କପିଳାସ ଚିଡ଼ିଆଖାନାର ନୂତନ ଅତିଥି ‘ହିରୋ’

ଢେଙ୍କାନାଳ ଅଫିସ, ୭ା୬-ସମ୍ବଲପୁର-ଦେବଗଡ଼ ଜିଲା ମଧ୍ୟବର୍ତ୍ତୀ ବାମରା ବନଖଣ୍ଡରୁ ଉଦ୍ଧାର ହୋଇଥିବା ହାତୀ ଶାବକ କପିଳାସ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରର ନୂତନ ସଦସ୍ୟ ପାଲଟିଛି। ଏକ ସ୍ବତନ୍ତ୍ର ମିନିଟ୍ରକ୍‌ରେ ଶୁକ୍ରବାର ଅପରାହ୍ନରେ ହାତୀ ଛୁଆକୁ ଅଣାଯାଇଛି। ହାତୀର ଆନୁମାନିକ ବୟସ ଦେଢ଼ବର୍ଷ ହୋଇଥିବାବେଳେ ବନ କର୍ମଚାରୀମାନେ ଏହାର ନାମ ରଖିଛନ୍ତି ‘ହିରୋ’।
ବାମରା ବନଖଣ୍ଡ ଅଞ୍ଚଳରେ ରୋଗାକ୍ରାନ୍ତ ମାଈ ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ହାତୀକୁ ଚିକିତ୍ସା କରାଯାଉଥିବା ସମୟରେ ଉକ୍ତ ଶାବକ ମା’ର ପାଖେ ପାଖେ ରହିଥିଲା। ସୁରକ୍ଷା ଦୃଷ୍ଟିରୁ ତାକୁ ଜଙ୍ଗଲକୁ ଛଡ଼ାଯିବା ପରିବର୍ତ୍ତେ କପିଳାସ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରରେ ଲାଳନ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଏ ସଂକ୍ରାନ୍ତରେ ଡିଏଫ୍‌ଓ ସୁଦର୍ଶନ ପାତ୍ର କୁହନ୍ତି, ଅସୁସ୍ଥ ମା’ ହାତୀର ମୃତ୍ୟୁ ପରେ ବାମରା ବନଖଣ୍ଡରୁ ହାତୀ ଶାବକର ରକ୍ଷଣାବେକ୍ଷଣ ପାଇଁ କପିଳାସ ଅଣାଯାଇଛି। ଏହାର ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଛି। ସୂଚନାଯୋଗ୍ୟ, କପିଳାସ ଜୁ’ରେ କାର୍ତ୍ତିକ, ଉମା, ଚନ୍ଦୁ ନାମକ ୩ଟି ହାତୀ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ‘ହିରୋ’ର ଆଗମନ ପରେ ଏହି ସଂଖ୍ୟା ୪ରେ ପହଞ୍ଚତ୍ଛି। ଚିଡ଼ିଆଖାନାରେ କିଛିଦିନ ତଳେ ସ୍ବାସ୍ଥ୍ୟଗତ କାରଣରୁ ହାତୀ ଶାବକ ‘ରାଜା’ର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୋ-ଭୋଲଟେଜ ଓ ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଦଶପଲ୍ଲାରେ ଗଣଶୋଭାଯାତ୍ରା: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନୟାଗଡ଼/ଦଶପଲ୍ଲା, ୧୦/୬ (ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି):ଦଶପଲ୍ଲାର ଟାକରାସ୍ଥିତ ଗ୍ରୀଡ୍‌କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଲୋ-ଭୋଲଟେଜ ସମସ୍ୟାର ସମାଧାନ, ଟିପିସିଓଡିଏଲର…

ସୁଧୁରୁନି ପାକିସ୍ତାନ: ଆଫଗାନିସ୍ତାନ ଉପରେ କଲା ବଡ଼ ଆକ୍ରମଣ

ଇସଲାମାବାଦ୍‌,୧୦।୬: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନରେ ବିମାନ ଆକ୍ରମଣ କରିଛି। ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ତାଲିବାନର ମୁଖ୍ୟ…

ସରକାରଙ୍କ ବଡ଼ ପଦକ୍ଷେପ, ଶେଷ ହେବ ‘ଦୁଇ ସନ୍ତାନ’ ନିୟମ

ଇନ୍ଦୋର,୧୦।୬: ମଧ୍ୟପ୍ରଦେଶ ସରକାର ଚାକିରି ଆଶାୟୀ ଏବଂ ବର୍ତ୍ତମାନର ସରକାରୀ କର୍ମଚାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ମୋହନ ଯାଦବ ପ୍ରଶାସନ ୨୩ ବର୍ଷ ପୁରୁଣା ‘ଦୁଇ…

ଟିମ ଇଣ୍ଡିଆରେ ସ୍ଥାନ ପାଇବା ପରେ ପ୍ରଥମଥର ଏମିତି କାରନାମା କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୦।୬: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତ ଏ ଦଳ ସହିତ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ଏକ ଦିନିକିଆ ସିରିଜ ଚାଲିଛି। ଏଥିରେ ଭାରତ ଏ, ଶ୍ରୀଲଙ୍କା…

ସରକାରଙ୍କ ବଡ଼ ଘୋଷଣା: ମେଟ୍ରୋ, ବସ୍‌ରେ ଅଫିସ ଯିବାଆସିବା କରୁଥିବା କର୍ମଚାରୀଙ୍କୁ ମିଳିବ ଅଧିକ ଦରମା

ନୂଆଦିଲ୍ଲୀ,୧୦।୬: ଦିଲ୍ଲୀ ସରକାର ନିଜ କର୍ମଚାରୀଙ୍କ ହିତ ପାଇଁ ଏବଂ ବଢୁଥିବା ଇନ୍ଧନ (ଫ୍ୟୁଏଲ) ସଙ୍କଟର ମୁକାବିଲା କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର…

ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନପତ୍ର ଖାରଜ, ଆଜି ହୋଇପାରେ ଆଲୋଚନା

ଭୋପାଳ,୧୦ା୬: ମଧ୍ୟପ୍ରଦେଶରୁ ରାଜ୍ୟ ସଭାରେ ଖାଲି ପଡ଼ିବାକୁ ଥିବା ୩ଟି ଆସନ ଲାଗି ନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପାର ଏକ ଅଭିଯୋଗ ଆଧାରରେ କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ…

ଆମେରିକା-ଇରାନ ଡିଲ୍‌ ଫାଇଲ କ୍ଲୋଜ? ଆମେରିକାର ବିମାନ ଆକ୍ରମଣରେ ୮ ସହର ଧୂଆଁରେ ଆଚ୍ଛାଦିତ

ତେହରାନ,୧୦।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ସ୍ଥଗିତ ଥିବା ପରି ମନେ ହେଉଛି। ଏକ ଆମେରିକୀୟ ଆପାଚେ ହେଲିକପ୍ଟରକୁ ଖସାଇ ଦେବା…

ବିଦେଶରେ ଫସି ରହିଛନ୍ତି ଆନନ୍ଦପୁରର ଯୁବକ, ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କଲେ…

ବଞ୍ଚୋ,୧୦।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଯୁବକ ସତ୍ୟଦୀପ ସାହୁ ତାଞ୍ଜାନିଆରେ ଫସି ରହିଥିବା ନେଇ ଚିନ୍ତା ପ୍ରକାଶ ପାଇଛି। ତାଙ୍କୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri