ରାସ୍ତା ଉପରେ ଆଣ୍ଠୁଏ ପାଣି, ବହୁବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ, ମରାମତି ଦାବି କରି…

କେସିଙ୍ଗା,୧୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ଅଧିନସ୍ଥ କିକିଆ ଗ୍ରାମ ପଞ୍ଚାୟତର ଖଜୁରପଡ଼ାଠାରୁ କିକିଆ ୩କିମି ରାସ୍ତା ଶୋଚନୀୟ ଅବସ୍ଥାରେ ଦୀର୍ଘ ୧୫ ବର୍ଷ ହେଲା ପଡ଼ିରହିଛି। ଗତ ୨୦୧୦-୧୧ରେ ଏହି ୩କିମି ରାସ୍ତାକୁ କେସିଙ୍ଗା ଆର୍‌ଡି ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିଲା। ଏହି ୩ କିମି ରାସ୍ତା ଉପରେ ସ୍ଥାନେସ୍ଥାନେ ଖାଲ ହୋଇଛି। ବର୍ଷା ଦିନରେ ବହୁ ଜାଗାରେ ଆଣ୍ଠୁଏ ପାଣି ଜମି ରହୁଛି। ଏହି ରାସ୍ତା ଦେଇ ଦୈନିକ ଶହଶହ ସଂଖ୍ୟାରେ ହାଇଓ୍ବା, ଟ୍ରାକ୍ଟରରେ ବାଲି, ଚିପ୍ସ ଆଦି ସାମଗ୍ରୀ ବୋଝେଇ କରି ଦୈନିକ ଯିବା ଆସିବା କରୁଛି। ରାସ୍ତା କାମ ଠିକ୍‌ ଭାବେ ମଧ୍ୟ କାମ କରା ଯାଇ ନ ଥିବାରୁ ଭାରୀଯାନ ଚଳାଚଳରେ ଖରାପ ହେଉଛି। ବହୁ ଜାଗାରେ ଖାଲ ହୋଇ ପାଣି ଜମି ରହୁଛି। ଫଳରେ ବହୁ ଲୋକମାନେ ଖାଲରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ମରାମତି କରିବା ପାଇଁ ଗ୍ରାମବାସୀ ବହୁବାର ଜିଲାପାଳ, ବିଭାଗୀୟ ଅଧିକାରୀଙ୍କୁ ରାସ୍ତା ମରାମତି କରିବା ପାଇଁ ଅଭିଯୋଗ କରିଥିଲେ ମଧ୍ୟ ଆଜକୁ ୧୫ ବର୍ଷ ହେଲା କୌଣସି ସୁଫଳ ହେଉନାହିଁ। ଯଥାଶୀଘ୍ର କିକିଆଠାରୁ ଖଜୁରପଡ଼ା ୩କିମି ରାସ୍ତା ମରାମତି କରିବା ପାଇଁ ଯଦି ବିଭାଗୀୟ ଅଧିକାରୀ ପଦକ୍ଷେପ ନ ନିଅନ୍ତି ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ବାକୁ ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ସୁଖୀଶ୍ୟାମ ନାଏକଙ୍କୁ ପଚାରିବାରୁ ବର୍ଷା ଋତୁ ସରିଲା ପରେ ସର୍ଭେ କରି ମରାମତି ପାଇଁ ରାଜ୍ୟ ସରକାରଙ୍କୁ ପଠାଯିବ ବୋଲି ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଅପଶବ୍ଦ କହିବା ଅଶ୍ଳୀଳତା ନୁହେଁ

ନୂଆଦିଲ୍ଲୀ,୧୯ା୭: କାହାକୁ ଗାଳିଗୁଲଜ କରିବା ଓ ଅପଶବ୍ଦ ପ୍ରୟୋଗ ଅସଭ୍ୟ ଏବଂ ଆପତ୍ତିଜନକ ହୋଇଥିଲେ ମଧ୍ୟ ଏହା ଅଶ୍ଳୀଳତା ନୁହେଁ । ଏଭଳି ଆଜି ରାୟ ଦେଇଛନ୍ତି…

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା…

ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…

୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

ଥୁଆମୂଳ ରାମପୁର,୧୯ା୭(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ…

ଚଞ୍ଚକତା କରି ଭାରପ୍ରଧାନ ଶିକ୍ଷକଙ୍କୁ ବଦଳି ଅଭିଯୋଗ, ଅଭିଭାବକ ମହଲରେ ଅସନ୍ତୋଷ

ହାଟଡିହୀ,୧୯ା୭(ଶୁଭକାନ୍ତ ନାୟକ): ଚଳିତ ଜୁଲାଇ ମାସ ଗତ ୧୦ ତାରିଖରେ ଡ଼ିଏଲଟିସି ବୈଠକ ବସିଥିଲା । ଏହି ବୈଠକ ଜିଲା ସ୍ତରରେ ଅନୁଷ୍ଠିତ ହୋଇଥାଏ । ବୈଠକରେ…

ଫିଫା ବିଶ୍ୱକପ୍‌: ଫ୍ରାନ୍ସକୁ ୬-୪ରେ ହରାଇଲା ଇଂଲଣ୍ଡ

ମାୟାମି ଗାର୍ଡେନ୍ସ,୧୯ା୭: ବୁକାୟୋ ସାକାଙ୍କ ହ୍ୟାଟ୍ରିକ ଗୋଲ ବଳରେ ରବିବାର ଚଳିତ ଫିଫା ବିଶ୍ୱକପ୍‌ରେ ଅନୁଷ୍ଠିତ ପ୍ଲେ-ଅଫ୍‌ ମ୍ୟାଚ୍‌ରେ ଇଂଲଣ୍ଡ ୬-୪ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି…

ଶ୍ରୀକ୍ଷେତ୍ରରୁ ଭଟଲି ଆସିଲା ତିନି ରଥର ଚକ; ପାଛୋଟି ଆଣିଲେ ହଜାର ହଜାର ଭକ୍ତ, ବିଧାୟକ କହିଲେ…

ବରଗଡ଼,୨୦।୭(ପ୍ରେମାନନ୍ଦ ଖମାରୀ): ପୁରୀ ଧାମରୁ ଭଟଲି ଦଧିବାମନ ଧାମକୁ ରବିବାର ତିନି ରଥର ଚକ ପହଞ୍ଚିଛି । ଶ୍ରୀକ୍ଷେତ୍ର ପୁରୀର ଏହି ତିନି ରଥର ଚକକୁ ଭବ୍ୟ…

ଇରାନ ରିଭଲ୍ୟୁଶନାରି ଗାର୍ଡ ଉପରେ ଆମେରିକାର ବଡ଼ ଆକ୍ରମଣ

ଦୁବାଇ,୧୯ା୭: ଜୋର୍ଡାନରେ ଇରାନର ମିଶାଇଲ ଆକ୍ରମଣରେ ୨ ଜଣ ଆମେରିକୀୟ ସୈନ୍ୟ ନିହତ ହେବା ପରେ ଏହାର ଜବାବରେ ଓ୍ବାଶିଂଟନ ରବିବାର ଇରାନ ଅର୍ଦ୍ଧସାମରିକ ବାହିନୀ ରିଭଲ୍ୟୁଶନାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri