କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର:ନୂଆ ଆମ୍ବୁଲାନ୍ସ ଖତ ଖାଉଛି, ଭଡ଼ା ଗାଡ଼ିରେ କାମ ଚଳାଯାଉଛି

ଖଣ୍ଡପଡ଼ା,୨୫ା୯(ସ୍ବ.ପ୍ର.): ଜରୁରିକାଳୀନ କ୍ଷେତ୍ରରେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସରକାରୀ ଡାକ୍ତରଖାନାରେ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। କିନ୍ତୁ ଅନେକ ସ୍ଥାନରେ ପରିଚାଳନଗତ ତ୍ରୁଟି ହେଉ କିମ୍ବା ରକ୍ଷଣାବେକ୍ଷଣ ଅଭାବରୁ ଆମ୍ବୁଲାନ୍ସ ଥାଇ ବି ରୋଗୀଙ୍କ କାମରେ ଲାଗିପାରୁ ନାହିଁ। ନୟାଗଡ଼ ଜିଲା କଣ୍ଟିଲୋ ସରକାରୀ ଡାକ୍ତରଖାନାରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏଠାରେ ୬ବର୍ଷ ପୂର୍ବରୁ କିଣାଯାଇଥିବା ନୂଆ ଆମ୍ବୁଲାନ୍ସ ପଡିରହି ଖତ ଖାଉଥିବାବେଳେ ଭଡାଗାଡ଼ିରେ କାମ ଚଳାଯାଉଛି।
କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ, କଣ୍ଟିଲୋ ଓ ଏହାର ଆଖପାଖ ବାଣପୁର, ଧାନଚେଙ୍ଗଡା, ସିଧାମୂଳା, ବେଣାଗାଡିଆ, ପଥରଚକଡା, ବାଉଁଶବାଟି ଆଦି ୭ ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଜନସଧାରଣ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି। ଏହାଛଡା କଣ୍ଟିଲୋ ନୀଳମାଧବ ପୀଠ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ପ୍ରତ୍ୟହ ଶତାଧିକ ପର୍ଯ୍ୟଟକ ଏହି ଅଞ୍ଚଳକୁ ଆସିଥାନ୍ତି। ଅନେକ ସମୟରେ ଜରୁରୀ ସେବା ପାଇଁ ପର୍ଯ୍ୟଟକମାନେ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ସେବା ପାଇଁ ଆସିଥାନ୍ତି। ଜରୁରିକାଳୀନ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ହୋଇଥାଏ। କିନ୍ତୁ ହଠାତ୍‌ କୌଣସି ଯାନବାହନ ମିଳୁ ନ ଥିବାରୁ ରୋଗୀ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଅଞ୍ଚଳବାସୀଙ୍କ ବହୁ ଦାବି ପରେ ୨୦୧୩ ଅଗଷ୍ଟ ମାସରେ ତତ୍କାଳୀନ ଖଣ୍ଡପଡ଼ା ବିଧାୟକ ସିଦ୍ଧାର୍ଥ ଶେଖର ସିଂହଙ୍କ ଅନୁଦାନ ପାଣ୍ଠିରୁ ପ୍ରାୟ ୩ ଲକ୍ଷ ଟଙ୍କା ବ୍ୟୟରେ ଆମ୍ବୁଲାନ୍ସ (ମାରୁତି ଗାଡ଼ି) କ୍ରୟ କରାଯାଇ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା। ହେଲେ ନୀତିନିୟମ ଆଳକରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚାଳକ ଯୋଗାଇବା ସମ୍ଭବ ନ ଥିଲା। ଫଳରେ ଏହି ଗାଡିକୁ ସ୍ବାସ୍ଥ୍ୟକେନ୍ଦ୍ରର ରୋଗୀ କଲ୍ୟାଣ ସମିତି ଦ୍ୱାରା ପରିଚାଳନା କରାଯିବାକୁ ପରାମର୍ଶ ଦିଆଯାଇଥିଲା। ସେ ସମୟରେ କୌଣସି ଚାଳକ ସୀମିତ ଅର୍ଥରେ କିମ୍ବା ଠିକା ଭାବରେ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରି ନ ଥିଲେ। ଫଳରେ ଗାଡ଼ିଟି ଅବ୍ୟବହୃତ ହୋଇ ପଡିରହିଛି। ଏବେ ୧୦୨ ଆମ୍ବୁଲାନ୍ସ ପାଇଁ ବିଭାଗୀୟ ନିର୍ଦ୍ଦେଶ କ୍ରମେ ବୋଲେରୋ ଗାଡି ଭଡ଼ା ସୂତ୍ରରେ ଦିଆଯାଇଛି ା ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା କଥା, ବିଭିନ୍ନ ମେଡିକାଲରେ ଆମ୍ବୁଲାନ୍ସ ଅଚଳ ଅବସ୍ଥାରେ ରହିଛି। ସେସବୁ ଗାଡିର ଡ୍ରାଇଭର ଘରେ ବସି ଦରମା ନେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ନିର୍ଦ୍ଦେଶକ୍ରମେ ଏହି ଚାଳକମାନଙ୍କୁ ନିୟୋଜିତ କରାଗଲେ ପଡିରହିଥିବା ଗାଡି ଚଳାଚଳ କରିବା ସହ ଜରୁରିକାଳୀନ ସେବା ପାଇଁ ରୋଗୀମାନେ ଉପକୃତ ହୋଇପାରନ୍ତେ। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ସରକାର ରୋଗୀମାନଙ୍କ ପାଇଁ ୧୦୨ ଓ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ରୋଗୀମାନେ ମାଗଣାରେ ସେବା ପାଇପାରୁଛନ୍ତି। ତେଣୁ ବିଧାୟକ ଅନୁଦାନରେ କିଣାଯାଇଥିବା ଗାଡି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ପଡୁନି। ଅନ୍ୟପକ୍ଷରେ ସ୍ବାସ୍ଥ୍ରକେନ୍ଦ୍ରର ରୋଗୀ କଲ୍ୟାଣ ସମିତି ସଭାପତି ରାମେଶ୍ୱର ଶତପଥୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏହି ସମସ୍ୟା ନେଇ ସରକାରଙ୍କୁ ଅବଗତ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?