କେସିଙ୍ଗା, ୧୯।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିର୍ଜାପାଲି ଗ୍ରାମସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପାରମ୍ପରିକ ବରାହ ବେଶରେ ସୁସଜ୍ଜିତ କରାଯାଇଥିଲା। ଏହି ଅବସରରେ ସକାଳୁ ସକାଳୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମନ୍ଦିରକୁ ଆସି ପ୍ରଭୁଙ୍କ ବରାହ ବେଶ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ମନ୍ଦିରର ପୂଜକ ପଦ୍ମନାଭ ଦାଶ ଓ ପ୍ରମୋଦ ଦାଶ ନୀତିନିୟମ ଅନୁଯାୟୀ ପ୍ରଭୁଙ୍କ ପୂଜାର୍ଚ୍ଚନା, ଭୋଗ ଓ ଅନ୍ୟାନ୍ୟ ଧାର୍ମିକ ନୀତି ସମ୍ପନ୍ନ କରିଥିଲେ।
ରଥଯାତ୍ରା ଉପଲକ୍ଷେ ମନ୍ଦିର ପରିସରରେ ଭଜନ, ସଂକୀର୍ତ୍ତନ ଏବଂ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ଜାରି ରହିବ ବୋଲି ପୂଜକ ଦାଶ ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily

