କରୋନା ସଂକ୍ରମଣ ଓ ଶିଶୁଙ୍କ ସୁରକ୍ଷା

ଶୁଭନାରାୟଣ ଶତପଥୀ

ସାରା ପୃଥିବୀରେ କରୋନାଜନିତ ଭୟଙ୍କର ପ୍ରଭାବ ଦେଖିବାକୁ ମିଳୁଛି। କରୋନାକୁ ନେଇ ଜନସାଧାରଣଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେଥିରୁ ଶିଶୁମାନେ କେମିତି ବାଦ୍‌ ପଡିବେ। ଶିଶୁମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ଆଶଙ୍କାରେ ପିତାମାତାମାନେ ଭୟଭିତ ହେଉଛନ୍ତି।
ଶିଶୁମାନଙ୍କୁ ଛାଡି ପିତାମାତା, ଅଭିଭାବକର ସଂଜ୍ଞା ମୂଲ୍ୟହୀନ। ସାଧାରଣତଃ ଶିଶୁ ଏସବୁ କିଛି ବୁଝେନା।
ସେ କରୋନାକୁ ଜାଣେନା କି ତା’ର ଭୟାବହତାକୁ ଉପଲବ୍ଧି କରେନା। ସେ କେବଳ ଜାଣେ ତା’ର ସୁରକ୍ଷାର ବଳୟ ପିତାମାତାଙ୍କୁ ଓ ଉପଲବ୍ଧି କରେ ପରିବାରର ସ୍ନେହସରାଗ, ଶ୍ରଦ୍ଧାବୋଳା ବନ୍ଧନକୁ। କିଛି ଚପଳମତି ଶିଶୁମାନେ ଲକ୍‌ଡାଉନ୍‌ କରୋନାକୁ ଗୋଟିଏ ରୋଗ ବୋଲି ଭାବୁଥିବାବେଳେ ଓ ଲକ୍‌ଡାଉନ୍‌କୁ ଏକ ପର୍ବ ବୋଲି ଭାବନ୍ତି। କାରଣ ବିଦ୍ୟାଳୟ ଛୁଟି ହେବା ଓ ପରିବାର ସହ ସମୟ ବିତାଇବାର କ୍ଷଣ ସେମାନଙ୍କୁ ଦିଏ ଅପାର ଆନନ୍ଦ। ସେ ଚାହାନ୍ତି ଏମିତି ଲକ୍‌ଡାଉନ୍‌ ଲାଗିରହୁ ଓ ବିଦ୍ୟାଳୟ ବନ୍ଦ ଥାଉ। ଏହା କବଳ ସେମାନଙ୍କର ଚପଳତା ଓ ଅପରିପକ୍ୱତା ଛଡା ଅନ୍ୟ କିଛି ନୁହେଁ।
ଅପରପକ୍ଷରେ କିଛି ଅଭିଭାବକ କୁହନ୍ତି ଶିଶୁମାନେ ଦିନସାରା ଘରେ ରହିବା ମୁଣ୍ଡବିନ୍ଧାର କାରଣ। ପିଲାଏ ଘରେ ରହିଲେ ପିତାମାତା, ପରିବାର ଲୋକେ ଟେନ୍‌ସନ, ସେପଟେ ପାଠପଢା ପଛେଇଯିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ବି ଟେନ୍‌ସନ। ସବୁଠୁ ବଳିଯାଉଛି ବସ୍ତି, ଗଳିରେ ରହୁଥିବା ପିଲାଙ୍କ ଅବସ୍ଥା। ପିତାମାତା ବା ଅଭିଭାବକଙ୍କ ମାର୍ଗଦର୍ଶନର ଅଭାବରୁ ପିଲାଙ୍କ ମାନସିକ ଅବସାଦ ବଢୁଛି। ବିରକ୍ତି, ଚିଡିଚିଡାପଣ ନ ଦେଖାଇ ଧୀର, ଧୈର୍ଯ୍ୟ, ସମ୍ବେଦନଶୀଳତାର ସହ ପରିବାରରେ ଶିଶୁମାନଙ୍କୁ ଲାଳନପାଳନ କରିବା ଉଚିତ। ସରକାର ସବୁବର୍ଗର ଲୋକ, ଶିଶୁଙ୍କୁ ସୁରକ୍ଷା ସେବା ଯୋଗାଉଥିଲେ ହେଁ ଲକ୍‌ଡାଉନ୍‌, ରୋଜଗାର ବନ୍ଦ, ଜୀବନର ମାନ୍ଦାବସ୍ଥାକୁ ନେଇ ଅଧୈର୍ଯ୍ୟ ଓ ଚିନ୍ତିତ ହୋଇପଡୁଥିବା ଅଭିଭାବକ ଓ ଏହାର ଫାଇଦା ହାସଲ ପାଇଁ ଚେଷ୍ଟା କରୁଥିବା ଦଲାଲଙ୍କ ପ୍ରଭାବରେ ଶିଶୁଚାଲାଣ, ବିକ୍ରି, ବାଲ୍ୟ ବିବାହ, ଅପପୁଷ୍ଟି ଆଦି ଦୁର୍ଯୋଗକୁ ଏଡାଇ ଦିଆଯାଇ ନ ପାରେ। ଯଦିଓ ଏପରି ଘଟଣା ଏପର୍ଯ୍ୟନ୍ତ ସାମ୍ନାକୁ ଖୁବ୍‌ କମ୍‌ ଆସୁଛି ତଥାପି ଏ ଦୀର୍ଘ ଲଢେଇ ଅବଧି ମଧ୍ୟରେ ଏହାର ସଂଖ୍ୟାତ୍ମକ ବୃଦ୍ଧିକୁ ଅଣଦେଖା କରାଯାଇ ନ ପାରେ।
ତେବେ ଘରେ ଲକ୍‌ଡାଉନ୍‌ର ସମୟକୁ ସଦ୍‌ବିନିଯୋଗ ପାଇଁ ସଚେତନତା, ତପତ୍ରତା, ପ୍ରତିଯୋଗିତା, ମନୋରଞ୍ଜନର ପ୍ରତିବଦ୍ଧତା ସହ ସବୁ ପ୍ରକାର ସୃଷ୍ଟି କରାଯାଉଥିଲେ ହେଁ ପାରିବାରିକ ଅଶିକ୍ଷା, ଅଜ୍ଞତା, ମନୋମାଳିନ୍ୟ, ଗରିବୀ ଆଦି କାରଣ ଏସବୁର ସଫଳତା ପାଇଁ ପ୍ରତିବନ୍ଧକ ହୋଇ ଠିଆ ହୋଇଛି। ଚାଇନାର ପ୍ରାୟ ଦୁଇହଜାର ଶିଶୁଙ୍କୁ ନେଇ କରାଯାଇଥିବା ଅଧ୍ୟୟନରୁ ଜଣାଯାଏ ଯେ, କରୋନାର ଲକ୍ଷଣ ଶିଶୁମାନଙ୍କଠାରେ ଖୁବ୍‌ କମ୍‌ ପରିଲକ୍ଷିତ ହେଉଥିବା ବେଳେ ମଧ୍ୟ ସଂକ୍ରମଣର ଭୟ ବେଶି ରହିଛି। ଏଣୁ ଶିଶୁମାନଙ୍କ ଗତିବିଧି, ଚାଲିଚଳନ, ଖେଳିବା, ଅନ୍ୟମାନଙ୍କ ସହ ମିଶିବା ଆଦି ପ୍ରତି ଅଭିଭାବକମାନେ ବେଶ୍‌ ସଚେତନ ହେବାର ଆବଶ୍ୟକତା ରହିଛି। ଘରେ ଥିବା ଜେଜେବାପା, ଜେଜେମା’ଙ୍କ ସହ ଶିଶୁମାନଙ୍କର ସମ୍ପର୍କ, ମିଳାମିଶା ଅଧିକ। ଭାରତରେ ପାରିବାରିକ ବନ୍ଧନ ଏତେ ଦୃଢ ଯେ, ପରିବାର ସଦସ୍ୟଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷାକରିବା କାଠିକର ପାଠ। ସେହିପରି ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ, ପୋଲିସ ଆଦି କରୋନା ଯୋଦ୍ଧାମାନେ ପରିବାରରେ ପିତାମାତା, ଅଭିଭାବକର ଭୂମିକା ବି ନିର୍ବାହ କରନ୍ତି। ସେମାନେ ନିଜକୁ ନିଜର ଶିଶୁମାନଙ୍କ ଠାରୁ ଦୂରେଇ ରଖୁଛନ୍ତି। ଏହା ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ। ଏଘଟଣା ଭାବାବେଗକୁ ଆଘାତ ପହଞ୍ଚାଉଥିଲେ ମଧ୍ୟ ଶିଶୁଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନେ କାଯର୍‌ୟକରୁଛନ୍ତି। ଏପରିସ୍ଥଳେ ପଡୋଶୀ ଓ ଘରମାଲିକମାନଙ୍କର ମାନବିକତା ଓ ସହଯୋଗ ଏକାନ୍ତ କାମ୍ୟ। ଏହାଛଡା ବାହାର ରାଜ୍ୟରୁ ଆସି ଏଠାରେ ଶ୍ରମିକ ବୃତ୍ତିରେ ନିୟୋଜିତ ଥିବା ପିତାମାତାମାନେ ସେମାନଙ୍କ ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା ପ୍ରତି ବିଶେଷ ଯତ୍ନବାନ ହେବା ଆବଶ୍ୟକ। ସେହିପରି ଦାଦନ, ଯାଯାବର ଗୋଷ୍ଠୀଙ୍କ ପାଖରେ ଥିବା ଶିଶୁମାନଙ୍କର ଲାଳନପାଳନ, ସର୍ବବିଧ ବିକାଶର ଧ୍ୟାନ ଦେଇ ଥଇଥାନ କରୁଛନ୍ତି ସରକାର। ପ୍ରତିବଦଳରେ ସେହି ପିତାମାତା ମଧ୍ୟ ସଚେତନ ହୋଇ ନିଜ ଶିଶୁମାନଙ୍କର ଅଧିକାର, ସୁରକ୍ଷା ପାଇଁ ଯତ୍ନବାନ ହେବା ଜରୁରୀ। ଏ ସମୟକୁ ଏକ ସୁଯୋଗ ଓ ଆଶୀର୍ବାଦ ରୂପେ ଗ୍ରହଣକରି ଶିଶୁମାନଙ୍କ ସହ ବିତାଇଲେ ସେମାନଙ୍କର ଶାରୀରିକ, ମାନସିକ ବିକାଶକୁ ପରିପୁଷ୍ଟ କରିହେବ। ନଚେତ୍‌ ଶିଶୁ ଚୋରି, ଅପପୁଷ୍ଟି, ସଂକ୍ରମଣର ଆଶଙ୍କା ବେଶି ଦେଖାଦେବ। ସେହିପରି ଅନେକ ଶିଶୁ ଯତ୍ନ ଅନୁଷ୍ଠାନରେ ମଧ୍ୟ ରହୁଛନ୍ତିି। ସେମାନଙ୍କର ଉପଯୁକ୍ତ ସେବା ଯତ୍ନ ସରକାରୀ ଓ ବେସରକାରୀ ସଂଗଠନମାନଙ୍କ ଦ୍ୱାରା ନିଆଯାଉଛି। ଦେଖାଯାଉଛି ଏସବୁ ଅନୁଷ୍ଠାନ ସଂକ୍ରମଣ ପ୍ରତି ବେଶ୍‌ ସତର୍କତା ଅବଲମ୍ବନ କରିବା ସହ ସାମାଜିକ ଦୂରତ୍ୱ, ସ୍ବଚ୍ଛତା ରକ୍ଷା କରୁଛନ୍ତି। ଶିଶୁମାନଙ୍କ ହାତଧୁଆ, ବ୍ୟକ୍ତିଗତ ପରିଚ୍ଛନତା, ଅଭ୍ୟାସ ଆହୁରି ଦୃଢ ହେବାରେ ଲାଗିଛି। ଭବିଷ୍ୟତ ପାଇଁ ଏହା ଏକ ଉତ୍ତମ ଲକ୍ଷଣ। ପରିବାରରେ ଥିବା ଶିଶୁମାନଙ୍କ ମଧ୍ୟରେ ଏପରି ଅଭ୍ୟାସ ବୃଦ୍ଧି କରିବା ଉଚିତ। ଦାନ, ଦେଖା, ଦୟା ଆଦିର ଆଳ ନେଇ ଏପରି ଅନୁଷ୍ଠାନଗୁଡିକ ପାଖକୁ କୌଣସି ବ୍ୟକ୍ତି ଏପରି କି ପିତାମାତା ବାରମ୍ବାର ଯିବାଆସିବା କରିବା ଉଚିତ ନୁହେଁ, ଯାହା ସେଠାରେ ସଂକ୍ରମଣର ସୁରକ୍ଷା ବଳୟକୁ ଦୁର୍ବଳ କରିବ। ଶିଶୁମାନଙ୍କ ଭିତରେ ସୃଜନଶୀଳତାର ପରିପ୍ରକାଶ ଘଟାଇବା ତଥା ସମୟର ସଦ୍‌ବିନିଯୋଗ ପାଇଁ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ମୋ ପ୍ରତିଭା ଭଳି ଅନେକ କାଯର୍‌ୟକ୍ରମ ବେଶ୍‌ ପ୍ରଶଂସନୀୟ ଓ ଆଦୃତ ହୋଇଛି। ବର୍ତ୍ତମାନ ଶିକ୍ଷା, ସୃଜନଶୀଳତା, ସଚେତନତା, କର୍ମଶାଳା ସବୁ ଅନ୍‌ଲାଇନ ଓ ଇଲେକ୍ଟ୍ରୋନିକ୍ସ ପଦ୍ଧତି ଦ୍ୱାରା ସଂପାଦିତ ହେଉଥିବାରୁ ଶିଶୁମାନଙ୍କ ଭିତରେ ସୂଚନା ପ୍ରଯୁକ୍ତି ବିଦ୍ୟାଜନିତ ଜ୍ଞାନ ବୃଦ୍ଧି ହେବାରେ ସହାୟକ ହେବ।
ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ, ସେବା ପ୍ରଦାନକାରୀ ସମସ୍ତ କର୍ମକର୍ତ୍ତା ତପତ୍ର ହୋଇ ଶିଶୁମାନଙ୍କ ସ୍ବାର୍ଥକୁ ସୁରକ୍ଷା ପ୍ରଦାନ କରି କାଯର୍‌ୟ କଲେ ଭିନ୍ନ ଭିନ୍ନ ସ୍ଥିତିରେ ଥିବା ଶିଶୁମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା କରାଯାଇପାରିବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri