Posted inଖେଳ

କଟା ହାତ ସତ୍ତ୍ୱେ ଫୁଟ୍‌ବଲକୁ ଫେରିଲେ ଜ୍ୱିରେକ୍ୱି

ହରାରେ, ୨୦ା୬ (ଏଏଫ୍‌ପି)-ହାତ କଟି ଯାଇଥିଲେ ମଧ୍ୟ ଫୁଟ୍‌ବଲ ପଡ଼ିଆକୁ ଫେରିଛନ୍ତି ଜିମ୍ବୋଓ୍ବେ ଖେଳାଳି ହାର୍ଡଲାଇଫ୍‌ ଜ୍ୱିରେକ୍ୱି। ଜିମ୍ବାଓ୍ବେ ଫୁଟ୍‌ବଲ ଦଳର ଜଣେ ନିୟମିତ ସଦସ୍ୟ ହେଉଛନ୍ତି ଜ୍ୱିରେକ୍ୱି। ଗତବର୍ଷ ଏକ କାର୍‌ ଦୁର୍ଘଟଣାରେ ତାଙ୍କ ହାତ କଟିଯାଇଥିଲା। ଦୃଢମନା, ସଂକଳ୍ପ, କଠିନ ପରିଶ୍ରମ ଓ ଅଭ୍ୟାସ ବଳରେ ସେ ପୁଣି ପଡ଼ିଆକୁ ଫେରିବାରେ ସଫଳ ହୋଇଛନ୍ତି। ଖବର ଅନୁସାରେ ସମ୍ମୁଖ ଭାଗରୁ ଦ୍ରୁତ ବେଗରେ ଆସୁଥିବା ଏକ ଗାଡ଼ି ସହିତ ଧକ୍କାକୁ ଏଡାଇବାକୁ ଯାଇ ତାଙ୍କ କାର୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଯେଉଁଥିରେ ତାଙ୍କ ବାମ ହାତର ଏକ ଅଂଶ କଟି ଯାଇଥିଲା। ଜ୍ୱିରେକ୍ୱି କହିଛନ୍ତି, ଅଧିକାଂଶ ମନେ କରିଥିଲେ ମୋର କ୍ୟାରିୟରର ପରିସମାପ୍ତି ଘଟିଲା। ମାତ୍ର ମୁଁ ଏଥିରେ ବିଚଳିତ ନ ହୋଇ ମୋ ପ୍ରିୟ ଖେଳକୁ କିପରି ପ୍ରତ୍ୟାବର୍ତ୍ତନ କରିବି ସେ ନେଇ ପ୍ରଚେଷ୍ଟା କରିଥିଲି। ଇଜିପ୍ଟରେ ଆଫ୍ରିକା କପ୍‌ ଅପ୍‌ ନେଶନ୍ସ ଟୁର୍ନାମେଣ୍ଟରେ ମୁଁ ପୂର୍ବତନ ଟିମ୍‌ମେଟ୍‌ଙ୍କ ଖେଳ ଉପରେ ନଜର ରଖିଥିଲି। ଅଙ୍ଗ ହରାଇବା ପରେ ନୂଆ ତରିକାରେ କିପରି ଖେଳିବାକୁ ହେବ ମୋତେ ଶିଖିବାକୁ ହୋଇଥିଲା। ପୁଟ୍‌ବଲ ଏପରି ଏକ ଖେଳ ଯେଉଁଥିରେ ଦୁଇ ହାତ ସନ୍ତୁଳନ ରକ୍ଷା କରିବାକୁ ପଡ଼ିଥାଏ। ବାଲାନ୍ସ ବ୍ୟତୀତ, ବଲ୍‌ ଟ୍ୟାକଲ କରିବା ଏବଂ ତଳେ କିପରି ସୁରକ୍ଷିତ ଭାବେ ପଡ଼ିବାକୁ ହେବ ଏସବୁ ଶିଖିବା ଲାଗି ମୋତେ ୫ ମାସ ସମୟ ଲାଗିଗଲା। ନୂଆ ରୂପରେ ଖେଳିବା କୌଶଳ ହାସଲ କରିବା କ୍ଷେତ୍ରରେ ଡାକ୍ତର, ଫିଜିଓଥେରାପିଷ୍ଟ ଏବଂ ଫିଟ୍‌ନେସ ଟ୍ରେନରମାନଙ୍କ ଯଥେଷ୍ଟ ଅବଦାନ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

୧୮୬ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଘଟିଲା…

ନୂଆଦିଲ୍ଲୀ,୭।୯: ସୋମବାର କୁଆଲାଲମ୍ପୁରରୁ ଜେଦ୍ଦା ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନର ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ଚେନ୍ନାଇ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ବିମାନରେ ୧୮୬…

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

ଚାକିରି ନୁହେଁ ବ୍ୟବସାୟରେ ରାଜ୍‌ କରନ୍ତି ଏହି ୬ ରାଶି, ନିଜ ଦମ୍‌ରେ ପାଆନ୍ତି ବଡ଼ ସଫଳତା

ବ୍ୟବସାୟ ଦୁନିଆରେ କିଛି ଲୋକ ଖୁବ କମ ସମୟରେ ସଫଳତାର ଶୀର୍ଷରେ ପହଞ୍ଚିଯାଆନ୍ତି, ଆଉ କିଛି ଲୋକ ବର୍ଷ ବର୍ଷ ଧରି ପରିଶ୍ରମ କରିବା ପରେ ମଧ୍ୟ…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

ଭୟରେ ଝାରମୁଣ୍ଡାବାସୀ; ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ସୁରକ୍ଷା ବାଡ଼…

ରିଷିଡା,୭।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡା ଗ୍ରାମରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri