କମୁନି ଗରିବୀ

ହରିଶଙ୍କର ମିଶ୍ର
ସୂର୍ଯ୍ୟକିରଣ କେବଳ ଜଳୀୟ ଉତ୍ସକୁ ବାଷ୍ପ କରାଏ। ସେଇ ବାଷ୍ପ ମେଘ ହୋଇ ପର୍ବତଠାରୁ ସମୁଦ୍ର ଯାଏ ବର୍ଷିଯାଏ। ଉଚିତ ରାଜଧର୍ମରେ ସେପରି କେବଳ ଧନୀଙ୍କଠାରୁ ଟିକସ ଆଦାୟ କରାଯାଇ ସାମୂହିକ କଲ୍ୟାଣ କରାଯାଇଥାଏ। ଦେଶ ସ୍ବାଧୀନ ହେବା ପରେ ସାମୂହିକ କଲ୍ୟାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ୍ୟ ପୁନର୍ଗଠନ ବିଭାଗ କାର୍ଯ୍ୟକ୍ଷମ ହୋଇଥିଲା। ୧୯୭୭ ମସିହାରେ ଦେଶରେ ଗଠିତ ପ୍ରଥମ ଅଣକଂଗ୍ରେସ ସରକାର ପ୍ରତ୍ୟେକ ଗ୍ରାମର ପାଞ୍ଚୋଟି ଗରିବତମ ପରିବାର ପାଇଁ ଅନ୍ତ୍ୟୋଦୟ ଯୋଜନା ସହ ଯଥେଷ୍ଟ ରିହାତି ଦରରେ ଚାଉଳ, ଗହମ ଦେଇ ପ୍ରତିବଦଳରେ ଶ୍ରମ ଭିତ୍ତିକ କାର୍ଯ୍ୟ କରାଇଲେ।
୧୯୮୦ ମସିହାରେ କଂଗ୍ରେସ ପୁନଃ କ୍ଷମତା ଲାଭ କଲା। ଗରିବୀ ହଟାଅ ସେଇ ଦଳର ପୂର୍ବ ଡାକରା ଥିବାରୁ ଅନେକ ଗରିବ କଲ୍ୟାଣ ଯୋଜନା ଆରମ୍ଭ କରାଗଲା। ବୈଷୟିକ ତାଲିମ ଦିଆଯାଇ ଗାଈ, କୁକୁଡ଼ା ପାଳନ, ଗ୍ରାମୀଣ ଶିଳ୍ପ, ଫଳ, ମାଛଚାଷ ଏବଂ ବିବିଧ ବ୍ୟବସାୟ ପାଇଁ ଆର୍ଥିକ ସାହାଯ୍ୟ ଦିଆଗଲା। ଭୂମିହୀନଙ୍କ ପାଇଁ କେନାଲ କୂଳର ୨୦ଟି ନଡ଼ିଆଗଛର ମାଲିକାନା ମଧ୍ୟ ଦିଆଗଲା। ମୂଳଧନରୁ ପଚାଶ ଶତାଂଶ ପର୍ଯ୍ୟନ୍ତ ଛାଡ଼ କରାଯାଇ ଅଳ୍ପ ସୁଧରେ ବ୍ୟାଙ୍କ ଋଣ ମଞ୍ଜୁର କରାଗଲା। ପୂର୍ବରୁ ବ୍ଲକ ମାଧ୍ୟମରେ ଦିଆଯାଉଥିବା ଗୃହଋଣ ବ୍ୟବସ୍ଥା ଉଚ୍ଛେଦ କରାଯାଇ ପୂର୍ଣ୍ଣ ଅର୍ଥ ସହାୟତାରେ ଇନ୍ଦିରା ଆବାସ ଯୋଜନା ଆରମ୍ଭ ହେଲା।
ତିନି ଦଶନ୍ଧି, ଶତାଧିକ ଯୋଜନା ଏବଂ ବହୁ ଲକ୍ଷ କୋଟି ଟଙ୍କା ବ୍ୟୟ ସତ୍ତ୍ୱେ ଗରିବଙ୍କର ଆର୍ଥିକ ପ୍ରଗତି କାଗଜପତ୍ରରେ ଯେତେ ବଢ଼ିଲେ ବି ଗରିବଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଲା। ବ୍ୟାଙ୍କ ଋଣ ପରିଶୋଧ ନ ହେବାରୁ ତାହା ସରକାରଙ୍କ ଦେୟ ହୋଇଗଲା। ସରକାରୀ ଅର୍ଥ ଦୁରୁପଯୋଗକାରୀଙ୍କୁ ଦଣ୍ଡ ପରିବର୍ତ୍ତେ ପୁନଃ ସର୍ବେକ୍ଷଣରେ ସେମାନଙ୍କୁ ଗରିବ ଦର୍ଶାଯାଇ ଆର୍ଥିକ ସୀମା ନିର୍ଦ୍ଧାରଣ କରାଗଲା। ସେମାନଙ୍କ ପାଇଁ ମାଗଣା ବହୁବିଧ ସୁଯୋଗ ରଖାଯିବାରୁ ଦରିଦ୍ର ତାଲିକାଭୁକ୍ତ ହେବାକୁ କଳବଳକୌଶଳ ଓ ଚାପ ପ୍ରୟୋଗ କରାଗଲା। ପୂର୍ବର ଖାଦ୍ୟ ପାଇଁ କାର୍ଯ୍ୟ ଯୋଜନା ବନ୍ଦ କରାଯାଇ ସାମାଜିକ ଖାଦ୍ୟ ସୁରକ୍ଷା ନିୟମରେ କି.ଗ୍ରା. ପ୍ରତି ତିନି ଟଙ୍କାରେ ଖାଉଟି କାର୍ଡ ମାଧ୍ୟମରେ ଖାଦ୍ୟ ପ୍ରଦାନ କରାଗଲା, ଯାହାକି ଆମ ରାଜ୍ୟରେ ପରେ ଯଥାକ୍ରମେ ଦୁଇ ଟଙ୍କା ଓ ଏକ ଟଙ୍କାରେ ଦିଆଯିବାର ଉଦ୍ଦେଶ୍ୟ ଓ ସଫଳତା ସର୍ବଜନବିଦିତ। ବିଭିନ୍ନ ଯୋଜନାରେ ରାଜ୍ୟରେ ଏ ଯାବତ୍‌ ୫୦ ଲକ୍ଷରୁ ଅଧିକ ଘର ତିଆରି ସତ୍ତ୍ୱେ ଗୃହହୀନଙ୍କ ସଂଖ୍ୟା ବଢ଼ି ଚାଲିଛି। ଆମ ରାଜ୍ୟରେ ଏବେ ୩,୨୨,୫୫,୦୦ ପରିବାର ଟଙ୍କିକିଆ ଚାଉଳ, ଗହମ ଏବଂ ୭ ଲକ୍ଷ ପରିବାର ଅନ୍ନପୂର୍ଣ୍ଣା ଯୋଜନାରେ ମାଗଣା ଚାଉଳ ପାଉଛନ୍ତି।
ମମତାଠାରୁ ହରିଶ୍ଚନ୍ଦ୍ର, ଆହାରଠାରୁ ମଧ୍ୟାହ୍ନଭୋଜନ, ପୋଷାକଠାରୁ ଲାପ୍‌ଟପ୍‌, ଚିକିତ୍ସା ଓ ଭ୍ରମଣ ସୁଯୋଗ, ଅଙ୍ଗନଓ୍ବାଡି, ମୋ ପୋଖରୀ, ଆବାସିକ ବିଦ୍ୟାଳୟର ନିଃଶୁଳ୍କ ଶିକ୍ଷା, ସ୍ବୟଂ ସହାୟିକା ଓ ଅନ୍ୟାନ୍ୟ ଉପକୃତଙ୍କ ସଂଖ୍ୟା ସ୍ବତଃ ଜଣାଏ ଯେ, ରାଜ୍ୟ ଲୋକସଂଖ୍ୟାର ୮୫ ଶତାଂଶ ଏକାଧିକ ସରକାରୀ ସହାୟତା ପାଉଛନ୍ତି। ଲୋକପ୍ରିୟତା ପାଇଁ ସଂସ୍କୃତିକୁ ବି ମାଧ୍ୟମ କରାଯାଉଛି। ହବିଷ୍ୟ ଯୋଜନାର ପରିକଳ୍ପନା ଓ ଆଦୃତି ଏହାର ଶ୍ରେଷ୍ଠ ନମୁନା। ହିସାବ କିନ୍ତୁ ଅଟକୁଛି ନିର୍ମାଣ ଶ୍ରମିକ ଓ କାଳିଆ ଯୋଜନାର ହିତାଧିକାରୀଙ୍କ ପାଖରେ। ଆତ୍ମସଫଳତା ପାଇଁ ନିର୍ମାଣ ଶ୍ରମିକ ସଂଘ ସମ୍ପାଦକଙ୍କର ପ୍ରସ୍ତାବ ସରକାର ଗ୍ରହଣ କରି ପ୍ରତ୍ୟେକ ନିର୍ମାଣ ଅଟକଳର ଏକ ଶତାଂଶ ଶ୍ରମିକ ସେସ୍‌ ଆଦାୟ କରୁଛନ୍ତି। ଏ ପର୍ଯ୍ୟନ୍ତ ଆଦାୟ ଶ୍ରମିକ ସେସ୍‌ ୨୧୦୦ କୋଟି ଟଙ୍କାରୁ ୧୮୦୦ କୋଟି ସରକାରୀ ଅର୍ଥ ରହିଛି। ରାଜ୍ୟରେ ୨୫ ଲକ୍ଷ ନିର୍ମାଣ ଶ୍ରମିକ ପରିବାରର ୧ କୋଟି ଲୋକଙ୍କୁ ଅର୍ଥନୈତିକ ସହାୟତା ଏହାର ଉଦ୍ଦେଶ୍ୟ ଥିବାରୁ ଜିଲା ଶ୍ରମ କାର୍ଯ୍ୟାଳୟଗୁଡ଼ିକରେ ଦାମୀ ଗାଡ଼ି, ପୋଷାକ ଓ ମୋବାଇଲ ଫୋନ୍‌ଧାରୀ ଯୁବକ ଓ ମହିଳାଙ୍କ ଭିଡ଼ ରହୁଛି। ସରକାରୀ ଅର୍ଥରେ ନିର୍ବାଚନୀ ସଫଳତା ଦେଇଥିବାରୁ ସଂଘ ସମ୍ପାଦକଙ୍କର ରାଜନୈତିକ ଥଇଥାନ ଓ ପତିଆରା ବୃଦ୍ଧି ପାଇଛି। ପ୍ରାକ୍‌ ଆକଳନରେ ରାଜ୍ୟର ୨୬ ଲକ୍ଷ କୃଷି ଶ୍ରମିକ ଓ ୪୧ ଲକ୍ଷ କୃଷକ ଚିହ୍ନଟ ହୋଇଥିଲେ। ମାତ୍ର କାଳିଆ ଯୋଜନାରେ ୫୦ ଲକ୍ଷ କୃଷକ ଓ ୨୫ ଲକ୍ଷ କୃଷି ଶ୍ରମିକଙ୍କୁ ଉପକୃତ କରାଇବା ଲକ୍ଷ୍ୟରେ ପ୍ରଥମେ ୫୩ ଲକ୍ଷ ପରିବାରଙ୍କୁ ଅର୍ଥ ଦିଆଯାଇଛି। ପରିବାର ପିଛା ପାଞ୍ଚ ଜଣ ହିସାବରେ ହିତାଧିକାରୀଙ୍କ ସଂଖ୍ୟା ୩ କୋଟି ୭୫ ଲକ୍ଷ ହେଉଥିବା ବେଳେ ୧ କୋଟି ନିର୍ମାଣ ଶ୍ରମିକ ପରିବାର ସଦସ୍ୟଙ୍କୁ ମିଶାଇଲେ ୪ କୋଟି ୭୫ ଲକ୍ଷ ହେଉଥିବା ବେଳେ ରାଜ୍ୟ ଲୋକସଂଖ୍ୟା ୪ କୋଟି ୫୦ ଲକ୍ଷ ରହିଛି। ଅର୍ଥାତ୍‌ ରାଜ୍ୟ ଲୋକସଂଖ୍ୟାଠାରୁ ୨୫ ଲକ୍ଷ ଅଧିକ କେବଳ କୃଷି, ନିର୍ମାଣ ଶ୍ରମିକ ଓ କୃଷକଙ୍କ ପରିସଂଖ୍ୟାନର ସତ୍ୟତାକୁ ସ୍ବତଃ ପ୍ରଶ୍ନ କରୁଛି। କୃଷକଙ୍କ ଜୀବିକା ଓ କୃଷିର ଉନ୍ନତି ଯୋଜନାରେ ଶ୍ରମିକଙ୍କୁ ଅର୍ଥ ପ୍ରଦାନ କେବଳ ନିର୍ବାଚନୀ ସଫଳତାକୁ ସ୍ପଷ୍ଟ କରୁଛି। ଗରିବ ସୃଷ୍ଟି କରାଯାଇ ରାଜସ୍ବ ବିନିମୟରେ କ୍ଷମତା ପ୍ରାପ୍ତିର ଧାରା ଗୋଟିଏ ସ୍ବାଭିମାନୀ ଜାତି ମନରେ ଛତ୍ରଖିଆ ଭାବ ସୃଷ୍ଟି କରିସାରିଛି। ଟିକସଦାତାଙ୍କ ଅର୍ଥର ଅସତ୍‌ ବିନିଯୋଗ ମଧ୍ୟ ଜଳ ଜଳ ଦେଖାଯାଉଛି।
୧୧୩, ଗୁଣ୍ଡିଚା ବିହାର, ପୁରୀ, ମୋ-୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri