକାରାତ୍ମକ, ଯଦିଚ ଏଥତ୍ପ୍ରତି ଉତ୍ସାହ ସମ୍ଭବତଃ ମଉଳିଗଲାଣି ଏହା ଉପରେ କଶ୍ମୀରବାସୀଙ୍କ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଅାମେ ଜାଣିପାରିବା ଅାମ କାଯର୍ୟାନୁଷ୍ଠାନର ପରିଣାମ କଣ ଏବଂ ଯଥାସମୟରେ ଏହାର ପୂର୍ଣ୍ଣ ଅର୍ଥ ପ୍ରକାଶ ପାଇବ
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri