କରୋନାକୁ ଡର ନାହିଁ: ପ୍ଲେଗ ସମୟରେ ଡାକ୍ତର ନ ଥିଲେ ଏବେ ଡାକ୍ତର ଅଛନ୍ତି

ଲକ୍ଷ୍ନୌ,୧୬।୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଭୟଭୀତ ହୋଇଯାଇଥିବା ବେଳେ ଏବେ ଜଣେ ୧୨୦ ବର୍ଷର ବୃଦ୍ଧା ସମସ୍ତଙ୍କୁ ସାହାସ ଯୋଗାଇଛନ୍ତି। ଉତ୍ତରପ୍ରଦେଶ ବାନ୍ଦାର ଉତ୍ତରରେ ରହୁଥିବା ୧୨୦ ବର୍ଷ ବୟସ୍କା ବୃଦ୍ଧା ଜନିଆ ଦେବୀ କହିଛନ୍ତି ଦେଶରେ ଯେତେବେଳେ ପ୍ଲେଗ ମହାମାରୀର ରୂପ ନେଇଥିଲା ସେତେବେଳେ ଏତେ ସଂଖ୍ୟାରେ ଡାକ୍ତର ନ ଥିଲେ। ହେଲେ ଏବେ ବହୁ ସଂଖ୍ୟାରେ ଡାକ୍ତର ଥିବାରୁ କରୋନାକୁ ଡରିବାର ନାହିଁ ବୋଲି ସେ କହିଛନ୍ତି। ତାଙ୍କ ମତରେ ଏବେ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଅନେକ ଡାକ୍ତର ଅଛନ୍ତି। ତେବେ ପ୍ଲେଗ ରୋଗରେ ସେ ତାଙ୍କ ସ୍ବାମୀ, ପିତା ଓ ଅନ୍ୟ ପରିଜନଙ୍କ ସମେତ ୧୧ ଜଣଙ୍କୁ ହରାଇ ଭାଙ୍ଗି ପଡିଥିଲେ ସତ। ହେଲେ ଏବେ ତାଙ୍କର ୩ ପିଢିର ପରିବାରର ପାଇଁ ସେ ଯେମିତି ସାହସ ଯୋଗାଇଛନ୍ତି। ୧୨୦ ବର୍ଷର ଏହି ବୃଦ୍ଧାଙ୍କ ମାନସିକ ସ୍ଥିତି ଠିକ ଥିବାରୁ ଆଉ ତାଙ୍କର ଏହି ସାହସ ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି କୁହାଯାଉଛି। ଜନିଆ ଦେବୀ କୁହନ୍ତି ଯେତେବେଳେ ପ୍ଲେଗ ମହାମାରୀର ରୂପ ନେଲା ସେତେବେଳେ ଲୋକେ ଭୟଭୀତ ହୋଇଯାଇଥିଲେ। କାରଣ ଘରୁ ଗୋଟିଏ ମୃତଦେହ ସଂସ୍କାର କରି ଆସିବା ସମୟରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଉଥିଲା। ଏମିତିକି ଜାଳେଣୀର ଅଭାବ ପଡିବାରୁ ଅଧିକାଂଶ ଲୋକଙ୍କୁ ପୋତି ଦିଆଯାଉଥିଲା। ଏଭଳି ପରିସ୍ଥିତିକୁ ଦେଖି ଜନିଆ ଦେବୀ ନିଜ ବଡ଼ ଝିଅକୁ ସାଙ୍ଗରେ ଧରି ଜଙ୍ଗଲକୁ ଚାଲି ଯାଇଥିଲେ। କିଛଦିନ ପରେ ପରିସ୍ଥିତି ଠିକ୍‌ ହେବାରୁ ସେ ଦ୍ୱିତୀୟ ବିବାହ କରିଥିଲେ। ଏବେ ସେ ତାଙ୍କ ଦ୍ୱିତୀୟ ସ୍ବାମୀଙ୍କ ପିଲାମାନଙ୍କ ପାଖରେ ଥିବା ବେଳେ ତାଙ୍କ ବଡଝିଅଙ୍କ ବୟସ ୧୦୦ ବର୍ଷ ଅତିକ୍ରମ କରି ଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ରାଏବରେଲି, ଆମେଠିକୁ ନେଇ କଂଗ୍ରେସର ସସପେନ୍ସ କହୁଛି ଅନେକ କଥା

ନୂଆଦିଲ୍ଲୀ,୨।୫: ଉତ୍ତରପ୍ରଦେଶର ଆମେଠି ଏବଂ ରାଏବରେଲି ଲୋକ ସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟାକୁ ମାତ୍ର ଦୁଇ ଦିନ ବାକି ଅଛି, କିନ୍ତୁ ଏହି...

‘ଟିଏମସି ଅପେକ୍ଷା ଭାଜପାକୁ ଭୋଟ୍ ଦେବା ଭଲ’ କହିଲେ ଅଧୀର ରଞ୍ଜନ ଚୌଧୁରୀ, କଂଗ୍ରେସ ଦେଲା ପ୍ରତିକ୍ରିୟା

କୋଲକାତା,୧ା୫: କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ବୁଧବାର ପଶ୍ଚିମବଙ୍ଗରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ତୃଣମୂଳ କଂଗ୍ରେସକୁ ଭୋଟ୍ ଦେବା ଅପେକ୍ଷା...

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିମ୍ବଲ ଲୋଡିଂ ୟୁନିଟ୍ ଗୁଡ଼ିକର ସଂରକ୍ଷଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ

କୋଲକାତା,୧ା୫: ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି ।...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

‘କାଲି ସୁଦ୍ଧା ରାହୁଲ ଗାନ୍ଧୀ ଆମେଠିରୁ ନିଜ ନାମ ଘୋଷଣା ନ କଲେ ଆତ୍ମହତ୍ୟା କରିବି’

ନୂଆଦିଲ୍ଲୀ,୧।୫: କଂଗ୍ରେସ ଆମେଠୀ ଆସନରୁ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାକୁ ନେଇ ଦଳର ନେତାଙ୍କ ସହ କର୍ମୀମାନେ ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି। ରାହୁଲ ଗାନ୍ଧୀ...

ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri