କରୋନାକୁ ନେଇ ପିଟ୍‌ବୁଲଙ୍କ ନୂଆ ଗୀତ ରିଲିଜ୍‌

ଆମେରିକାନ ଫେମସ୍‌ ରାପର ପିଟ୍‌ବୁଲ ନିଜର ନୂଆ ସଙ୍ଗ୍‌ ରିଲିଜ୍‌ କରିଛନ୍ତି। ମହାମାରୀ କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଯେଉଁ ମୃତ୍ୟୁ ତାଣ୍ଡବ ସୃଷ୍ଟି କରିଛି, ତାକୁ ନେଇ ପିଟ୍‌ବୁଲ ତାଙ୍କର ନୂଆ ଅଡିଓ ସଙ୍ଗ୍‌ ତିଆରି କରିଛନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସଙ୍ଗ୍‌ରୁ ଯାହା ଆୟ ହେବ ସେସବୁ କୋଭିଡ-୧୯ର ଚିକିତ୍ସା ପାଇଁ ଦାନ କରାଯିବ। ପିଟ୍‌ବୁଲ ନିଜର ଇନ୍‌ଷ୍ଟାରେ ଏହି ଗୀତ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଏହି ଗୀତ ଦ୍ୱାରା ସାରା ବିଶ୍ୱରେ ଥିବା ବରିଷ୍ଠ ବ୍ୟକ୍ତି, ସ୍ବାସ୍ଥ୍ୟ କର୍ମୀ ଏବଂ ଛାତ୍ରଙ୍କୁ ଏହି ଭିଡିଓରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି। ଏହି ଭିଡିଓ ପୋଷ୍ଟ କରି ସେ ଆହୁରି ମଧ୍ୟ ଲେଖିଛନ୍ତି, ଏହି ସଙ୍ଗ୍‌ର ସମସ୍ତ ଆୟ ବିଶ୍ୱର ସମସ୍ତ ଚାରିଟିକୁ ଦିଆଯିବ। ପିଟ୍‌ବୁଲ ନିଜ ଇନଷ୍ଟାରେ ଶେୟାର କରିଛନ୍ତି ଯେ, ସମସ୍ତେ ଘରେ ସୁରକ୍ଷିତ ରୁହନ୍ତୁ। ଅତି ଆବଶ୍ୟକ ନ ଥିଲେ ଘରୁ ବାହାରନ୍ତୁ ନାହିଁ। ସାମାଜିକ ଦୂରତ୍ୱର ପାଳନ କରନ୍ତୁ। ଏହି ସମୟରେ ଆମେ ନ ଡରି ସତର୍କ ରହି କରୋନାକୁ ହରେଇ ପାରିବା। ସୂଚନାଥାଉ କି, କରୋନା ମହାମାରୀ ଯୋଗୁ ବିଶ୍ୱର ୨୧୦ ଦେଶ ଏବେ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୨୦ ଲକ୍ଷ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁମେ ପାଗଳ ହୋଇଯାଇଛ…ଟ୍ରମ୍ପଙ୍କ ଭର୍ତ୍ସନା ପରେ ପ୍ରଥମ ଥର ମୁହଁ ଖୋଲିଲେ ନେତାନ୍ୟାହୁ, ସକାଳର ଝଗଡ଼ା…

ଜେରୁଜେଲମ,୫।୬: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ ବାର୍ତ୍ତାଳପ ନେଇ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି । ସେ ମନ୍ତବ୍ୟ…

ବିଦ୍ୟୁତ୍‌ ବିଭାଗର ଟାଳଟୁଳ ନୀତି, ସେବାରୁ ବଞ୍ଚିତ ଗ୍ରାମବାସୀ

ଅତାବିରା,୫ା୬(ଯୁଧିଷ୍ଠିର ମହାପାତ୍ର):ଗ୍ରୀଷ୍ମ ସମୟରେ ବିଦ୍ୟୁତ କାଟ ହେବ ନାହିଁ ବୋଲି ସରକାର କହୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବରଗଡ ଜିଲା ସରଣ୍ଡା ଅଞ୍ଚଳରେ l…

ପୌରାଣିକ ନାଟକରେ ଆପତ୍ତିଜନକ ଅଭିନୟ; ଦୁଇ ଟ୍ରାନ୍ସଜେଣ୍ଡର ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ, ଥାନାରେ ମାମଲା

ଦିଗପହଣ୍ଡି,୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମରେ ମା ‘ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଗତ ମେ ୧୨ ତାରିଖରେ…

ଅବୈଧ ଧାନ ମହଜୁଦ ରଖିଥିଲେ ସୁରେଶ: ଜବତ କଲେ ଅଧିକାରୀ

ନୂଆପଡ଼ା,୫ା୬ (ମକାରୁ ବେମାଲ):ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶରେ ଧାନର ଅବୈଧ ମହଜୁଦ ଓ ଆନ୍ତଃ ରାଜ୍ୟ ଚୋରା ଚାଲାଣ ବିରୋଧରେ ଜିଲା ପ୍ରଶାସନ ପକ୍ଷରୁ ଯାଞ୍ଚ…

ଦୀର୍ଘକାଳୀନ ଶକ୍ତି ଭାଗୀଦାରି ନେଇ ଭାରତ, ଭେନେଜୁଏଲା ସଙ୍କଳ୍ପବଦ୍ଧ

ନୂଆଦିଲ୍ଲୀ,୫।୬(ପି.ଟି.): ଭାରତ ଓ ଭେନେଜୁଏଲା ନିଜର ଆବଶ୍ୟକତାକୁ ପୂରଣ କରିବା ଲାଗି ଏକ ଦୀର୍ଘକାଳୀନ ଶକ୍ତି ଭାଗୀଦାରି ଗଠନ କରିବାକୁ ଗୁରୁବାର ସଂକଳ୍ପବଦ୍ଧ ହୋଇଛନ୍ତି । ପ୍ରଧାନମନ୍ତ୍ରୀ…

ଲୋକ ସଭାରେ କଂଗ୍ରେସଠାରୁ ଅଲଗା ବସିବ ଡିଏମ୍‌କେ, ମିଳିଲା ସଂସଦୀୟ ସଚିବାଳୟର ମଞ୍ଜୁରୀ

ନୂଆଦିଲ୍ଲୀ,୫।୬(ପି.ଟି.):ଦୀର୍ଘ ଦିନର ସହଯୋଗୀ କଂଗ୍ରେସ ସହ ସମ୍ପର୍କ ଛିନ୍ନ ହେବା ପରେ ଲୋକ ସଭାରେ କଂଗ୍ରେସ ଏମ୍‌ପିମାନଙ୍କଠାରୁ ଅଲଗା ଆସନରେ ବସିବା ପାଇଁ ଡିଏମ୍‌କେକୁ ସଂସଦୀୟ ସଚିବାଳୟ…

ଭାରତକୁ ଧୋକା ଦେଲେ ପୁଟିନ! ପାକିସ୍ତାନକୁ ପ୍ରଶଂସାରେ ପୋତି ପକାଇ କହିଲେ…

ନୂଆଦିଲ୍ଲୀ,୫।୬: ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିବା ସହିତ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ପାକିସ୍ତାନ ସହିତ ସମ୍ପର୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ଛତ୍ରପୁର ମହୋତ୍ସବର ଚତୁର୍ଥ ସନ୍ଧ୍ୟା, ବଲିଉଡ କଣ୍ଠଶିଳ୍ପୀ ସଚେତ-ପରମ୍ପରା ଓ ଶୈଳେନ୍ଦ୍ରଙ୍କ ଡ୍ୟାନ୍ସରେ ଦର୍ଶକ ମନ୍ତ୍ରମୁଗ୍ଧ

ଛତ୍ରପୁର,୫।୬(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri