ଓପିଜିସି ଆଶ୍‌ପଣ୍ଡକୁ ନେଇ ଏନ୍‌ଜିଟିରେ ମାମଲା

କଟକ ଅଫିସ, ୬।୧୨:ଝାରସୁଗୁଡ଼ା ଜିଲା ତିଲିଆ ମୌଜାରେ ଥିବା ଓପିଜିସି (ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ)ର ପାଉଁଶ ଗଦା (ଆଶ୍‌ପଣ୍ଡ)କୁ ନେଇ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି)ରେ ମାମଲା ରୁଜୁ ହୋଇଛି। ଏହି ମାମଲାର ଶୁଣାଣି କରି ଏନ୍‌ଜିଟିର ମୁଖ୍ୟ ଖଣ୍ଡପୀଠ ଏ ସମ୍ପର୍କରେ କ୍ଷେତ୍ର ତଦନ୍ତ କରିବାକୁ ଝାରସୁଗୁଡ଼ା ଜିଲାପାଳ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି। କ୍ଷେତ୍ର ତଦନ୍ତ ରିପୋର୍ଟରେ ଯଦି କୌଣସି ଅନିୟମିତତା ପରିଲକ୍ଷିତ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏନ୍‌ଜିଟି ଆଦେଶରେ ସ୍ପଷ୍ଟ କରିଛନ୍ତି। ମା’ ଅମ୍ବିକା ମହିଳା ସ୍ବୟଂ ସହାୟକ ସଙ୍ଗଠନ ପକ୍ଷରୁ ଉକ୍ତ ଆଶ୍‌ପଣ୍ଡକୁ ନେଇ ଏନ୍‌ଜିଟିରେ ମାମଲା ରୁଜୁ ହୋଇଥିଲା। ମାମଲାରେ ଓପିଜିସି କର୍ତ୍ତୃପକ୍ଷ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ସଚିବ, ଝାରସୁଗୁଡ଼ା ଜିଲାପାଳ ଓ ମୁଖ୍ୟ ବନ ସଂରକ୍ଷକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ମୁଖ୍ୟତଃ ତିନୋଟି ପ୍ରସଙ୍ଗ ଉପରେ ପିଟିଶନରେ ଗୁରୁତ୍ୱ ଦିଆଯାଇଛି। ପ୍ରଥମତଃ ପିଟିଶନରେ ଦର୍ଶାଯାଇଛି, ହୀରାକୁଦ ଜଳଭଣ୍ଡାରର ଉଚ୍ଚ ବନ୍ୟାସ୍ତର (ହାଇ ଫ୍ଲଡ୍‌ ଲେଭେଲ) ୫୦୦ ମିଟର ଦୂରତା ମଧ୍ୟରେ ଆଶ୍‌ପଣ୍ଡ ପ୍ରତିଷ୍ଠା କରାଯିବା କଥା ନୁହେଁ। ମାତ୍ର ଉକ୍ତ ଆଶ୍‌ପଣ୍ଡ ଜଳଭଣ୍ଡାରଠାରୁ ୧୦୦ ମିଟର ଦୂରରେ ରହିଛି। ସେହିପରି ଜନବସତିଠାରୁ ଆଶ୍‌ପଣ୍ଡର ଦୂରତା ମାତ୍ର ୨୦ ମିଟର ଥିବା ପିଟିଶନରେ ଦର୍ଶାଯାଇଛି। ଏପରି କି ଆର୍‌ଆଇଙ୍କ ରିପୋର୍ଟରେ ମଧ୍ୟ ୪୮ ମିଟର ଥିବା କୁହାଯାଇଛି। ଆଶ୍‌ପଣ୍ଡରୁ ସୃଷ୍ଟି ହେଉଥିବା ବିକରଣର ପ୍ରଭାବ ଆକଳନ କରାଯାଇ ନ ଥିବାବେଳେ ଆଶ୍‌ପଣ୍ଡ ନିମନ୍ତେ ଆବଶ୍ୟକ ଜନଶୁଣାଣି ମଧ୍ୟ କରାଯାଇନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ବିରୋଧ କରିବା ସତ୍ତ୍ବେ ଆଶ୍‌ପଣ୍ଡ ନିର୍ମାଣ କାର୍ଯ୍ୟ ଜାରି ରହିଛି। ସୂଚନାଥାଉ କି, ଏଠାରେ ଏକ ପରିବର୍ଦ୍ଧିତ ଆଶ୍‌ପଣ୍ଡ ନିର୍ମାଣ କରାଯାଉଛି, ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ସସ୍ମିତା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥିନୀ ସସ୍ମିତାରାଣୀ ସିଂହ ସୋମବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ...

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି

ନବରଙ୍ଗପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ସୋମବାର ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ

କେନ୍ଦୁଝର/ପାଟଣା,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

୮ରେ ରାୟଗଡ଼ା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ୮ ତାରିଖରେ ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ଲୋକ ସଭା ଭାଜପା ପ୍ରାର୍ଥୀ ଓ...

ବିରୋଧୀମାନେ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୬ା୫(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସ ଦଳୀୟ ଲୋକ ସଭା ଓ ୫ ବିଧାନସଭା ପ୍ରାର୍ଥୀଙ୍କ ପାଇଁ...

ପ୍ରାର୍ଥୀଙ୍କ ଟାର୍ଗେଟ୍‌ରେ ତେଲୁଗୁ ଭୋଟର

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ଆସନ୍ତା ନିର୍ବାଚନରେ ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ସହ କୋରାପୁଟ ଲୋକ ସଭା ଆସନ ଜିତିବା ପାଇଁ ସବୁ ଦଳର ପ୍ରାର୍ଥୀ...

ଟ୍ରାନ୍ସପୋର୍ଟ କର୍ମଚାରୀଙ୍କ ଠାରୁ ଦୁର୍ବୃତ୍ତ ଲୁଟିନେଲେ ୧୪ ଲକ୍ଷ ଟଙ୍କା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଜାମୁଡ଼ିହା ନିକଟରେ ସୋମବାର ପୂର୍ବାହ୍ନରେ ଏନ୍‌ଏଚ ୪୯ରେ ଆଜି ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀର ଦୁଇ ଜଣ...

‘ଜୁନ ୯ରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ’, ଘୋଷଣା କଲେ ପାଣ୍ଡିଆନ

କଳାହାଣ୍ଡି,୬।୫: ଜୁନ୍ ୯ ସକାଳ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଇତିହାସ ରଚିବେ । ସୋମବାର ଭବାନୀପାଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri