Posted inରାଜ୍ୟ

କମିଲାନି ବିଦ୍ୟୁତ୍‌ ଯାତନା

ପୁରୀ ଅଫିସ/ନିମାପଡ଼ା,୩ା୬(ଡି.ଏନ.ଏ.): ୨୦୧୯ ମେ ୩ ତାରିଖ ଥିଲା ଉପକୂଳବର୍ତ୍ତୀ ପୁରୀ ଜିଲା ପାଇଁ ଅଭିଶପ୍ତ ଦିନ। ସେହିଦିନ ପୂର୍ବାହ୍ନରେ ତାଣ୍ଡବ ରଚାଇଥିଲା ବାତ୍ୟା ଫନୀ। ପବନର ଘୁ ଘୁ ଗର୍ଜନ ଆଉ ବର୍ଷାମାଡ଼ରେ ଭାଙ୍ଗିଯାଇଥିଲା ଘର, ଗଛ, ବିଦ୍ୟୁତ୍‌ ଖୁଣ୍ଟ ଆଉ ଟେଲି ଟାୱାର। କଚାଘର ମାଟି କାମୁଡ଼ିଥିଲା। ବେସାହାରା ହୋଇଥିଲେ ଲକ୍ଷ ଲକ୍ଷ ଲୋକ। ବାତ୍ୟା ପୂର୍ବରୁ ସରକାରଙ୍କ ସତର୍କତା ସତ୍ତ୍ବେ ଚାଲିଯାଇଥିଲା ୩୦ରୁ ଊର୍ଦ୍ଧ୍ୱ ଜୀବନ। ବାତ୍ୟା ଚାଲିଯିବା ପରେ ସବୁଆଡେ ଦେଖିବାକୁ ମିଳିଥିଲା ବିଭୀଷିକାର ଚିତ୍ର। ପେଟକୁ ଦାନା ଏବଂ ମୁଣ୍ଡଗୁଞ୍ଜିବା ପାଇଁ ଆରମ୍ଭ ହୋଇଯାଇଥିଲା ସଂଘର୍ଷ। ଇତିମଧ୍ୟରେ ମାସେ ଅତିକ୍ରାନ୍ତ ହୋଇଯାଇଛି। ବାସହରା ହୋଇପଡ଼ିଥିବା ଲୋକେ ନିଜ ଘରକୁ ସଜାଡ଼ିବା ଆରମ୍ଭ କରି ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଦିଆଯାଉଥିବା ରିଲିଫ୍‌ ପ୍ରାୟ ବନ୍ଦ ହୋଇ ଆସିଲାଣି। ବିଭିନ୍ନ ପ୍ରକାର କ୍ଷୟକ୍ଷତିର ଆକଳନ ବି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଜଳଯୋଗାଣ ସ୍ବାଭାବିକ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ପୁରୀ ଜିଲାବାସୀଙ୍କୁ ମିଳିପାରୁନି ବିଦ୍ୟୁତ୍‌। ଫଳରେ ଲୋକେ ଦିନରେ ଅସହ୍ୟ ତାତି, ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବାବେଳେ ରାତିରେ ଅନ୍ଧକାରରେ ରହିବାକୁ ବାଧ୍ୟ ହେଉଛନ୍ତି। ଇତିମଧ୍ୟରେ ବାତ୍ୟା ଫନୀକୁ ମାସେ ପୂରିଛି। ହେଲେ ତା’ ତାଣ୍ଡବର ଚିହ୍ନ ଏବେ ବି ବାରି ହୋଇପଡୁଛି ପୁରୀ ଜିଲାରେ। ଧୀରେ ଧୀରେ ସ୍ବାଭାବିକ ଅବସ୍ଥା ଫେରୁଥିବାବେଳେ ଏଯାଏ ଦୂର ହୋଇପାରିଲାନି ବିଦ୍ୟୁତ୍‌ ବିଚ୍ଛିନ୍ନଜନିତ ଯାତନା। ଫଳରେ ଜିଲାର ପ୍ରାୟ ୪୦% ଅଞ୍ଚଳ ଅନ୍ଧକାର ରହିଛି। ସେପଟେ ପର୍ଯ୍ୟଟନ ଶିଳ୍ପ ଠିଆ ହେବା ପାଇଁ ଅଣ୍ଟା ଭିଡ଼ୁଛି।
ପୁରୀ ଜିଲାରେ ବିଦ୍ୟୁତ୍‌ ଯୋଗାଣକୁ ସ୍ବାଭାବିକ କରିବା ଲାଗି ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର। ମେ ୧୨ରେ ପୁରୀକୁ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯିବ ବୋଲି ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ କୁହାଯାଇଥିଲା। ହେଲେ ବିଭାଗ ତା’ କଥା ରଖିପାରି ନ ଥିଲା। ୧୫ ତାରିଖରେ ପୁରୀକୁ ବିଦ୍ୟୁତ୍‌ ଯୋଗାଣ ଆରମ୍ଭ ହୋଇଥିଲା। ପ୍ରଥମେ ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିରକୁ ସଂଯୋଗ ଦିଆଯାଇଥିଲା। ଏହାପରେ ପର୍ଯ୍ୟାୟକ୍ରମେ ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ୍‌ ସେବା ଦିଆଯାଉଛି। ହେଲେ ଏ ପର୍ଯ୍ୟନ୍ତ ପୁରୀ ସହର ଏବଂ ଏହାର ଉପକଣ୍ଠକୁ ବିଦ୍ୟୁତ୍‌ ସରବରାହ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏବେ ବି ଲୋକେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଜାରି ରଖିଛନ୍ତି।
ସେସୁ ପୁରୀ ଡିଭିଜନ ଅନ୍ତର୍ଗତ ପୁରୀ ସହର ଏବଂ ଉପକଣ୍ଠ ଅଞ୍ଚଳରେ ପ୍ରାୟ ୬୪,୦୦୦ ଉପଭୋକ୍ତା ରହିଛନ୍ତି। ରବିବାର ସୁଦ୍ଧା ୬୨ ହଜାର ପରିବାରଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିବା ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିବପ୍ରସାଦ ସ୍ବାଇଁ କହିଛନ୍ତି। ସେହିପରି ଜିଲାକୁ ଦେଖିଲେ ପ୍ରାୟ ୪୦ ପ୍ରତିଶତ ଅଞ୍ଚଳ ଅନ୍ଧକାର ରହିଛି। କାକଟପୁର ବିଦ୍ୟୁତ୍‌ ଉପଖଣ୍ଡରେ ୪୦ ପ୍ରତିଶତ ଏବଂ ନିମାପଡ଼ା ଡିିଭିଜନରେ ପ୍ରାୟ ୪୦ରୁ ୫୦ ପ୍ରତିଶତ ପରିବାରକୁ ବିଦ୍ୟୁତ୍‌ ଯୋଗାଣ ହୋଇପାରିନାହିଁ। ଗ୍ରାମାଞ୍ଚଳ ଲୋକେ ଏବେ ବି ଗୁଳୁଗୁଳିରେ ଡହଳବିକଳ ହେଉଛନ୍ତି। ବିଶେଷକରି ନିମାପଡ଼ା ବ୍ଲକର ବାହାରେଣା, ତୁଳସୀପୁର, କଳାପାଞ୍ଚଣ, ତମ୍ପାଳୋ, ଛଣିଜଙ୍ଗ, ବାମନାଳ, ବଡ଼ସିରୁଲା, ଅରିଷଣ୍ଢ, ସଲଙ୍ଗ, ଅନ୍ତୁଆର ଆଦି ପଞ୍ଚାୟତର ଶତାଧିକ ଗ୍ରାମକୁ ଏବେ ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ ହୋଇପାରି ନାହିଁ। ଅଳ୍ପ କେତେକ ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ହୋଇଥିବାବେଳେ ଲକ୍ଷାଧିକ ବିପନ୍ନ ବିଦ୍ୟୁତ୍‌ ନ ପାଇ ଅତ୍ୟନ୍ତ ଦୁର୍ବିଷହ ଜୀବନ ଜିଉଛନ୍ତି। ଏ ସମ୍ପର୍କରେ ଛଣିଜଙ୍ଗ ପଞ୍ଚାୟତର ସୁଶାନ୍ତ ନାୟକ, ଅରିଷଣ୍ଢ ପଞ୍ଚାୟତ ଦୁଷ୍ମନ୍ତ ବେହେରା, ତମ୍ପାଳୋ ପଞ୍ଚାୟତର ଦୁଃଶାସନ ସାହୁ, ରଟିଲୋ ପଞ୍ଚାୟତ ରାମଚନ୍ଦ୍ର ସାହୁ କୁହନ୍ତି, ସେମାନଙ୍କ ଗ୍ରାମକୁ ଏବେ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ ସେମାନେ ଅତିଷ୍ଠ ହୋଇପଡ଼ିଲେଣି। ରାତିରେ ଗରମରେ ସେମାନେ ଶୋଇ ନ ପାରି ଯନ୍ତ୍ରଣା ଭୋଗୁଛନ୍ତି। ଗଁା ସାରା ଅନ୍ଧାର ଯୋଗୁ ରାତିରେ ଯାତାୟାତ କରିବାରେ ହଇରାଣ ହେଉଛନ୍ତି। ସନ୍ଧ୍ୟା ପରେ ପିଲାମାନେ ପାଠ ପଢ଼ିପାରୁ ନାହାନ୍ତି। ଏ ନେଇ ବିଦ୍ୟୁତ୍‌ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରତ୍ୟୁଷ ମିଶ୍ର କୁହନ୍ତି, ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିବାବେଳେ ଅଧିକାଂଶ ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ହୋଇଯାଇଛି। ବାକି ଥିବା ଅଞ୍ଚଳକୁ ୧୦/୧୫ଦିନ ମଧ୍ୟରେ ସଂଯୋଗ ଦିଆଯିବ।
ଅନ୍ୟପକ୍ଷରେ ପର୍ଯ୍ୟଟନ ସହର ପୁରୀରେ ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିନି। ସହରର ପ୍ରାୟ ଅଧା ହୋଟେଲ ଖୋଲି ଗଲାଣି। କେତେଜଣ ପର୍ଯ୍ୟଟକ ଆସିଲେଣି। ତେବେ ଆଗକୁ ରଥଯାତ୍ରା ଆସୁଛି। ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିପାଇବ। ତେଣୁ ପର୍ଯ୍ୟଟକମାନେ ଯେପରି ସବୁ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ତାହା ଉପରେ ବିଭାଗ ମଧ୍ୟ ଗୁରୁତ୍ୱ ଦେବା ଦରକାର। ଏ ସମ୍ପର୍କରେ ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଜେନା କହିଛନ୍ତି, ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଛି। ପୁରୀକୁ ପର୍ଯ୍ୟଟକ ଆସିବା ଆରମ୍ଭ କଲେଣି। ପର୍ଯ୍ୟଟକମାନେ ଯେପରି ରହିବା, ଖାଇବାରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିଲାଗି ଧ୍ୟାନଦେବାକୁ ହୋଟେଲଗୁଡ଼ିକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଗନ୍ନାଥପ୍ରସାଦ NAC ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧୨ ଓ୍ବାର୍ଡରେ ହେବ ବିଭକ୍ତ, ଆସନ ସଂରକ୍ଷଣ ନେଇ…

ଜଗନ୍ନାଥପ୍ରସାଦ,୧୯ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳକୁ ନେଇ ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)ର ଓ୍ବାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଅଧିସୂଚନା…

ଫେସବୁକ ଡାଉନ: ଲଗଇନ ଠାରୁ ୱେବସାଇଟ ପର୍ଯ୍ୟନ୍ତ ସେବା ଠପ

ନୂଆଦିଲ୍ଲୀ,୧୯।୭: ଯଦି ଆଜି ସକାଳ ଠାରୁ ଆପଣଙ୍କର ଫେସବୁକ ଠିକ ଭାବରେ କାମ କରୁନାହିଁ, ତେବେ ଆପଣ ଏକା ନୁହଁନ୍ତି। ସାରା ବିଶ୍ୱରେ ହଜାର ହଜାର ଉପଭୋକ୍ତା…

ଗାଁକୁ ଆସି ପାରିଲାନି ଜନନୀ ଏକ୍ସପ୍ରେସ୍‌, ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ୨ କିଲୋମିଟର ବୋହିଲେ ଗ୍ରାମବାସୀ

ଭବାନୀପାଟଣା/ଥୁଆମୂଳ ରାମପୁର,୧୯ା୭(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ରାସ୍ତା ସମସ୍ୟା ପୁଣିଥରେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିଛି। ପ୍ରସବ…

ରାସ୍ତା ଉପରେ ଆଣ୍ଠୁଏ ପାଣି, ବହୁବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ, ମରାମତି ଦାବି କରି…

କେସିଙ୍ଗା,୧୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ଅଧିନସ୍ଥ କିକିଆ ଗ୍ରାମ ପଞ୍ଚାୟତର ଖଜୁରପଡ଼ାଠାରୁ କିକିଆ ୩କିମି ରାସ୍ତା ଶୋଚନୀୟ ଅବସ୍ଥାରେ ଦୀର୍ଘ ୧୫…

ରାଗରେ କମ୍ପୁଛି ଆମେରିକା; ଜୋର୍ଡାନରେ ଦୁଇ ସୈନିକଙ୍କ ମୃତ୍ୟୁକୁ ନେଇ ଇରାନ ଉପରେ ପୁଣି କଲା ଆକ୍ରମଣ

ଓ୍ବାଶିଂଟନ,୧୯ା୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ଘୋଷଣା କରିଛି ଯେ, ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆମେରିକୀୟ…

ସୋନମ ଓ୍ବାଙ୍ଗଚୁକଙ୍କ ସ୍ତ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ: ଅଭିଯୋଗ ଆଣି କହିଲେ ପରିବାର ଇଚ୍ଛା ବିରୋଧରେ…

ନୂଆଦିଲ୍ଲୀ,୧୯ା୭: ବିଶିଷ୍ଟ ଶିକ୍ଷାବିତ୍‌ ତଥା ପରିବେଶବିତ୍‌ ସୋନମ ଓ୍ବାଙ୍ଗଚୁକଙ୍କ ସ୍ତ୍ରୀ ଗୀତାଞ୍ଜଳି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସଫଦରଜଙ୍ଗ ହସ୍ପିଟାଲରୁ ଘରୋଇ ମେଡିକାଲକୁ ସ୍ଥାନାନ୍ତର ପାଇଁ ଗୀତାଞ୍ଜଳି…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

ସିର୍ଜାପାଲିରେ ଶ୍ରୀ ଜଗନ୍ନାଥଙ୍କ ବରାହ ବେଶ ଦର୍ଶନ

କେସିଙ୍ଗା, ୧୯।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିର୍ଜାପାଲି ଗ୍ରାମସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପାରମ୍ପରିକ ବରାହ ବେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri