କଡ଼ା ପହରା ମଧ୍ୟରେ ଷ୍ଟ୍ରଙ୍ଗ ରୁମ୍‌

ଚମ୍ପୁଆ, ୨୯ା୪(ଡି.ଏନ.ଏ.)- ଗତ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଭିନ୍ନ ବୁଥ୍‌ରୁ ଇଭିଏମ୍‌ ଅଣାଯାଇ  ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ସ୍ଥାନୀୟ  ଚନ୍ଦ୍ରଶେଖର ମହାବିଦ୍ୟାଳୟଠାରେ ଚମ୍ପୁଆ ଓ ପାଟଣା ନିର୍ବାଚନମଣ୍ଡଳୀର ଇଭିଏମ୍‌ ରଖାଯାଇଥିବାରୁ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଆତଯାତ ରୋକିବା ସହ ଏହାକୁ ସୁରକ୍ଷା ଦେବା ଲାଗି କଡ଼ା ପହରା ବ୍ୟବସ୍ଥା କରାଯାଇଛି। ଉକ୍ତ ଇଭିଏମ୍‌ ଷ୍ଟ୍ରଙ୍ଗରୁମ୍‌ର ସୁରକ୍ଷା ଲାଗି  ସଶସ୍ତ୍ର ସୀମା ସୁରକ୍ଷାବଳର ୧ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ବଳମାନେ ଷ୍ଟ୍ରଙ୍ଗରୁମର ସମ୍ମୁଖ ଭାଗ ଏବଂ ଛାତ ଉପରେ ସଜାଗ ରହି ୨୪ ଘଣ୍ଟା ସୁରକ୍ଷା ପ୍ରଦାନ କରୁଛନ୍ତି।  ଚମ୍ପୁଆ ଏସଡିପିଓ ହରିହର ପାଣି ଓ ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ସୁରକ୍ଷା ଦାୟିତ୍ୱ ତଦାରଖ  କରୁଛନ୍ତି।  ଗତ ଦୁଇଦିନତଳେ କେନ୍ଦୁଝର ସ୍କୁଲ ଅଫ ମାଇନିଂ ଇଞ୍ଜିନିୟରିଂ କେନ୍ଦୁଝରଠାରେ ଜନୈକ ସନ୍ଦିଗ୍ଧ ବ୍ୟକ୍ତି ଧରାପଡିବା ପରେ ଚମ୍ପୁଆଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଥାନା ଅଧିକାରୀ ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri