Posted inଖେଳ

ଓ୍ବାର୍ନରଙ୍କ ୧୫୧*, ଅଷ୍ଟ୍ରେଲିଆର ଅଗ୍ରଣୀ

ବ୍ରିସ୍‌ବେନ,୨୨।୧୧- ପୂରା ଫର୍ମରେ ଥିବା ଓପନର ଡେଭିଡ୍‌ ଓ୍ବାନରଙ୍କ ୧୫୧ ରନ୍‌ର ଅପରାଜିତ ଇନିଂସ ବଳରେ ଏଠାରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଇନିଂସ ଅଗ୍ରଣୀ ହାସଲ କରିଛି। ମ୍ୟାଚ୍‌ର ପ୍ରଥମ ଦିନ ଭ୍ରମଣକାରୀ ପାକିସ୍ତାନ ୨୪୦ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଦ୍ୱିତୀୟ ଦିନ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧ ଉଇକେଟ ହରାଇ ୩୧୨ ରନ୍‌ କରିଛି। ଫଳରେ ଘରୋଇ ଦଳ ପ୍ରଥମ ଇନିଂସରେ ୭୨ ରନ୍‌ର ଅଗ୍ରଣୀ ହାସଲ କରିଛି।
ଶନିବାର ଘରୋଇ ଦଳ ତା’ର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ଅଷ୍ଟ୍ରେଲିଆର ଡେଭିଡ୍‌ ଓ୍ବାର୍ନର ଓ ଜୋ ବନର୍‌ସଙ୍କ ଓପନିଂ ଯୋଡ଼ି ପ୍ରଥମ ଉଇକେଟ ପାଇଁ ୨୨୨ ରନ୍‌ କରିଥିଲେ। ପାକିସ୍ତାନ ଦଳର ଲମ୍ବା ପ୍ରତିକ୍ଷା ପରେ ୬୧ତମ ଓଭରରେ ମିଳିଥିଲା ପ୍ରଥମ ସଫଳତା। ଶତକ ଆଡ଼କୁ ଅଗ୍ରସର ହେଉଥିବା ବନର୍‌ସ(୯୭) ପାକିସ୍ତାନ ଲେଗ୍‌ ସ୍ପିନର ୟାସିର ଶାହଙ୍କ ବଲ ବୁଝି ନ ପାରି ବୋଲ୍ଡ ହୋଇଥିଲେ। ଆଉଟ୍‌ ହେବା ବେଳକୁ ସେ ଶତକରୁ ମାତ୍ର ୩ ରନ୍‌ ଦୂରରେ ଥିଲେ। ଏଥିପୂର୍ବରୁ କ୍ୟାରିୟରର ୨୨ତମ ଶତକ ପୂରଣ କରିଥିଲେ ଓ୍ବାର୍ନର। ଗତ ୧୮ ଇନିଂସରେ ଏହା ତାଙ୍କର ପ୍ରଥମ ଶତକ। ଏହିଠାରୁ ଓ୍ବାର୍ନର ଓ ମାର୍ନୁସ ଲାବୁସାନେଙ୍କ ଯୋଡ଼ି ଆଉ ପାକିସ୍ତାନ ବୋଲରଙ୍କୁ ଉଇକେଟ ନେବାର ସୁଯୋଗ ଦେଇ ନ ଥିଲେ। ଦ୍ୱିତୀୟ ଉଇକେଟ ଲାଗି ଉଭୟ ବ୍ୟାଟ୍ସମ୍ୟାନ ୯୦ ରନ୍‌ର ଅପରାଜିତ ଭାଗୀଦାରି କରିଛନ୍ତି। ମ୍ୟାଚ୍‌ରେ ଆଉ ୩ ଦିନ ବାକିଥିବାବେଳେ ଅଷ୍ଟ୍ରେଲିଆ ହାତରେ ୯ ଉଇକେଟ ରଖି ୭୨ ରନ୍‌ର ଇନିଂସ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଓ୍ବାର୍ନର ୧୫୧ ଓ ଲାବୁସାନେ ୫୫ ରନ୍‌ କରି ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri