କରୋନା ପାଇଁ ବୃତ୍ତି ବଦଳାଇଲେ ବ୍ୟବସାୟୀ: ଶସ୍ତାରେ ଯୋଗାଉଛନ୍ତି ପନିପରିବା

ଦାରିଙ୍ଗବାଡ଼ି,୮।୪(ଡି.ଏନ.ଏ)- ଲକ୍‌ଡାଉନ କଟକଣା ପରେ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। କେବଳ ଜନସାଧାରଣ ନୁହଁନ୍ତି ବ୍ୟବସାୟୀମାନେ ମଧ୍ୟ ବୃତ୍ତି ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି। ପୋଷାକ, ହୋଟେଲ, ହାର୍ଡଓ୍ବେର ଷ୍ଟୋର କରିଥିବା ବଡ ବ୍ୟବସାୟୀ ଘରେ ରହିବା ବଦଳରେ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏପରି ଜଣେ ଯୁବ ବ୍ୟବସାୟୀ ହେଲେ ଦାରିଙ୍ଗବାଡିର ବାପି ପାଢ଼ୀ। ତାଙ୍କର ବଜାରରେ ଏକ ବଡ ପୋଷାକ ଶୋରୁମ୍‌ ରହିଛି। ଲକ୍‌ଡାଉନ୍‌ ପରେ ଚଳିବାରେ କୌଣସି ଅସୁବିଧା ନ ଥିଲେ ମଧ୍ୟ ସେ ଜନସାଧାରଣଙ୍କୁ ସହଯୋଗ କରିବାକୁ ନିଜ ଶୋରୁମ୍‌ ବାରଣ୍ଡାରେ ପନିପରିବା ବିକ୍ରି କରୁଛନ୍ତି।
ଏନେଇ ବାପି କହିଛନ୍ତି ଯେ, ମାର୍କେଟ ବନ୍ଦ ଯୋଗୁ ସୋରଡ଼ା ସମେତ ବିଭିନ୍ନ ସ୍ଥାନରୁ ପନିପରିବା ବ୍ୟବସାୟୀ ଦାରିଙ୍ଗବାଡ଼ିରେ ପହଞ୍ଚତ୍ ଉଚ୍ଚ ଦରରେ ବିକ୍ରି କରୁଛନ୍ତି। ଏହି ଘଟଣା ନଜରକୁ ଆସିବାପରେ ସେ ତାଙ୍କ କାର୍‌ରେ ପ୍ରତିଦିନ ଭୋରରୁ ଗଞ୍ଜାମ ଜିଲାର ବିଭିନ୍ନ ଗଁାକୁ ଯାଇ ପନିପରିବା ଯୋଗାଡ଼ କରି ୩/୪ କୁଇଣ୍ଟାଲ ପରିବା ଆଣି ଏଠାରେ ଅଳ୍ପ ଦରରେ ବିକ୍ରି କରୁଛନ୍ତି। ଫଳରେ ସମ୍ପୃକ୍ତ ବେପାରୀଙ୍କ ଅସାଧୁ ମନୋବୃତ୍ତି ଓ କଳାବଜାର ପଦାରେ ପଡିବା ସହ ଅଞ୍ଚଳବାସୀ କମ୍‌ ଦରରେ ପନିପରିବା ପାଉଛନ୍ତି। ବାଇଗଣ ୨୦ ଓ ପୋଟର ୭୦ ଟଙ୍କାରେ ପୂର୍ବରୁ ବିକ୍ରି ହେଉଥିବାବେଳେ ସେ ଆଣି ୧୦ ଓ ୫୦ ଟଙ୍କାରେ ବିକୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri