କରୋନା ଭାଇରସ: ଯେ କୌଣସି ଅଙ୍ଗକୁ କରିପାରେ ଆକ୍ରାନ୍ତ, ହୃଦରୋଗୀଙ୍କ ପାଇଁ ଅଧିକ ବିପଦ

ଜୁରିଚ୍‌,୨୩।୪: କରୋନା ଭାଇରସ କେବଳ ଫୁସ୍‌ପୁସ୍‌କୁ ନୁହେଁ ରକ୍ତ ମାଧ୍ୟମରେ ଖୁବ୍‌ଶୀଘ୍ର ଅନ୍ୟ ଅଙ୍ଗକୁ ମଧ୍ୟ ସଂକ୍ରମଣ କରିପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ସ୍ବିଜରଲାଣ୍ଡର ଜୁରିଚ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ମତ ଦେଇଛନ୍ତି। କରୋନା ଭାଇରସ ଶରୀରର ଯେ କୌଣସି ଅଙ୍ଗରେ ରକ୍ତ ପହଞ୍ଚାଉଥିବା ରକ୍ତବାହୀ ଉପରେ ସିଧାସଳଖ ଆକ୍ରମଣ କରିପାରେ ବୋଲି କୁହାଯାଉଛି। ଫଳରେ ଏହା ଶରୀରର ଯେ କୌଣସି ଅଙ୍ଗକୁ କ୍ଷତି ପହଞ୍ଚାଇପାରେ ଏବଂ ଏହା ଉଚ୍ଚ ରକ୍ତଚାପ, ଡାଇବେଟିସ, ମେଦବହୁଳତା, ହୃଦ୍‌ରୋଗ ଥିବା ବ୍ୟକ୍ତିଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। କରୋନା ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତବାହୀକୁ ଦେଖିବା ପରେ ଏହା କ୍ଷତିଗ୍ରସ୍ତ ଥିବା ଜଣାପଡିଛି। ଏହାର କାରଣ ହେଉଛି ACE2 ରିସେପ୍ଟର ଏନଜାଇମ। ଏହି ଏନଜାଇମ ଫୁସଫୁସ, ଧମନୀ, କିଡ୍‌ନୀ ଓ ହୃତପିଣ୍ଡରେ ମିଳିଥିବାରୁ ଏହା ଖୁବ୍‌ଶୀଘ୍ର ସଂକ୍ରମିତ ହୁଏ ବୋଲି କୁହାଯାଉଛି। ଅଟୋପ୍ସସି ରିପୋର୍ଟ କହିଛି ପ୍ରଥମରୁ ଯେଉଁମାନେ ଉଚ୍ଚ ରକ୍ତଚାପ, ଡାଇବେଟିସ, ମେଦବହୁଳତା, ହୃଦ୍‌ରୋଗରେ ପୀଡିତ ଥିବେ ସେମାନଙ୍କ ରକ୍ତବାହୀ ଦୁର୍ବଳ ଥିବାରୁ ସେମାନଙ୍କ ନିକଟରେ କରୋନା ସହଜରେ ସଂକ୍ରମିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ସଡ଼କ ଦୁର୍ଘଟଣା: ଗଛକୁ ପିଟିଲା ବସ୍‌, ଆଉ ତା’ପରେ..

ଆନନ୍ଦପୁର,୪/୭(ସୁଶାନ୍ତ କୁମାର ସାହୁ): ଆନ୍ଦପୁରେ ଭୟାବହ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୨ ଜଣ ଗୁରୁତର…

ପରିବେଶ ସୁରକ୍ଷାରେ ଉତ୍ସର୍ଗୀକୃତ ଦମ୍ପତି ସଙ୍ଗୀତା-ସତ୍ୟଜିତ: ୩୦୦ରୁ ଅଧିକ ଘରଚଟିଆ ସଂରକ୍ଷଣ

ଅମରପାଲି,୪ା୭(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତର ଖଜୁରିଆପାଲି ଗ୍ରାମର ସ୍ବାମୀସ୍ତ୍ରୀ ସତ୍ୟଜିତ ଗଡୁଆ ଓ ସଙ୍ଗୀତା ପାତ୍ର ପରିବେଶ ସୁରକ୍ଷା ଏବଂ ବନ୍ୟପ୍ରାଣୀ…

ଦ୍ୱିଗୁଣ ହେଲା ବୁକର୍‌ ବିଜେତାଙ୍କ ପୁରସ୍କାର ରାଶି

ଲଣ୍ଡନ, ୪ା୭:ବିଶ୍ୱ ସାହିତ୍ୟ ଜଗତର ଅନ୍ୟତମ ପ୍ରତିଷ୍ଠିତ ପୁରସ୍କାର ‘ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’ ର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଏହା ‘ବୁଖ୍‌ମ୍ୟାନ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’…

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri