Posted inଖେଳ

କରୋନା ଭାଇରସ୍‌: ସାମୟିକ ଡୋପ୍‌ ଟେଷ୍ଟ କରିବନି ଚିନାଡା

ଲାଉସାନେ, ୩ା୨ (ଏଏଫ୍‌ପି)-ଟୋକିଓ ଅଲିମ୍ପିକ୍ସ ୬ମାସରୁ କମ୍‌ ସମୟ ରହିଥିବା ବେଳେ କରୋନା ଭାଇରସ ପାଇଁ ଚାଇନାର ଷ୍ଟେଟ୍‌ ଆଣ୍ଟି ଡୋପିଂ ଏଜେନ୍ସି (ଚିନାଡା)କୁ ସାମୟିକ ଭାବେ ଡୋପ୍‌ ଟେଷ୍ଟିଂରୁ ସସ୍‌ପେଣ୍ଡ କରାଯାଇଛି। ଇଣ୍ଟରନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) ତରଫରୁ ସୋମବାର ଏ ବିଷୟରେ ସୂଚନା ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଏହି ଦେଶରେ ଡୋପ୍‌ ଟେଷ୍ଟ ତୁଳନାରେ ସାର୍ବଜନିକ ସ୍ବାସ୍ଥ୍ୟ କାର୍ଯ୍ୟକଳାପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଲିମ୍ପିକ୍ସ ଜୁଲାଇ ୨୪ରୁ ଆରମ୍ଭ ହେବ। ଚାଇନାରେ କରୋନା ଭାଇରସ ଜନିତ ସମସ୍ୟାର ଅବସାନ ଘଟିବା ମାତ୍ରେ ଚିନାଡା ଶୀଘ୍ର ପୂର୍ବଭଳି କାର୍ଯ୍ୟାରମ୍ଭ କରିବ ବୋଲି ଆଇଟିଏ ପ୍ରକାଶ କରିଛି। ଚାଇନିଜ କର୍ତ୍ତୃପକ୍ଷ ସୋମବାର ଦେଇଥିବା ସୂଚନା ଅନୁସାରେ କରୋନା ଭାଇରସ ସଦସ୍ୟ ୫୭ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଏହି ଭାଇରସରେ ମୃତ୍ୟୁ ସଂଖ୍ୟା ୩୬୦କୁ ବୃଦ୍ଧି ପାଇଛି। ଗତବର୍ଷ ଶେଷ ଭାଗରେ ଚାଇନାର କେନ୍ଦ୍ରାଞ୍ଚଳ ସହର ଉହାନରେ ପ୍ରଥମେ ଏହି ଭୂତାଣୁକୁ ଠାବ କରାଯାଇଥିଲା। ପଶୁଙ୍କ ଶରୀରରୁ ଆସିଥିବା କୁହାଯାଉଥିବା ଏହି ଭୂତାଣୁ ଇତିମଧ୍ୟରେ ୨୪ରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପିଛି। କରୋନା ଭୂତାଣୁ ଆତଙ୍କ ଯୋଗୁ ଚାଇନାରେ ଅନେକ କ୍ରୀଡ଼ା ଇଭେଣ୍ଟକୁ ବାତିଲ କରାଯାଇଛି। ସମସ୍ତ ଘରୋଇ ଫୁଟ୍‌ବଲକୁ ସସ୍‌ପେଣ୍ଡ କରାଯାଇଛି। ବାତିଲ ଅବା ସ୍ଥଗିତ ରଖାଯାଇଥିବା ଇଭେଣ୍ଟଗୁଡ଼ିକ ମଧ୍ୟରେ ରହିଛି ଓ୍ବାଲର୍‌ଡ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିୟନଶିପ୍‌, ଟୋକିଓ ଅଲିମ୍ପିକ୍ସ ବକ୍ସିଂ ଓ ମହିଳା ବାସ୍କେଟବଲ କ୍ୱାଲିଫାୟର୍ସ ଏବଂ ସାଇକ୍ଲିଂର ଟୁର୍‌ ଅଫ୍‌ ହେନାନ୍‌। ଚାଇନା ଓପନ ସ୍ନୁକର, ଚାଇନା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଏବଂ ଏଲପିଜିଏ ବ୍ଲୁ ବେ’ ଗଲ୍ଫ ଟୁର୍ନାମେଣ୍ଟ। ମାର୍ଚ୍ଚ ୨୧ରେ ହେବାକୁଥିବା ଚାଇନିଜ୍‌ ଫୁର୍ମଲା ଇ’ ଗ୍ରାଁପ୍ରିର ଆୟୋଜନ ନ କରିବାକୁ ରବିବାର ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?