ଓଡ଼ିଶାକୁ ଭାଜପାର ଅଭେଦ୍ୟ ଗଡ଼ କର

ଭୁବନେଶ୍ୱର,୯।୬(ବ୍ୟୁରୋ): କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଭାଜପା ପକ୍ଷରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାରା ଦେଶରେ ଭର୍ଚୁଆଲ ରାଲି କରାଯାଉଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦିଲ୍ଲୀରୁ ସୋମବାର ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଶାହା କହିଛନ୍ତି ଯେ, ମୋଦି ସରକାର ଓଡ଼ିଶାର ବିକାଶ ପାଇଁ ସବୁବେଳେ ସମର୍ପିତ। ମୋଦି ଓଡ଼ିଶାବାସୀଙ୍କ ସହିତ ସବୁସମୟରେ ଚଟାଣ ଭଳି ଠିଆ ହୋଇଛନ୍ତି। ଲୋକ ସଭା ନିର୍ବାଚନରେ ଓଡ଼ିଶାବାସୀ ୮ ପ୍ରାର୍ଥୀଙ୍କୁ ବିଜୟୀ କରି ମୋଦିଙ୍କ ହାତମୁଠାକୁ ଟାଣ କରିଛନ୍ତି। ଓଡ଼ିଶାବାସୀ ଦାର୍ଘ ୨୦ ବର୍ଷ ଧରି ବିରୋଧୀ ଦଳ ଥିବା କଂଗ୍ରେସକୁ ପଛରେ ପକାଇ ଭାଜପାକୁ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ଦେଇଛନ୍ତି। ୯୧ ଲକ୍ଷରୁ ଅଧିକ ଭୋଟ ଦେଇଛନ୍ତି। ଏଥିଯୋଗୁ ରାଜ୍ୟର ୨ ଜଣ ଓଡ଼ିଆ କ୍ୟାବିନେଟରେ ମନ୍ତ୍ରୀ ହୋଇଛନ୍ତି। ଓଡ଼ିଶା ଲୋକେ ମୋଦି ସରକାର ଉପରେ ଯେଉଁ ଆଶା ରଖିଛନ୍ତି ତାହା ପୂରଣ ହେବ ବୋଲି ଶାହା କହିଛନ୍ତି। ଏହାସହ ଓଡ଼ିଶାକୁ ଭାଜପାର ଅଭେଦ୍ୟ ଗଡ଼ କରିବାକୁ ସେ କର୍ମୀ ଓ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି।
ଶାହା କହିଛନ୍ତି ଯେ, ଓଡ଼ିଶା ପାଇଁ ମୋଦି ସରକାର ଗତ ୬ ବର୍ଷରେ ଯାହା କରିଛନ୍ତି ତାହା କଂଗ୍ରେସ ସରକାର ୭୦ ବର୍ଷରେ କରିପାରି ନ ଥିଲା। ତ୍ରୟୋଦଶ ଅର୍ଥ କମିଶନ ସୁପାରିସ ଅନୁସାରେ କଂଗ୍ରେସ ସରକାର ଓଡ଼ିଶାକୁ ୭୯ ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ। ଗତ ୫ ବର୍ଷରେ ମୋଦି ସରକାର ୫ ଲକ୍ଷ ୫୨ ହଜାର ୧୦୯ କୋଟି ପ୍ରଦାନ କରିଛନ୍ତି। ଭାଜପା କ୍ଷମତା ହାତେଇବା ପାଇଁ ରାଜନୀତି କରେ ନାହିଁ। ସଂଗଠନ ମାଧ୍ୟମରେ ଜନ ସମ୍ପର୍କ କରିବା ସହ ଲୋକଙ୍କ ସମସ୍ୟା ବୁଝିବା ଏବଂ ସରକାରୀ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ଜଣାଇବାର କାର୍ଯ୍ୟ କରିଥାଏ। ମୋଦି ସରକାର ଦେଶର ଜନତାଙ୍କୁ ସାଙ୍ଗରେ ନେଇ କରୋନା ବିରୋଧରେ ଲଢେଇ କରି ଏହି ମହାମାରୀକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି। ଆଗାମୀ ଦିନରେ ମୋଦିଙ୍କ ପ୍ରୟାସରେ ହୋଇଥିବା ଜନତା କର୍ଫ୍ୟୁ ସ୍ବର୍ଣ୍ଣିମ ଅକ୍ଷରରେ ଲେଖା ହେବ ବୋଲି ଶାହା କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦିଲ୍ଲୀରୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ଅନେକ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଦରବାରରେ ଦାୟିତ୍ୱ ନେଇଛନ୍ତି। ମାତ୍ର ମୋଦିଙ୍କ ସରକାର ବିଗତ ୬ ବର୍ଷରେ ଓଡ଼ିଶାର ବିକାଶ ପାଇଁ ଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାରେ ଓଡ଼ିଶା ସବୁଠୁ ବଡ଼ ଲାଭ ପାଇଛି। ଏହି ଭର୍ଚୁଆଲ ରାଲିରେ ରାଜ୍ୟ ସଭାପତି ସମୀର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ଏହି ସଭାକୁ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ପରିଚାଳନା କରିଥିଲେ। ଆମତ୍ନିର୍ଭର ଅଭିଯାନ ସଙ୍କଳ୍ପକୁ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପାଠ କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଭର୍ଚୁଆଲ ରାଲିରେ ଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂ ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୌଦାନ ସିଂହ, ଭୁବନେଶ୍ୱରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଉପନେତା ବିଷ୍ଣୁ ସେଠୀ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?