କମ୍ପାନୀ କର୍ମଚାରୀଙ୍କ କଲୋନୀରେ ସରକାରୀ ବାବୁ, ପୋଲିସ; ନାଲ୍‌କୋ ଉପରେ ଚାପ ଚର୍ଚ୍ଚା

ଅନୁଗୋଳ ଅଫିସ/ବଅଁରପାଳ, ୧।୭(ଡି.ଏନ.ଏ.)  କର୍ମଚାରୀଙ୍କ ପାଇଁ କଲୋନୀ ନିର୍ମାଣ କରିଛି ନାଲ୍‌କୋ। ହେଲେ ପ୍ରାୟ ଶତାଧିକ କ୍ୱାର୍ଟର୍ସରେ ରହୁଛନ୍ତି ସରକାରୀ ଅଧିକାରୀ ଓ ପୋଲିସ। ଭଡ଼ା ଦେଉଥିଲେ ବି ସେମାନେ ଏଠାରେ ରହିବା ନିୟମ ବହିର୍ଭୂତ। ତଥାପି ନାଲ୍‌କୋ ଉପରେ ଚାପ ପକାଇ ଏହି ସରକାରୀ ଅଧିକାରୀ ଓ ପୋଲିସ ବାବୁମାନେ ଦୀର୍ଘବର୍ଷ ହେଲା କ୍ୱାର୍ଟର୍ସରେ ରହି ଆସୁଥିବା କଲୋନୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଥିବା ଏହି ନାଲ୍‌କୋ ସ୍ମେଲଟର ଟାଉନଶିପ୍‌ କଲୋନୀରେ ରହିଛି ୩ ହଜାରରୁ ଅଧିକ କ୍ୱାର୍ଟର୍ସ। ୧୯୯୦ରେ କର୍ମଚାରୀଙ୍କ ରହଣି ପାଇଁ ନାଲ୍‌କୋ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଥିଲା। ନବରତ୍ନ କମ୍ପାନୀର କଲୋନୀ ହୋଇଥିବାରୁ ଏଠାରେ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା। ନାଲ୍‌କୋ ପାଓ୍ବାର ପାଣ୍ଟରୁ କଲୋନୀକୁ ବିଦ୍ୟୁତ୍‌ ଯୋଗାଣ ହେଉଛି। ତେଣୁ ପାଓ୍ବାର କଟ୍‌ର ସମ୍ଭାବନା ନ ଥିବା ବେଳେ ୨୪ ଘଣ୍ଟିଆ ହାଇଭୋଲଟେଜ ବିଦ୍ୟୁତ୍‌ ଓ ପାନୀୟ ଜଳର ସୁବିଧା ଉପଲବ୍ଧ ହେଉଛି। ସେହିପରି ନିଜସ୍ବ ସୁରକ୍ଷା ବ୍ୟବସ୍ଥା, ପାର୍କ, ମନ୍ଦିର, ଚକାଚକ୍‌ ରାସ୍ତା କଲୋନୀ ପରିବେଶକୁ ଅନ୍ୟ ଅଞ୍ଚଳଠାରୁ ସ୍ବତନ୍ତ୍ର ବୋଲି ଦର୍ଶାଉଛି। ତେଣୁ ଏଠାରେ ରହି ଅୟସ କରିବାର ମୋହ କେତେଜଣ ସରକାରୀ ଅଧିକାରୀ ଓ ପୋଲିସ ବାବୁଙ୍କୁ କ୍ୱାର୍ଟର୍ସ ମୁହଁା କରିଛି। ଖାସ୍‌ ଏହି କାରଣରୁ ଅନେକ ବାବୁ ନାଲ୍‌କୋ ଉପରେ ଯେନେତେନେ ପ୍ରକାର ଚାପ ପକାଇ କ୍ୱାର୍ଟର୍ସ ଅକ୍ତିଆର କରିନେଉଥିବା କଲୋନୀବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି। ଏପରି କି ସୁବିଧା ପାଇଁ କେତେଜଣ କ୍ୱାର୍ଟର୍ସରେ ଅଫିସ ମଧ୍ୟ ଖୋଲିଥିବା କିଛି ଶ୍ରମିକନେତା କହିଛନ୍ତି। କ୍ୱାର୍ଟର୍ସ ମାଡ଼ିବସିଥିବା ତାଲିକାର ଶୀର୍ଷରେ ରହିଛି ପୋଲିସ। ଦୀର୍ଘଦିନ ହେଲା କଲୋନୀର ୪୭ଟି କ୍ବାର୍ଟର୍ସ ପୋଲିସ ଅକ୍ତିଆରରେ ରହିଛି। ସେହିପରି ୧୦ଟି କ୍ବାର୍ଟର୍ସରେ ଡାକ ବିଭାଗ ଅଧିକାରୀ, ୨୦ଟିରେ ବିଭିନ୍ନ ବ୍ୟାଙ୍କ ଅଧିକାରୀ, ୩ଟିରେ କାରଖାନା ଓ ବାଷ୍ପିତ୍ର ବିଭାଗ ଅଧିକାରୀ, ୩ଟି କ୍ୱାର୍ଟର୍ସରେ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର, ୨ଟିରେ ବିଏସ୍‌ଏନଏଲ, ୫ଟିରେ ସେଣ୍ଟ୍ରାଲ ଏକ୍ସସାଇଜ୍‌, ୧ଟିରେ କେନ୍ଦ୍ରୀୟ ଶ୍ରମ ବିଭାଗ, ଗୋଟିଏରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଅଧିକାରୀ ଓ ୩ଟି କ୍ୱାର୍ଟର୍ସରେ ଆୟକର ବିଭାଗ ଅଧିକାରୀ ରହୁଛନ୍ତି। ଏଥିସହ ବହୁ ପ୍ରଶାସନିକ ଓ ପୋଲିସ ଅଧିକାରୀ ମାସ ମାସ ଧରି ନାଲ୍‌କୋ ଅତିଥି ନିବାସରେ ଡେରା ପକାଉଛନ୍ତି। ଅନୁଗୋଳ ସଦର ମହକୁମାରେ ସର୍କିଟ ହାଉସ ଠାରୁ ଆରମ୍ଭ କରି ବହୁ ସରକାରୀ ବଙ୍ଗଳା ଥିଲେ ବି ସମ୍ପୃକ୍ତ ବାବୁମାନେ ସେଠାରେ ନ ରହି ନାଲ୍‌କୋ ଅତିଥି ନିବାସ ବୁକ୍‌ କରୁଥିବା ଅନେକ ସମୟରେ ଦେଖାଯାଉଛି। ଅନ୍ୟପକ୍ଷରେ ନାଲ୍‌କୋ କଲୋନୀରେ ବହୁ ପୋଲିସ ବାବୁ ରହୁଥିଲେ ବି ଏକାଧିକ କ୍ୱାର୍ଟର୍ସରୁ ଚୋରି ହେବା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଜନୈକ ଅଧିକାରୀଙ୍କ କହିବା ଅନୁଯାୟୀ, ଜିଲାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ କେତେଜଣ ସରକାରୀ ଅଫିସର ଓ ପୋଲିସ ଏଠାରେ ରହୁଛନ୍ତି। ସେମାନଙ୍କୁ ସରକାରଙ୍କ ପକ୍ଷରୁ କ୍ୱାର୍ଟର୍ସ ମିଳିଥିବା ଓ ଅନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କ୍ୱାର୍ଟର୍ସ ସହ ଅତିଥିନିବାସ ଥିଲେ ବି ସେମାନେ ନାଲ୍‌କୋ କଲୋନୀରେ କାହିଁକି ଭଡ଼ାରେ ରହୁଛନ୍ତି ତାହା ବୁଝାପଡ଼ୁନି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?