Posted inଖେଳ

ଓ୍ବିମ୍ବେଲଡନ ଟେନିସ୍‌: ଫେଡରର- ଜୋକୋଭିଚ୍‌ ଟାଇଟଲ ମୁକାବିଲା

ଲଣ୍ଡନ,୧୪।୭(ଏଏଫପି)- ବର୍ଷର ତୃତୀୟ ଗ୍ରାଣ୍ଡସ୍ଳାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ରବିବାର ଖେଳାଯିବ। ଟାଇଟଲ ପାଇଁ ଏହି ଫାଇନାଲ ମ୍ୟାଚ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ସୁଇଜରଲାଣ୍ଡର ରୋଜର ଫେଡରର ଓ ସର୍ବିୟାର ନୋଭାକ ଜୋକୋଭିଚ୍‌ ପରସ୍ପରକୁ ଭେଟିବେ। ପୂର୍ବରୁ ୮ଥର ଓ୍ବିମ୍ବେଲଡନ ଟାଇଟଲ ଜିତିଥିବା ଫେଡରର ଏଥର ସଫଳ ହେଲେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିବେ। ୩୭ ବର୍ଷୀୟ ଫେଡରର ଏଥିସହିତ ମୋଟ ଉପରେ ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବେ। ଅନ୍ୟପଟେ ୪ଥର ଓ୍ବିମ୍ବେଲଡନ ଚାମ୍ପିୟନ ଜୋକୋଭିଚ୍‌ ଏଥର ମଧ୍ୟ ବାଜି ମାରି ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ରହିଛନ୍ତି। କ୍ୟାରିୟରରେ ଗତ ୧୩ ବର୍ଷ ମଧ୍ୟରେ ଉଭୟ ଖେଳାଳି ୪୭ଥର ପରସ୍ପରକୁ ଭେଟିଛନ୍ତି। ଏଥିରେ ଜୋକୋଭିଚ୍‌ ୨୫ଥର ଓ ଫେଡରର ୨୨ଥର ବିଜୟୀ ହୋଇଛନ୍ତି। ଗତ ୨୦ଟି ମ୍ୟାଚ୍‌ରେ ଜୋକୋଭିଚ୍‌ ୧୪ଥର, ସେହିପରି ଗତ ୧୦ଟି ମୁକାବିଲାରେ ୮ଥର ବିଜୟୀ ହୋଇଛନ୍ତି। ଫଳରେ ରେକର୍ଡ ଦୃଷ୍ଟିକୋଣରୁ ଜୋକୋଭିଚ୍‌ ଆଗରେ ରହିଛନ୍ତି। ଗ୍ରାଣ୍ଡସ୍ଲାମ୍‌ରେ ଗତ ୪ଟି ମୁକାବିଲାରେ ଫେଡରର ସବୁଥିରେ ପରାସ୍ତ ହୋଇଛନ୍ତି। ତେବେ ୨୦୧୨ ଓ୍ବିମ୍ବେଲଡ଼ନ ଫାଇନାଲରେ ଫେଡରର ୪ ସେଟ୍‌ରେ ଜୋକୋଭିଚ୍‌ଙ୍କୁ ହରାଇଥିଲେ। ଆସନ୍ତା ମାସରେ ୩୮ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଫେଡରର ଫାଇନାଲରେ ବିଜୟୀ ହେବେ ବୋଲି ଆଶାପ୍ରକାଶ କରିଛନ୍ତି। ଦ୍ୱାଦଶଥର ପାଇଁ ଓ୍ବିମ୍ବେଲଡନ ଫାଇନାଲ ଖେଳିବାକୁ ଯାଉଥିବା ଫେଡରର ଜୋକୋଭିଚଙ୍କୁ ଜଣେ ଚମତ୍କାର ଟେନିସ ଖେଳାଳି ବୋଲି କହିଛନ୍ତି। ଜୋକୋଭିଚ୍‌ ମଧ୍ୟ ୧୫ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି। ଫାଇନାଲରେ ବିଜୟୀ ହୋଇ ଯିଏବି ଚାମ୍ପିୟନ ହୁଅନ୍ତୁ ନା କାହିଁକି ବିଶ୍ୱ ଟେନିସ୍‌ରେ ଏବେ ‘ବିଗ୍‌ ଥ୍ରୀ’ ଅର୍ଥାତ ଫେଡରର, ଜୋଭୋଭିଚ୍‌ ଓ ନାଡାଲଙ୍କ ପ୍ରଭାବ ଜାରି ରହିଛି ବୋଲି ଧରି ନେବାକୁ ହେବ। ଏହି ୩ ଖେଳାଳି ଗତ ୧୧ଟି, ଗତ ୧୭ଟିରୁ ୧୫ଟି ଓ ୬୫ଟିରୁ ୫୪ଟି ମେଜର ଟାଇଟଲ ଜିତିଛନ୍ତି। ଉଲ୍ଲେଖଥାଉକି, ଶୁକ୍ରବାର ସେମିଫାଇନାଲରେ ଟପ୍‌ ସିଡ୍‌ ଜୋକୋଭିଚ୍‌ ୨୩ତମ ସିଡ ସ୍ପେନର ରୋବେର୍ଟୋ ବାତିସ୍ତା ଅଗୁଟଙ୍କୁ ୬-୨, ୪-୬, ୬-୩, ୬-୨ ସେଟରେ, ଫେଡରର ୭-୬, ୧-୬, ୬-୩, ୬-୪ ସେଟରେ ସ୍ପେନର ତୃତୀୟ ସିଡ ଖେଳାଳି ରାଫାଲ ନାଡ଼ାଲଙ୍କୁ ହରାଇ ଫାଇନାଲକୁ ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri