Posted inଜାତୀୟ

କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା:ହରିୟାଣାର ଆଇନଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଲେ ରାହୁଲ

ଫରିଦାବାଦ/ନୂଆଦିଲ୍ଲୀ,୨୮।୬ (ପି.ଟି.):ହରିୟାଣାର କଂଗ୍ରେସ ନେତା ବିକାଶ ଚୌଧୁରୀଙ୍କୁ ଗୁରୁବାର ଦିବାଲୋକରେ ଗୁଳିକରି ହତ୍ୟା କରାଯାଇଛି। ପ୍ରଦେଶ କଂଗ୍ରେସର ମୁଖପାତ୍ର ଥିବା ବିକାଶ ସେକ୍ଟର ୯ରେ ଥିବା ଏକ ଜିମ୍‌ ନିକଟରେ ନିଜ କାର୍‌କୁ ପାର୍କିଂ କରୁଥିବାବେଳେ ଦୁର୍ବୃତ୍ତମାନେ ଦୁଇପଟୁ ପ୍ରାୟ ୧୫ଟି ଗୁଳିମାଡ଼ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସର୍ବୋଦୟ ହସ୍ପିଟାଲକୁ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ବିକାଶଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ବୋଲି ଏସିପି ଜୟବୀର ସିଂ ରାଠି ପ୍ରକାଶ କରିଛନ୍ତି। ଏଭଳି ଘଟଣାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତୀବ୍ର ନିନ୍ଦାକରିବା ସହ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନ ଉଠାଇଛନ୍ତି। ଏସିପି କହିଛନ୍ତି, ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇ ଅଛି ଓ ଘଟଣାସ୍ଥଳରୁ ୧୨ଟି କାଟ୍ରିଜ୍‌ ଜବତ ହୋଇଛି। ଏହି ହତ୍ୟାକାଣ୍ଡ ଯୋଜନାବଦ୍ଧ ଥିଲା ଓ ଦୁର୍ବୃତ୍ତମାନେ ବିକାଶ କାର୍‌ରେ ଏକୁଟିଆ ଜିମ୍‌ ଯାଉଥିଲେ ବୋଲି ଜାଣିଥିଲେ। ବିକାଶଙ୍କ ବେକ, ଛାତିରେ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ବୋଲି ଏସିପି ପ୍ରକାଶ କରିଛନ୍ତି। ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁକରି ସିସିଟିଭି କ୍ୟାମେରା ଯାଞ୍ଚ କରୁଥିବା ସେ କହିଛନ୍ତି। ଅଭିଯୁକ୍ତଙ୍କୁ ଧରିବା ଲାଗି ଏକାଧିକ ପୋଲିସ ଟିମ୍‌ ଗଠନ କରାଯାଇଥିବା ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ବଦଳିଲା ଗ୍ୟାସ ସିଲିଣ୍ଡର ବୁକିଂ ନିୟମ: ଏଣିକି ଏତିକି ଦିନରେ ମିଳିବ ନୂଆ ସିଲିଣ୍ଡର

ନୂଆଦିଲ୍ଲୀ, ୭।୯: ଗତ କିଛି ଦିନ ଧରି ଦେଶରେ ଗ୍ୟାସର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଗ୍ୟାସ ସିଲିଣ୍ଡର…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

କୁମ୍ଭ-ବିଛା ସମେତ ୪ ରାଶି ପାଇଁ ଭାଗ୍ୟଶାଳୀ ଏହି ସପ୍ତାହ: ଚାକିରିରେ ପ୍ରମୋସନ ସହ ବଢ଼ିବ ଦରମା!

ଭୁବନେଶ୍ୱର: ନୂଆ ସପ୍ତାହର ଆରମ୍ଭ ବୁଧଙ୍କ ଗୋଚର ସହ ହେଉଛି। ଜ୍ୟୋତିଷ ଗଣନା ଅନୁସାରେ, ଏହି ସପ୍ତାହ କୁମ୍ଭ, ମିଥୁନ, ବିଛା ଓ ମୀନ ରାଶିର ଲୋକଙ୍କ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବେନି ଆୟର: ତାଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୭।୯: ଭାରତୀୟ ଦଳ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜରେ ଟିମ ଇଣ୍ଡିଆର…

ଫାଇନାଲ ମଝିରେ ତିଲକ-ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା! ମଇଦାନରେ ଘଟିଲା… ଭିଡିଓ ଭାଇରାଲ

ଚେନ୍ନାଇ,୭।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri