ଓଡ଼ିଶାର ଦୁଇ ବୀରସନ୍ତାନ

ବିମଳ ପ୍ରସନ୍ନ ଦାସ
ଆଜି ଜାନୁୟାରୀ ୨୩ ତାରିଖ, ଜାତୀୟ ମୁକ୍ତି ସଂଗ୍ରାମର ଦୁଇ ମହାନ୍‌ ଯୋଦ୍ଧା ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ। ଓଡ଼ିଶା ମାଟିର ଏହି ଦୁଇ ବୀର ସନ୍ତାନଙ୍କ କର୍ମମୟ ଜୀବନ ଭିତରେ ପାଖାପାଖି ଶହେ ବର୍ଷର ବ୍ୟବଧାନ ଥିଲେ ମଧ୍ୟ ଦୁହିଁଙ୍କ ଜୀବନର ଗୋଟିଏ ମାତ୍ର ଲକ୍ଷ୍ୟ ଓ ବିଶ୍ୱାସ ଥିଲା ସଶସ୍ତ୍ର ସଂଗ୍ରାମ ଜରିଆରେ ଦେଶକୁ ସ୍ବାଧୀନ କରିବା। ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ୧୮୦୯ ଜାନୁୟାରୀ ୨୩ ତାରିଖ ସମ୍ବଲପୁର ଖିଣ୍ଡା ଗ୍ରାମରେ। ମାତ୍ର ୧୮ ବର୍ଷ ବୟସରେ ସଶସ୍ତ୍ର ସଂଗ୍ରାମ କରିଥିଲେ। ହଜାରିବାଗ ଓ ଅସୁରଗଡ଼ ଜେଲରେ ୩୭ ବର୍ଷ କାରାଜୀବନ କଟାଇ ୧୮୮୪ ଫେବୃୟାରୀ ୨୮ ତାରିଖରେ ତାଙ୍କର ଦେହାବସାନ ଘଟିଥିଲା। ସେହିପରି ସୁଭାଷଙ୍କର ଜନ୍ମ ୧୮୯୭ ଜାନୁୟାରୀ ୨୩ କଟକ ଓଡ଼ିଆ ବଜାରରେ। ବଙ୍ଗ-ବିହାର-ଓଡ଼ିଶା ମିଳିତ ମାଟ୍ରିକ ପରୀକ୍ଷାରେ ସେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ୧୯୨୦ରେ ଆଇସିଏସ୍‌ ପରୀକ୍ଷାରେ ଚତୁର୍ଥ ସ୍ଥାନ ଅଧିକାର କଲେ। ଏଥିପାଇଁ ଲଣ୍ଡନ ଯାଇଥିଲେ। ମାତ୍ର ଶ୍ରୀଅରବିନ୍ଦଙ୍କ ସଦୃଶ ସ୍ବଦେଶବତ୍ସଳ ଓ ଜାତିପ୍ରାଣ ସୁଭାଷଙ୍କୁ ଉଚ୍ଚ ପଦବୀ ଓ ସରକାରୀ ଚାକିରିର ମୋହ ବାନ୍ଧିରଖି ପାରିଲା ନାହିଁ। ୧୯୨୦ରେ ଜାତୀୟ କଂଗ୍ରେସରେ ଯୋଗ ଦେଲେ। ୧୯୩୮ ଓ ୧୯୩୯ରେ ଜାତୀୟ କଂଗ୍ରେସର ସଭାପତି ପଦ ମଣ୍ଡନ କଲେ। ୧୯୪୧ରେ ମାତୃଭୂମି ପରିତ୍ୟାଗ କରି ବିଦେଶରେ ଆଜାଦ ହିନ୍ଦ୍‌ ଫୌଜ ଗଠନ କଲେ। ତାଙ୍କର ଆହ୍ବାନ ଥିଲା ‘ଦିଲ୍ଲୀ ଚଲୋ’। ସେ ଥିଲେ ଜଣେ ଦୁର୍ଦ୍ଧର୍ଷ ଜାତୀୟତାବାଦୀ ବୀର। ଇଂରେଜମାନଙ୍କୁ ଦେଶରୁ ତଡିବାକୁ ହେଲେ ରକ୍ତାକ୍ତ ସଂଗ୍ରାମ ଅପରିହାର୍ଯ୍ୟ- ଏହା ସେ ମର୍ମେ ମର୍ମେ ଅନୁଭବ କରିଥିଲେ। ସେଥିପାଇଁ ଦୃପ୍ତକଣ୍ଠରେ ଆହ୍ବାନ କରିଥିଲେ, ”ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି।“ କାର୍ଯ୍ୟଦକ୍ଷତା, ତ୍ୟାଗ ଓ ନିଷ୍ଠା ଯୋଗୁ ଜଣେ ଆଗଧାଡିର ଜାତୀୟ ନେତା ଭାବେ ତାଙ୍କର ସୁଖ୍ୟାତି ଥିଲା। ପିତା ଜାନକୀ ନାଥ ବୋଷ ଥିଲେ କଟକର ଜଣେ ବିଶିଷ୍ଟ ଓକିଲ।
ବିଦେଶୀ ସରକାର ବିରୋଧରେ ସଂଗ୍ରାମ ନିମନ୍ତେ ସେ ଫରଓ୍ବାର୍ଡ ବ୍ଲକ ଗଠନ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଲାଗିଥିବା ବେଳେ ୧୯୪୧ ଜାନୁୟାରୀ ୧୬ ତାରିଖ ନିଶାର୍ଦ୍ଧରେ ଛଦ୍ମବେଶରେ ଭାରତରୁ ଆଫଗାନିସ୍ତାନ ଚାଲିଯାଇଥିଲେ। ସେଠାରୁ ସେ ଆଜାଦ ହିନ୍ଦ୍‌ ଫୌଜ ଗଠନ କରିଥିଲେ। ତା’ ପରେ ସେ ଫୌଜୀମାନଙ୍କୁ ଦିଲ୍ଲୀ ଚଲୋ ଡାକରା ଦେଇ ଭାରତ ଅଭିମୁଖେ ବ୍ରିଟିଶ ସରକାର ବିରୋଧରେ ଯୁଦ୍ଧଯାତ୍ରା କରିଥିଲେ। ଏହି ସେନା ସାହାଯ୍ୟରେ ନେତାଜୀ ଇମ୍ଫାଲ ଓ କୋହିମା ଦଖଲ କରି ତ୍ରିରଙ୍ଗା ପତାକା ଉଡ଼ାଇ ଭାରତର ସ୍ବାଧୀନତା ଘୋଷଣା କରିଥିଲେ।
ଦୁର୍ଭାଗ୍ୟକୁ ସେହି ସମୟରେ ଇଂରେଜମାନଙ୍କ ଦ୍ୱାରା ପରାଜିତ ହେବାରୁ ଦୁଇପକ୍ଷ ମଧ୍ୟରେ ସନ୍ଧି ସ୍ଥାପନ ହେଲା। ଫଳରେ ନେତାଜୀଙ୍କୁ ଜାପାନୀମାନଙ୍କଠାରୁ କୌଣସି ସାହାଯ୍ୟ ମିଳିଲା ନାହିଁ। ୧୯୪୫ ଅଗଷ୍ଟ ୧୮ ତାରିଖରେ ଟୋକିଓ ଅଭିମୁଖେ ଯାତ୍ରା କରୁଥିବା ବେଳେ ଯାହା ଘଟିଥିଲା ତାହା ଏବେ ବି ରହସ୍ୟାବୃତ୍ତ। ବାସ୍ତବରେ ଜାତୀୟ ସଂଗ୍ରାମ ଦିଗ୍‌ବଳୟରେ ନେତାଜୀ ଏକ ଉଲ୍‌କା ପିଣ୍ଡ ସଦୃଶ, ଯାହାର ଜ୍ୟୋତିର୍ମୟ ଅନିର୍ବାଣ ଶିଖା ଆଜିର ଯୁବମାନସକୁ ଉଦ୍‌ବେଳିତ କରୁ।
ଅନୁରୂପ ଭାବେ ଉତ୍କଳମାତାର ଅନ୍ୟତମ ବୀରପୁତ୍ର ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ। ସମ୍ବଲପୁର ମାଟିର ଯୋଗ୍ୟତମ ସନ୍ତାନ, ମୁକ୍ତି ସଂଗ୍ରାମର ମନ୍ତ୍ରଦାତା ଭାବେ ସେ ଚିରସ୍ମରଣୀୟ। ବିଦେଶୀ କବଳରୁ ମା’ ମାଟିକୁ ଛଡ଼ାଇ ଆଣିବା ପାଇଁ ସୁରେନ୍ଦ୍ରଙ୍କ ଗଣବିପ୍ଳବ ଓ ଦୁର୍ଦ୍ଧର୍ଷ ସଂଗ୍ରାମୀ ଜୀବନ ଅଭୂତପୂର୍ବ ଥିଲା। ମା’ ସମଲେଶ୍ୱରୀଙ୍କ ଚରଣାଶ୍ରିତ ହୋଇ ବିଶାଳ ଇଂରେଜ ସାମ୍ରାଜ୍ୟ ବିରୋଧରେ ଖଡ୍‌ଗ ଉତ୍ତୋଳନ କରି ସେ ରଣାଙ୍ଗନକୁ ଓହ୍ଲାଇଥିଲେ। ତାଙ୍କ ଅସ୍ତ୍ରଗୁରୁ ଥିଲେ ବଳରାମ ସିଂହ। ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ ନିଜକୁ ଅସ୍ତ୍ର ଚାଳନାରେ ଦକ୍ଷ କରିଥିଲେ। ସେତେବେଳେ ସମ୍ବଲପୁରର ମହାରାଣୀ ଥିଲେ ମୋହନ କୁମାରୀ। ରାଜଗାଦି ଉପରେ ଇଂରେଜମାନଙ୍କର ଲୋଲୁପ ଦୃଷ୍ଟି ପଡିଥିଲା। କିନ୍ତୁ ଇଂରେଜମାନଙ୍କ କପଟ ପ୍ରରୋଚନାରେ ରାଣୀ ମୋହନ କୁମାରୀ ପ୍ରଜାଶୋଷଣ ଚଳାଇବାରୁ ପ୍ରଜାଙ୍କ ମଧ୍ୟରେ ବିପ୍ଳବର ସୂତ୍ରପାତ ହେଲା। ସ୍ଥାନୀୟ ଅଧିବାସୀଙ୍କ ସମର୍ଥନରେ ଇଂରେଜ ଶାସନ ବିରୋଧରେ ପ୍ରକାଶ୍ୟ ବିପ୍ଳବ ପାଇଁ ବୀର ସୁରେନ୍ଦ୍ର ସାଏ ଅସ୍ତ୍ର ଉତ୍ତୋଳନ କରିଥିଲେ। ଏଥିରେ ସହଯୋଗ କରିଥିଲେ ସୁରେନ୍ଦ୍ରଙ୍କ ଅନ୍ୟ ପାଞ୍ଚଭାଇ ଉଦଣ୍ଡ, ଧ୍ରୁବ, ଯୁଗଳ, ଉଜ୍ଜ୍ୱଳ ଓ ମେଦିନୀ ସାଏ। ଲଖନପୁର, ଘେଁଷ, ଭେଡେନ, ଖରସଲ, କୋଲାବିରା, ପାହାଡଶ୍ରୀରିଡା, ଲୋଇସିଂହା ଆଦି ଅଞ୍ଚଳର ଜମିଦାରମାନଙ୍କ ସମର୍ଥନ ସୁରେନ୍ଦ୍ରଙ୍କୁ ମିଳିଥିଲା। ତାଙ୍କ ନେତୃତ୍ୱରେ ବିପ୍ଳବୀମାନେ ଝଡଘାଟି, ଗଡଘାଟି, କୁଦୋପଲି, ଡେଟ୍ରଗଡ, ସଂଘୋଡାଘାଟି ଆଦି ପାହାଡିଆ ଇଲାକାରେ ରହି ଇଂରେଜମାନଙ୍କ ରଣକୌଶଳକୁ ଭଣ୍ଡୁର କରିଦେଇଥିଲେ। ସୁରେନ୍ଦ୍ରଙ୍କ ସହିତ ସମ୍ମୁଖ ସଂଗ୍ରାମକୁ ଭୟ କରି ଇଂରେଜମାନେ ଶେଷରେ ଷଡ଼ଯନ୍ତ୍ର କରି ତାଙ୍କୁ କୌଶଳକ୍ରମେ ଧରିଥିଲେ। ସଂଗ୍ରାମୀ ଜୀବନର ଦୀର୍ଘ ୩୭ ବର୍ଷ ସେ କାରାଜୀବନ ଯାପନ କରିଥିଲେ। ଓଡ଼ିଶା ମାଟିର ଦୁଇ ବୀର ସନ୍ତାନଙ୍କ ସାହସ, ବୀରତ୍ୱ ଓ ଆତ୍ମବଳିର ଗାଥା ଅତୁଳନୀୟ।
ମୋ-୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri