କଂଗ୍ରେସ ନୀରବ: ଫାଇଦା ଆଶାରେ ବିଜେଡି, ଭାଜପା

ବରଗଡ଼ ଅଫିସ୍‌,୧୭।୧୧:ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଏକଦା କଂଗ୍ରେସ ଗଡ଼ ଥିଲା। ହେଲେ ବର୍ତ୍ତମାନ ଉକ୍ତ ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ କ୍ଷତି ସହିବାକୁ ପଡ଼ୁଛି। ବିଗତ କିଛି ସାଧାରଣ ନିର୍ବାଚନକୁ ଅନୁଧ୍ୟାନ କଲେ ତାହା ସ୍ପଷ୍ଟ ହୋଇଛି। ତେବେ ଚଳିତ ଉପନିର୍ବାଚନରେ ଦଳର ନୀରବତା ଆହୁରି ଚର୍ଚ୍ଚାର ବିଷୟ ହୋଇଛି। ଉପନିର୍ବାଚନକୁ ଗୁରୁତ୍ୱ ଦେଇ ଅନ୍ୟ ଦଳ ନାମାଙ୍କନ ଦାଖଲ ପୂର୍ବରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। କିନ୍ତୁ କଂଗ୍ରେସ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନୀରବ ରହିଛି। କଂଗ୍ରେସର ଏଭଳି ନୀରବ ରହିଲେ ବିଜେଡି, ଭାଜପା ଏହାର ଫାଇଦା ଉଠାଇବେ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ମାତ୍ର ନାମାଙ୍କନପତ୍ର ଦାଖଲ ପରେ ଲଢ଼େଇ ହେବ ଏବଂ କଂଗ୍ରେସ ହିଁ ଏଥର ବିଜୟୀ ହେବ ବୋଲି ଦଳୀୟ ନେତୃବୃନ୍ଦ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ପଦ୍ମପୁର ନିର୍ବାଚନ ମଣ୍ଡଳୀର ଡା. କୃପାସିନ୍ଧୁ ଭୋଇ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ୪ଥର ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ପୂର୍ବତନ ଏମ୍‌ପି ସ୍ବର୍ଗତ ଡା. ଭୋଇଙ୍କ ପୁଅ ସଞ୍ଜୟ ବରଗଡ଼ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ସତ୍ୟଭୂଷଣ ସାହୁ ମଧ୍ୟ ଏକାଧିକ ଥର ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ୨୦୦୯ ସାଧାରଣ ନିର୍ବାଚନରେ ବିଫଳତା ପରେ ୨୦୧୪ ନିର୍ବାଚନରେ ତାଙ୍କ ବଦଳରେ ପ୍ରକାଶ ନାରାୟଣ ତ୍ରିପାଠୀଙ୍କୁ ଦଳୀୟ ଟିକେଟ୍‌ ମିଳିଥିଲା। ମାତ୍ର ତାହା ବି ଦଳ ପାଇଁ ବୁମେରାଂ ହୋଇଥିଲା ଏବଂ ୨୦୧୯ ସାଧାରଣ ନିର୍ବାଚନ ସହିତ ଚଳିତ ଉପନିର୍ବାଚନରେ ଦଳ ସତ୍ୟଭୂଷଣଙ୍କୁ ବିଶ୍ୱାସକୁ ନେଇ ନିର୍ବାଚନ ମଇଦାନକୁ ଛାଡ଼ିଛି।
କିନ୍ତୁ ନିର୍ବାଚନୀ ମଇଦାନରେ ଏପର୍ଯ୍ୟନ୍ତ କଂଗ୍ରେସ ଅନ୍ୟ ଦୁଇ ପ୍ରମୁଖ ଦଳ ଭାଜପା, ବିଜେଡି ଭଳି ତତ୍ପର ହୋଇ ନ ଥିବା ପରିଲକ୍ଷିତ ହୋଇଛି। ନାମାଙ୍କନ ଦାଖଲ କରି ନ ଥିଲେ ସୁଦ୍ଧା ଭାଜପା ଏବଂ ବିଜେଡି ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଦଳର ନିର୍ବାଚନୀ ପ୍ରଚାର ମାହୋଲ ସୃଷ୍ଟି କରିଲେଣି। ଉଭୟ ଦଳର ନେତା, ମନ୍ତ୍ରୀ ନିର୍ବାଚନ ମଣ୍ଡଳୀକୁ ଆସି ଡେରା ପକାଇଛନ୍ତି। କିନ୍ତୁ କଂଗ୍ରେସ କ୍ଷେତ୍ରରେ ତାହା ହୋଇ ନ ଥିବା କେତେକ ଦଳୀୟ ନେତୃବୃନ୍ଦ ସ୍ବୀକାର କରିଛନ୍ତି। ଫସଲବୀମା, ଇନପୁଟ୍‌ ସବସିଡ଼ି, ଜିଲା ଗଠନ ଦାବି ଏବେ ପଦ୍ମପୁର ଉପନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବାବେଳେ ଉଭୟ ବିଜେଡି-ଭାଜପା ପରସ୍ପର ଦୋଷ ଲଦାଲଦି କରି ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କଂଗ୍ରେସ ନୀରବ ରହିଛି।
ଏ ସମ୍ପର୍କରେ ଜିଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ କହିଛନ୍ତି, ଉପନିର୍ବାଚନରେ ଦଳ ନୀରବ ରହିନାହିଁ। ଦଳ ତାର ରଣନୀତି ପ୍ରସ୍ତୁତ କରିସାରିଛି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ କହିଛନ୍ତି, ଅନ୍ୟଦଳ ନାମାଙ୍କନ ଦାଖଲ ପୂର୍ବରୁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ମାତ୍ର ଆମ ଦଳର ନୀତି ଆଦର୍ଶରେ ତାହା ନାହିଁ। ଗୁରୁବାର ନାମାଙ୍କନ ଦାଖଲ କରିବି ଏବଂ ଏହାପରେ ଲଢ଼େଇ ଚାଲିବ ବୋଲି ସେ କହିଥିଲେ। ଭାଜପା ଜିଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି, ଭାଜପା ପ୍ରତି ଲୋକଙ୍କ ବିଶ୍ୱାସ ରହିଛି। ଲୋକେ ଭାଜପା ପ୍ରାର୍ଥୀଙ୍କୁ ହିଁ ଜିତାଇବେ। ସେହିପରି ବିଜେଡି ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡି ପଦ୍ମପୁର ନିର୍ବାଚନ ମଣ୍ଡଳୀର ସବୁ ଭୋଟ୍‌ ପାଇବାକୁ ଆଶାବାଦୀ ଅଛି।

ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରର ଅନୁପ୍ରବେଶ: ମାଗଣା ସ୍ବାସ୍ଥ୍ୟ ଶିବିର ବନ୍ଦ କଲା ପୋଲିସ

ପଟ୍ଟାଙ୍ଗି,୮।୫(ଶରତ ଧଳ): ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ସମସ୍ତ ସରକାରୀ ଅଧିକାରୀ ନିଜ ନିଜର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହାର ସୁଯୋଗ ଉଠାଇ...

ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବଡ ସଫଳତା:୯ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ,୮।୫(ଅଜିତ କୁମାର ବାରିକ ): ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବୁଧବାର ବଡ ସଫଳତା ମିଳିଛି। ଗତ କିଛି ଦିନ ତଳେ ବୌଦ୍ଧ ପୋଲିସ ଦ୍ୱାରା...

ବଢ଼ିଲା ଅନୁଭବଙ୍କ ଅଡୁଆ

କଟକ,୮।୫: ଅଭିନେତା ତଥା ଭାଜପା ନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି। ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ...

ବାଲେଶ୍ୱର କଂଗ୍ରେସରେ ଫାଟ, ଶ୍ରୀକାନ୍ତଙ୍କୁ ବିରୋଧ କରି ଦଳ ଛାଡିଲେ ବଡ଼ ନେତା

ନୀଳଗିରି,୮।୫: ବାଲେଶ୍ୱର କଂଗ୍ରେସରେ ଫାଟ। କଂଗ୍ରେସ ଛାଡିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ର୍ନିବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ...

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri