କନ୍ୟା ଭ୍ରୂଣ ହତ୍ୟା ରୋକିବାକୁ ଗୁରୁତ୍ୱ: ପ୍ରସବ ବିବରଣୀ ଦେବେ ଘରୋଇ କ୍ଲିନିକ୍‌

ଅନୁଗୋଳ ଅଫିସ, ୩୧।୮ – ଜିଲାରେ ଚାଲୁଥିବା ଅଲଟ୍ରାସାଉଣ୍ଡ କ୍ଲିନିକ ଓ ନର୍ସିଂହୋମରେ କଡାକଡି ପାଳନ ହେବ ଲିଙ୍ଗ ନିରୂପଣ ନିରୋଧୀ ସମ୍ପର୍କିତ ପିସିଆଣ୍ଡପିଏନ୍‌ଡିଟି ଆଇନ। ସମସ୍ତ ଘରୋଇ ପଞ୍ଜୀକୃତ କ୍ଲିନିକ୍‌ଗୁଡ଼ିକ ପ୍ରତିମାସ ଶେଷରେ ପ୍ରସବ ବିବରଣୀ ସମ୍ପୃକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରଦାନ କରିବେ। ଏଥିସହ ଜିଲାରେ ଅଲଟ୍ରାସାଉଣ୍ଡ ମେଶିନ୍‌ ଯୋଗାଣକାରୀ ସଂସ୍ଥାଗୁଡ଼ିକ ସେମାନଙ୍କ କିଣାବିକାର ବିସ୍ତୃତ ବିବରଣୀ ଦେବେ। ନଚେତ ସେମାନଙ୍କୁ ଜିଲା ଭିତରେ ମେଶିନ ବିକ୍ରୟ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଗୁରୁବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକରେ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି। ବେଆଇନ ଲିଙ୍ଗ ନିରୂପଣ କରୁଥିବା ନର୍ସିଂହୋମ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଚେତାବନୀ ଦେଇଛନ୍ତି।
ବୈଠକରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯଦୁନାଥ ହଁାସଦା ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ପିସିଆଣ୍ଡପିଏନ୍‌ଡ଼ିଟିର ସହକାରୀ ପରିଚାଳକ ପର୍ଶୁରାମ ପଣ୍ଡା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲାରେ କନ୍ୟା ଭ୍ରୂଣ ହତ୍ୟା ରୋକିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ଲିଙ୍ଗ ଅନୁପାତରେ ଶିଶୁକନ୍ୟାଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା। ଜିଲାରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଅଲଟ୍ରାସାଉଣ୍ଡ କ୍ଲିନିକ ପଞ୍ଜୀକରଣ ଓ ଅଭିଜ୍ଞତା ଭିତ୍ତିରେ ଡାକ୍ତର ନିୟୋଜିତ ପାଇଁ ଅନୁମତି ଦିଆଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ଏଣିକି କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ ପାଇଁ ଆବେଦନ କରୁଥିବା ଅଲଟ୍ରାସାଉଣ୍ଡର ଗୃହଗୁଡ଼ିକରେ ଆବଶ୍ୟକ ସ୍ଥାନ ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ମାସରେ କ୍ଲିନିକ ଗୁଡିକରେ ଅତି କମ୍‌ରେ ୨ଥର ଅତର୍କିତ ଚଢ଼ାଉ କରିବାକୁ ଜିଲାପାଳ କମିଟିର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଶା ଓ ଅଙ୍ଗନାୱାଡ଼ି କର୍ମୀମାନେ ପ୍ରାଥମିକ ଅବସ୍ଥାରେ ଗର୍ଭ ପଞ୍ଜୀକରଣ ପାଇଁ ପ୍ରବର୍ତ୍ତାଇବା ସହ ଏହାର ଠିକ୍‌ ତଥ୍ୟ କମିଟିକୁ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି। ଅକ୍ଟୋବର ୧୧ରେ ଜିଲାରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ଜିଲାର ୫ ଜଣ ଝିଅଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ବୈଠକ ପ୍ରାରମ୍ଭରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରତାପ କୁମାର ବେହେରା ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ। ଏଡିଏମ୍‌ଓ (ମେଡ଼ିକାଲ) ଡା. ଲକ୍ଷ୍ମୀନାରାୟଣ ବିଶୋଇ, ଜିଲା ଯକ୍ଷ୍ମା ନିରାକରଣ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ସରକାରୀ ଓକିଲ ପ୍ରଦୀପ ଦାଶ, ବିଶ୍ୱ ଯୁବ କେନ୍ଦ୍ରର ମନୋଜ କୁମାର ମହାପାତ୍ର, ଅନୁଗୋଳ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ସୁକାନ୍ତି ଦାସ, ସାମାଜିକ କର୍ମୀ ପର୍ଶୁରାମ ଦାସ ଓ ଜ୍ୟୋତିର୍ମୟୀ ଦେହୁରୀଙ୍କ ସମେତ ଜିଲା ମୁଖ୍ୟ ଚିକିତ୍ସାଳୟର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri