Posted inଖେଳ

ଓ୍ବାର୍ନରଙ୍କ ୧୫୧*, ଅଷ୍ଟ୍ରେଲିଆର ଅଗ୍ରଣୀ

ବ୍ରିସ୍‌ବେନ,୨୨।୧୧- ପୂରା ଫର୍ମରେ ଥିବା ଓପନର ଡେଭିଡ୍‌ ଓ୍ବାନରଙ୍କ ୧୫୧ ରନ୍‌ର ଅପରାଜିତ ଇନିଂସ ବଳରେ ଏଠାରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଇନିଂସ ଅଗ୍ରଣୀ ହାସଲ କରିଛି। ମ୍ୟାଚ୍‌ର ପ୍ରଥମ ଦିନ ଭ୍ରମଣକାରୀ ପାକିସ୍ତାନ ୨୪୦ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଦ୍ୱିତୀୟ ଦିନ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧ ଉଇକେଟ ହରାଇ ୩୧୨ ରନ୍‌ କରିଛି। ଫଳରେ ଘରୋଇ ଦଳ ପ୍ରଥମ ଇନିଂସରେ ୭୨ ରନ୍‌ର ଅଗ୍ରଣୀ ହାସଲ କରିଛି।
ଶନିବାର ଘରୋଇ ଦଳ ତା’ର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ଅଷ୍ଟ୍ରେଲିଆର ଡେଭିଡ୍‌ ଓ୍ବାର୍ନର ଓ ଜୋ ବନର୍‌ସଙ୍କ ଓପନିଂ ଯୋଡ଼ି ପ୍ରଥମ ଉଇକେଟ ପାଇଁ ୨୨୨ ରନ୍‌ କରିଥିଲେ। ପାକିସ୍ତାନ ଦଳର ଲମ୍ବା ପ୍ରତିକ୍ଷା ପରେ ୬୧ତମ ଓଭରରେ ମିଳିଥିଲା ପ୍ରଥମ ସଫଳତା। ଶତକ ଆଡ଼କୁ ଅଗ୍ରସର ହେଉଥିବା ବନର୍‌ସ(୯୭) ପାକିସ୍ତାନ ଲେଗ୍‌ ସ୍ପିନର ୟାସିର ଶାହଙ୍କ ବଲ ବୁଝି ନ ପାରି ବୋଲ୍ଡ ହୋଇଥିଲେ। ଆଉଟ୍‌ ହେବା ବେଳକୁ ସେ ଶତକରୁ ମାତ୍ର ୩ ରନ୍‌ ଦୂରରେ ଥିଲେ। ଏଥିପୂର୍ବରୁ କ୍ୟାରିୟରର ୨୨ତମ ଶତକ ପୂରଣ କରିଥିଲେ ଓ୍ବାର୍ନର। ଗତ ୧୮ ଇନିଂସରେ ଏହା ତାଙ୍କର ପ୍ରଥମ ଶତକ। ଏହିଠାରୁ ଓ୍ବାର୍ନର ଓ ମାର୍ନୁସ ଲାବୁସାନେଙ୍କ ଯୋଡ଼ି ଆଉ ପାକିସ୍ତାନ ବୋଲରଙ୍କୁ ଉଇକେଟ ନେବାର ସୁଯୋଗ ଦେଇ ନ ଥିଲେ। ଦ୍ୱିତୀୟ ଉଇକେଟ ଲାଗି ଉଭୟ ବ୍ୟାଟ୍ସମ୍ୟାନ ୯୦ ରନ୍‌ର ଅପରାଜିତ ଭାଗୀଦାରି କରିଛନ୍ତି। ମ୍ୟାଚ୍‌ରେ ଆଉ ୩ ଦିନ ବାକିଥିବାବେଳେ ଅଷ୍ଟ୍ରେଲିଆ ହାତରେ ୯ ଉଇକେଟ ରଖି ୭୨ ରନ୍‌ର ଇନିଂସ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଓ୍ବାର୍ନର ୧୫୧ ଓ ଲାବୁସାନେ ୫୫ ରନ୍‌ କରି ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?