Posted inଖେଳ

କରୋନା ପ୍ରଭାବରେ ଗୃହାବଦ୍ଧ ଶ୍ରଦ୍ଧାଞ୍ଜଳିଙ୍କ ମନକଥା

ଭୁବନେଶ୍ୱର, ୧୨।୪(କ୍ରୀଡ଼ା ପ୍ରତିନିଧି)– କୋଭିଡ୍‌-୧୯ର କରାଳ କାୟା ସମଗ୍ର ବିଶ୍ୱ ସମୁଦାୟର ନିଦ ହଜାଇ ଦେଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଜନାବଦ୍ଧଭାବେ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଭିନ୍ନଭିନ୍ନ ରଣନୀତିରେ କାର୍ଯ୍ୟ କରୁଛନ୍ତି। ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଭାରତ ଏବେ ଲକ୍‌ଡାଉନ୍‌ରେ ଅଛି। ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ଏବେ ସମସ୍ତଙ୍କ ମୁହଁରେ। ନିହାତି ଆବଶ୍ୟକ ନ ଥିଲେ ଏବେ ସମସ୍ତେ ଘରେ ରହିବାକୁ ହିଁ ପସନ୍ଦ କରୁଛନ୍ତି। ଏହିି ପରିପ୍ରେକ୍ଷୀରେ ସ୍ବାଭାବିକଭାବେ କ୍ରୀଡ଼ା ଜଗତ ସ୍ଥାଣୁ ଅବସ୍ଥାକୁ ଆସି ଯାଇଛି। କେଉଁଠି କିଛି ଖେଳ ନାହିଁ କିମ୍ବା କେବେ ଖେଳ ଆରମ୍ଭ ହେବ ତାକୁ ନେଇ କିଛି ଆକଳନ ମଧ୍ୟ କରି ହେଉନାହିଁ। କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସକୁ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆ ଯାଇଛି। ତେବେ ନୂଆ ତାରିଖରେ ମଧ୍ୟ ଅଲିମ୍ପିକ୍ସ ଯେ ହୋଇ ପାରିବ ତାହାର ମଧ୍ୟ କିଛି ଗ୍ୟାରେଣ୍ଟି ନାହିଁ। ଏପରି ସ୍ଥିତିରେ ଆମ ରାଜ୍ୟର କ୍ରୀଡ଼ାବିତ୍‌ମାନେ ଗୃହାବଦ୍ଧ ହୋଇ ସମୟ କଟାଉଛନ୍ତି। ଖେଳ ତ ସମ୍ଭବ ନୁହେଁ, ତେଣୁ ଏବେ ଅନ୍ୟ କାର୍ଯ୍ୟପ୍ରତି ମନ ବଳାଉଛନ୍ତି। ନିଜକୁ ଫିଟ୍‌ ରଖିବା ପାଇଁ ଘର ଭିତରେ ଯେତିକି ସମ୍ଭବ ବ୍ୟାୟାମ କରିବା ବ୍ୟତୀତ କିଏ ଘର ଲୋକଙ୍କୁ କାମରେ ସାହାଯ୍ୟ କରୁଛନ୍ତି ତ ଆଉ କେହି ରୋଷେଇ ପ୍ରତି ମନ ବଳାଉଛନ୍ତି। ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ମହିଳା ଫୁଟବଲ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବେ ଘର ଭିତରେ ବାପା ନେତ୍ରାନନ୍ଦ ସାମନ୍ତରାୟଙ୍କ ସହିତ ସମୟ କଟାଉଛନ୍ତି। ନୂଆ ନୂଆ ରୋଷେଇ ଶିଖିବା ସହ ବାପାଙ୍କ କଥା ବୁଝୁଛନ୍ତି ବୋଲି ପ୍ରକାଶ କରିଛନ୍ତି।
“ଖେଳ ମୋର ଜୀବନ। ପିଲାଟି ଦିନରୁ ଫୁଟବଲ ଓ ପଡ଼ିଆ ଛଡ଼ା ମୁଁ ଅନ୍ୟକିଛି ଚିନ୍ତା କରେନାହିଁ । ମାତ୍ର ଏବେ କରୋନା ଭାଇରସ ସଂକ୍ରମଣ ଜନିତ କଟକଣା କାରଣରୁ ଘର ଭିତରେ ହିଁ ରହିବାକୁ ପଡ଼ୁଛି। ମୋ ଖେଳ ଜୀବନରେ ଏହା ସବୁଠାରୁ କଷ୍ଟକର ସମୟ। ତେବେ ଲୋକଙ୍କ ପାଇଁ ଯାହା ହିତକର କେନ୍ଦ୍ର ଓ ରାଜ୍ୟ ସରକାର ସେପରି ନିଷ୍ପତ୍ତି ହିଁ ନେଉଛନ୍ତି। ଏଥିରେ ମୋର ପୁରା ସମର୍ଥନ ରହିଛି। କାରଣ ଏହା ବ୍ୟତୀତ ଅନ୍ୟ ଉପାୟ ହିଁ କିଛି ନାହିଁ। ଲୋକମାନେ ସରକାରଙ୍କ ନିର୍ଦ୍ଦେଶକୁ ମାନି ଚଳନ୍ତୁ ବୋଲି ମୁଁ ଏହି ଅବସରରେ ନିବେଦନ କରିବାକୁ ଚାହୁଁଛି । ଫିଟ୍‌ନେସ ପାଇଁ ମୁଁ ଏବେ ଯେତିକି ସମ୍ଭବ ବ୍ୟାୟାମ କରୁଛି। ଅବଶିଷ୍ଟ ସମୟ ରୋଷେଇ ଶିଖୁଛି ଏବଂ ବାପାଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେଉଛି । ପ୍ରକୃତରେ ମୁଁ ବେଶିକିଛି ରୋଷେଇ ଶିଖି ନ ଥିଲି। ସତ କହିବାକୁ ଗଲେ ଏଥିପ୍ରତି ଧ୍ୟାନ ହିଁ ନ ଥିଲା । ଦୀର୍ଘ ଖେଳ ଜୀବନପରେ କୋଚିଂ ଏବଂ ଜାତୀୟ ଚୟନକର୍ତ୍ତାଭାବେ କାମ କରି ଆସିଛି। ଏବେ ଘରେ ରହୁଥିବାରୁ କିଛି ନୂଆ ରୋଷେଇ କରିବାକୁ ଇଚ୍ଛା ହେଉଛି। ରୋଷେଇ ସମୟରେ ବଡ଼ ଭଉଣୀ (ଓଡ଼ିଶାର ପ୍ରଥମ ମହିଳା ଫୁଟବଲ ଅଧିନାୟିକା) ଗୀତାଞ୍ଜଳି ସାମନ୍ତରାୟଙ୍କଠାରୁ ପରାମର୍ଶ ନେଉଛି । ଅନ୍ୟତମ ବଡ଼ ଭଉଣୀ ପୁଷ୍ପାଞ୍ଜଳି ସାମନ୍ତରାୟ ମଧ୍ୟ ମୋତେ ଏ କ୍ଷେତ୍ରରେ ବହୁତ ସାହାଯ୍ୟ କରୁଛନ୍ତି। ବାପା ମୋତେ ଅନେକ ସମୟରେ ଆବଶ୍ୟକ ପରାମର୍ଶ ଦେଉଛନ୍ତି । ନୂଆ ନୂଆ ପ୍ରକାର ଖାଦ୍ୟ କରି ନିଜେ ଖାଇବା ଏବଂ ବାପାଙ୍କୁ ଖୁଆଇବାରେ ଭିନ୍ନ ଆନନ୍ଦ ମିଳୁଛି“ ବୋଲି ଶ୍ରଦ୍ଧାଞ୍ଜଳି ପ୍ରକାଶ କରିଛନ୍ତି । ନିକଟରେ ରହୁଥିବା ଭଉଣୀ ଏବଂ ପୁତୁରା ସମୟ ମିିଳିଲେ ସନ୍ଧ୍ୟାବେଳେ ଆସିଥାନ୍ତି। ଆମେ ସାଥିହୋଇ ଛାତ ଉପରେ କିଛି ସମୟ ଫୁଟବଲ ଓ ବ୍ୟାଡ୍‌ମିଣ୍ଟନ ଖେଳିଥାଉ। ଏହା ବ୍ୟତୀତ ଘର ଭିତରେ ଲୁଡୁ ଖେଳି ମଧ୍ୟ ସମୟ କଟିଯାଏ ବୋଲିି ନାଲ୍‌କୋରେ କାର୍ଯ୍ୟରତ ଶ୍ରଦ୍ଧାଞ୍ଜଳି କହିଛନ୍ତି ।
ପ୍ରକାଶ ଯୋଗ୍ୟ ଯେ ଦୀର୍ଘ ୨୮ ବର୍ଷ ଧରି ଫୁଟ୍‌ବଲ ସହିତ ଜଡ଼ିତ ରହି ଆସିଥିବା ଶ୍ରଦ୍ଧାଞ୍ଜଳି ଅନ୍ତର୍ଜାତୀୟ ସ୍ତରରେ ଜଣେ ସୁନାମଧନ୍ୟ ଖେଳାଳି ରହିବା ସହ ବିଭିନ୍ନ ସମୟରେ ଜାତୀୟ କୋଚ୍‌ ଏବଂ ଚୟନକର୍ତ୍ତା ଦାୟିତ୍ୱ ତୁଲାଇଛନ୍ତି। ଫୁଟ୍‌ବଲକୁ ସର୍ବୋତ୍କୃଷ୍ଟ ସମ୍ମାନ ଦେଇ ସେ ବିବାହ ବନ୍ଧନରୁ ଦୁରରେ ରହିଛନ୍ତି। ୧୯୯୨ରେ ରାଜ୍ୟରେ ମହିଳା ଫୁଟବଲର ଅସ୍ଥିତ୍ୱ ନ ଥିବାବେଳେ ମା’ ରଶ୍ମି ସାମନ୍ତରାୟ ଓ ବାପା ନେତ୍ରାନନ୍ଦଙ୍କ ପ୍ରେରଣାରେ ସେ ଓ ଗୀତାଞ୍ଜଳି ଆଗକୁବଢ଼ି ଓଡ଼ିଶାରେ ମହିଳା ଫୁଟବଲର ଭିତ୍ତି ସ୍ଥାପନ କରିଥିଲେ। ଏହାର ସୁଫଳ ପରେ ରାଜ୍ୟକୁ ମିଳିଥିଲା । ବର୍ତ୍ତମାନ ମହିଳା ଫୁଟବଲରେ ଓଡ଼ିଶା ଜାତୀୟ ସ୍ତରରେ ବେଶ୍‌ ପ୍ରତିଷ୍ଠାଲାଭ କରିଛି। ୨୦୦୫ରେ ଭିଏତ୍‌ନାମର ହାନୋଇଠାରେ ଅନୁଷ୍ଠିତ ଏଏଫସି କପ୍‌ରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ଶ୍ରଦ୍ଧାଞ୍ଜଳି। ୧୯୯୭ରୁ ୨୦୦୭ ପଯର୍‌ୟନ୍ତ ସେ ଭାରତ ପକ୍ଷରୁ ମହିଳା ଏସିଆନ ଫୁଟବଲ, ଏସିଆନ ଗେମ୍ସ, ଏଏଫ୍‌ସି କପ୍‌, ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଏବଂ ଅଲିମ୍ପିକ୍‌ କ୍ବାଲିଫାଇଂ ଟୁର୍ନାମେଣ୍ଟ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ଏହା ବ୍ୟତୀତ ନିଜ ନେତୃତ୍ୱରେ ସେ ରାଜ୍ୟକୁ ଜାତୀୟ ସିନିୟର ମହିଳା ଫୁଟବଲ ଏବଂ ଜାତୀୟ କ୍ରୀଡ଼ାରେ ଚାମ୍ପିୟନ କରାଇଛନ୍ତି। ଖେଳ ଜୀବନପରେ ଜାତୀୟ କୋଚ୍‌ ଏବଂ ଚୟନକର୍ତ୍ତାଭାବେ ଦାୟିତ୍ୱ ସମ୍ପନ୍ନ କରି ଆସୁଛନ୍ତି। ୨୦୧୭ ମେ’ ୪ରେ ମା’ ରଶ୍ମି ସାମନ୍ତରାୟଙ୍କ ପରଲୋକ ପରେ ଭୁବନେଶ୍ୱରସ୍ଥିତ ଆଇଆରସି ଭିଲେଜ ବାସଭବନରେ ପିତା ନେତ୍ରାନନ୍ଦଙ୍କ ସହିତ ରହୁଛନ୍ତି। କେବେ ବିଶ୍ୱରୁ ସଙ୍କଟ ଟଳିିବ ଏବଂ କ୍ରୀଡ଼ା ଜଗତ ପୁଣି ସକ୍ରିୟ ହେବ ସେହି ଚିନ୍ତାରେ ରହୁଛନ୍ତି ଏହି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମହିଳା ଫୁଟବଲ ତାରକା ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs ENG: ବାହାନା ପରେ ବାହାନା… ଟିମ ଇଣ୍ଡିଆର ଦୁଃଖଦ ଅବସ୍ଥା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୧୧।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ପାଖରେ ଅସୀମ ବାହାନା ଥିବା ପରି ମନେହୁଏ। ସେ ଏବେ ଆଉ ଏକ ବାହାନା ବାହାର…

ଇଂଲଣ୍ଡ ଗସ୍ତ ସହ ଶେଷ ହେଲା ଏହି ୩ ଖେଳାଳିଙ୍କ T20 କ୍ୟାରିୟର! ଲଗାତାର ଫ୍ଲପ୍‌ ପରେ…

ନୂଆଦିଲ୍ଲୀ,୧୦।୭: ବ୍ୟାକ-ଟୁ-ବ୍ୟାକ ବିଶ୍ୱବିଜେତା ହେବା ପରେ ଟିମ ଇଣ୍ଡିଆ ଏବେ କ୍ରମାଗତ ୨ଟି ଟି-୨୦ ସିରିଜ ହାରିଛି। ପ୍ରଥମେ ଆୟରଲ୍ୟାଣ୍ଡ ଏବଂ ଏବେ ଇଂଲଣ୍ଡ, ଦୁଇ ଦେଶ…

Sunil Gavaskar Love Story: ଅଟୋଗ୍ରାଫ ନେବାକୁ ଆସିଥିବା ପ୍ରଶଂସକଙ୍କ ପ୍ରେମରେ ପଡ଼ିଯାଇଥିଲେ ସୁନୀଲ ଗାଭାସ୍କର, ଜାଣନ୍ତୁ ‘ଲିଟିଲ ମାଷ୍ଟର’ଙ୍କ ଲଭ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୭: ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଜି ତାଙ୍କର 77ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ, ଆସନ୍ତୁ ତାଙ୍କ ପ୍ରେମ କାହାଣୀକୁ ଶେୟାର କରିବା,…

IND vs ENG 5th T20I Playing-11: ବୈଭବ ସୂର୍ଯ୍ୟବଂଶୀ ଆଉଟ, ସଞ୍ଜୁ ସାମସନ ଇନ୍‌… ଇଜ୍ଜତ ବଞ୍ଚାଇବାକୁ ଗମ୍ଭୀର ଖେଳିବେ ଶେଷ ଗଣିତ

ନୂଆଦିଲ୍ଲୀ,୧୦।୭: ଗୁରୁବାର ରାତିରେ ବ୍ରିଷ୍ଟଲରେ ଭାରତୀୟ କ୍ରିକେଟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପୁଣି ଥରେ ଦେଖାଯାଇଥିଲା, ଯାହା ଫଳରେ ମ୍ୟାଚ ଏବଂ ସିରିଜ ଉଭୟ ହାରିଯାଇଥିଲା ଟିମ୍‌।…

ମ୍ୟାନେଜମେଣ୍ଟ ଉପରେ ବର୍ଷିଲା BCCI: ବିପଦରେ ଗୌତମ ଗମ୍ଭୀରଙ୍କ ଚାକିରି!

ନୂଆଦିଲ୍ଲୀ, ୧୦।୭: ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟି-୨୦ ମ୍ୟାଚରେ ପରାଜୟ ପରେ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରିପୋର୍ଟ ଅନୁଯାୟୀ,…

କିଏ ଏହି ମହିଳା ଖେଳାଳି? ଯାହାଙ୍କ ବ୍ୟାଟରେ ଅଟୋଗ୍ରାଫ୍ ଦେଲେ ମୋଦି

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଅନେକ ଖେଳାଳିଙ୍କୁ ଭେଟିଥିଲେ। ସେ ଯେଉଁ…

ଗୋଟିଏ ପରେ ଗୋଟିଏ ଭୁଲ କରୁଛନ୍ତି ଗୌତମ ଗମ୍ଭୀର-ଶ୍ରେୟସ ଆୟର! ଟିମ ଇଣ୍ଡିଆର ପରିସ୍ଥିତି ଆହୁରି ଖରାପ ହୋଇ ଯିବନାହିଁ ତ…

ନୂଆଦିଲ୍ଲୀ,୧୦।୭: ୨୦୨୬ ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ବିଜୟରେ ଅଭ୍ୟସ୍ତ ହୋଇଯାଇଥିଲା; ସିରିଜ ହାରିବା ପ୍ରଶ୍ନବାଚୀ ବାହାରେ ଥିଲା। ତା’ପରେ ଶ୍ରେୟସ ଆୟର…

ଭାରତର କ୍ଷତରେ ଲୁଣ ଲଗାଇଲା ଇଂଲଣ୍ଡ, ଅଧିନାୟକ ହ୍ୟାରି ବ୍ରୁକ କହିଲେ, ‘ମୁଁ ଏହାକୁ ପ୍ରକୃତରେ ଉପଭୋଗ କରିଥିଲି…’

ନୂଆଦିଲ୍ଲୀ,୧୦।୭: ବ୍ରିଷ୍ଟଲରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଇଂଲଣ୍ଡ ଭାରତୀୟ କ୍ରିକେଟ ଦଳକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୩-୦ରେ ସିରିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri