Posted inଫୁରସତ

ଓଡ଼ିଶା ବାହାରେ ଜଗନ୍ନାଥ ମନ୍ଦିର

ଜଗତରନାଥ ଶ୍ରୀଜଗନ୍ନାଥଙ୍କର ମହିମା କାହାକୁ ବା ଅଗୋଚର। ତାଙ୍କର ଆଶିଷ ଟିକେ ପାଇବାକୁ ଆଉ ତାଙ୍କର ଦର୍ଶନ ଟିକେ ଲଭିବାକୁ ପ୍ରତିଦିନ ଦେଶବିଦେଶରୁ ଭକ୍ତଗଣ ତାଙ୍କ ବଡ଼ଦେଉଳକୁ ଧାଇଁ ଆସନ୍ତି। ପୁରୀ ଜଗନ୍ନାଥ ମନ୍ଦିର ଆଉ ପୁରୀ ରଥଯାତ୍ରାର ପ୍ରସିଦ୍ଧି ସମଗ୍ର ବିଶ୍ୱରେ କାହିଁରେ କେତେ ରହିଛି। ହେଲେ ପୁରୀ ଛଡ଼ା ଆହୁରି ବି ଅନେକ ସ୍ଥାନରେ ଅଛି ଜଗନ୍ନାଥ ମନ୍ଦିର ଏବଂ ସେଠାରେ ବି ପାଳିତ ହେଉଛି ରଥଯାତ୍ରା। ତେଣୁ ଏଥରର ଏହି ଆଲେଖ୍ୟରେ ଆସନ୍ତୁ ଜାଣିବା ଓଡ଼ିଶା ବାହାରେ ଥିବା କେତୋଟି ଲୋକପ୍ରିୟ ଜଗନ୍ନାଥ ମନ୍ଦିର ସମ୍ପର୍କରେ…

* ରାଞ୍ଚତ୍ ଜଗନ୍ନାଥ ମନ୍ଦିର: ରାଞ୍ଚତ୍ସ୍ଥିତ ଜଗନ୍ନାଥ ମହାପ୍ରଭୁଙ୍କର ଏହି ମନ୍ଦିରଟି ୧୬୯୧ ମସିହାରେ ଠାକୁର ଅନି ନାଥ ଶାହଦେଓଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଉକ୍ତ ମନ୍ଦିରଟି ସ୍ଥାନୀୟ ଏକ ପାହାଡ ଉପରେ ଅବସ୍ଥିତ, ଯାହାର ଉଚ୍ଚତା ପାଖାପାଖି ୫୦ ରୁ ୬୦ ମିଟର ଭିତରେ ହେବ। ପୁରୀ ଜଗନ୍ନାଥ ମନ୍ଦିରକୁ ଲକ୍ଷ୍ୟ କରି ଏହି ମନ୍ଦିରଟିକୁ ଅବିକଳ ଗଢିବାକୁ ସେତେବେଳେ ବହୁ ଚେଷ୍ଟା କରାଯାଇଥିଲା। ନିର୍ମାଣ କାଳରୁ ଆରମ୍ଭ କରି ଆଜିପର୍ଯ୍ୟନ୍ତ ଉକ୍ତ ମନ୍ଦିରଟିର ସଂରଚନାକୁ ନେଇ ଅନେକ ପରୀକ୍ଷାନିରୀକ୍ଷା କରାଯାଇସାରିଲାଣି। ଏପରି କି ୧୯୯୦ ମସିହାରେ ଏହି ମନ୍ଦିରଟିର କିଛି ଅଂଶ ଭାଙ୍ଗି ଯିବାରୁ ୧୯୯୨ରେ ଏହାର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ କରାଯାଇସାରିଛି। ପୁରୀ ରଥଯାତ୍ରା ପରି ଏଠାରେ ବି ପ୍ରତ୍ୟେକ ବର୍ଷ ଭବ୍ୟ ରଥଯାତ୍ରାର ଆୟୋଜନ କରାଯାଇଥାଏ; ଯାହାକୁ ଦେଖିବାକୁ ବିଭିନ୍ନ ସ୍ଥାନରୁ ଭକ୍ତଗଣ ଏଠାକୁ ଧାଇଁ ଆସିଥାନ୍ତି।

* ହାଇଦ୍ରାବାଦ ଜଗନ୍ନାଥ ମନ୍ଦିର: ଆଧୁନିକ ବାସ୍ତୁକଳାରେ ନିର୍ମିତ ହାଇଦ୍ରାବାଦସ୍ଥିତ ଏହି ଜଗନ୍ନାଥ ମନ୍ଦିରଟି ତେଲେଙ୍ଗାନାର ଏକ ପ୍ରସିଦ୍ଧ ମନ୍ଦିର ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିପାରିଛି। ହାଇଦ୍ରାବାଦର ବଞ୍ଜାରା ହିଲ୍ସ ନିକଟରେ ରହିଛି ମହାପ୍ରଭୁଙ୍କର ଏହି ଭବ୍ୟ ମନ୍ଦିରଟି। ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଏହି ମନ୍ଦିରରେ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ମଧ୍ୟ ପ୍ରତୀମା ଥିବାର ଦେଖିବାକୁ ମିଳେ। ଏଥିସହିତ ମାତା ଲକ୍ଷ୍ମୀ, ପ୍ରଭୁ ଶିବ, ଗଣେଣ, ହନୁମାନ ଓ ନବଗ୍ରହଙ୍କ ପାଇଁ ବି ଉକ୍ତ ମନ୍ଦିର ଭିତରେ ସ୍ବତନ୍ତ୍ର ପୂଜାସ୍ଥଳୀର ବ୍ୟବସ୍ଥା ରହିଛି। ଏଠାରେ ବି ପ୍ରତିବର୍ଷ ବେଶ୍‌ ଧୁମ୍‌ଧାମ୍‌ରେ ରଥଯାତ୍ରା ପାଳନ କରାଯାଇଥାଏ। ତେବେ ପୁରୀ ଜଗନ୍ନାଥ ମନ୍ଦିର ପରି ଅବିକଳ ଦେଖିବାକୁ ହୋଇଥିବା ଏହି ମନ୍ଦିରର ଶିଖରଟିର ଆକର୍ଷଣୀୟ ଡିଜାଇନ ଭକ୍ତଗଣଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ।

* ଅହମଦାବାଦ୍‌ ଜଗନ୍ନାଥ ମନ୍ଦିର: ଜମାଲପୁରଠାରେ ଥିବା ପ୍ରଭୁ ଜଗନ୍ନାଥଙ୍କର ଏହି ଭବ୍ୟ ମନ୍ଦିରଟି ଅହମଦାବାଦ୍‌ର ଏକ ଗୌରବଶାଳୀ ପ୍ରତୀକ ଭାବେ ବେଶ୍‌ ପ୍ରସିଦ୍ଧ। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ଆଜକୁ ପ୍ରାୟ ୪୫୦ ବର୍ଷ ତଳେ ସାଧୁ ସରଙ୍ଗଦାସଜୀଙ୍କ ଦ୍ୱାରା କୁଆଡ଼େ ଏହି ମନ୍ଦିରଟି ନିର୍ମାଣ କରାଯାଇଥିଲା। ଅବଶ୍ୟ ୟା’ ଭିତରେ ମନ୍ଦିରଟିର ରକ୍ଷଣାବେକ୍ଷଣକୁ ନେଇ ତଥା ଡିଜାଇନ୍‌କୁ ନେଇ ଅନେକ କିଛି ପୁନଃନିର୍ମାଣ କାର୍ଯ୍ୟ କରାଯାଇସାରିଛି। ସେଥିପାଇଁ ଏବେ ବି ଉକ୍ତ ମନ୍ଦିରଟି ନୂଆ ଭଳି ଦେଖାଯାଇଥାଏ। ତା’ଛଡ଼ା ପ୍ରତିବର୍ଷ ଏଠାରେ ଖୁବ୍‌ ଜାକଜମକରେ ରଥଯାତ୍ରା ପାଳନ କରାଯାଇଥାଏ; ଯାହା ବିଭିନ୍ନ ସ୍ଥାନର ଭକ୍ତଗଣଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ।

* ଦିଲ୍ଲୀସ୍ଥିତ ଜଗନ୍ନାଥ ମନ୍ଦିର : ଦିଲ୍ଲୀରେ ବି ମହାପ୍ରଭୁ ଜଗନ୍ନାଥଙ୍କର ଏକ ଭବ୍ୟ ମନ୍ଦିର ଥିବାର ଦେଖାଯାଇଥାଏ; ଯେଉଁଠାରେ ଜଗତରନାଥ ଜଗନ୍ନାଥଙ୍କୁ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରଭୁଙ୍କର ପ୍ରତ୍ୟେକ ଦିନର ନୀତିକାନ୍ତି ଏଠାରେ ଖୁବ୍‌ ସୁନ୍ଦର ଭାବେ କରାଯିବା ସହ ପ୍ରତିବର୍ଷ ବେଶ୍‌ ଆଡମ୍ବର ସହକାରେ ଏଠି ରଥଯାତ୍ରା ବି ପାଳନ କରାଯାଇଥାଏ; ଯାହାକୁ ଦେଖିବାକୁ ଭକ୍ତଗଣଙ୍କର ଖୁବ୍‌ ଭିଡ଼ ଏଠାରେ ଲାଗିଥାଏ।

* ବେଙ୍ଗାଲୁରୁର ଜଗନ୍ନାଥ ମନ୍ଦିର: ବେଙ୍ଗାଲୁରୁର ସରଜାପୁରାଠାରେ ବି ଏକ ଜଗନ୍ନାଥ ମନ୍ଦିର ରହିଛି; ଯାହାର ମୁଖ୍ୟ ପର୍ବ ହେଉଛି ରଥଯାତ୍ରା। ଉକ୍ତ ମନ୍ଦିରଟିର ରକ୍ଷଣାବେକ୍ଷଣର ଭାର ବର୍ତ୍ତମାନ ବେଙ୍ଗାଲୁରୁର ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୁଝୁଛି। ଏଠାରେ ମହାପ୍ରଭୁଙ୍କର ପୂଜାବିଧି ଅବିକଳ ପୁରୀ ବଡ଼ ମନ୍ଦିର ପରି କରାଯାଇଥାଏ। ତା’ଛଡ଼ା ଏହି ମନ୍ଦିରରେ ପ୍ରଭୁ ନୃସିଂହନାଥଙ୍କର ଏକ ଫଟୋ ମଧ୍ୟ ଥିବାର ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

ଅଜବ ପ୍ରେମ କାହାଣୀ: ବନ୍ଧୁତା ବଜାୟ ରଖିବାକୁ ନେଲେ ୩ ସାଙ୍ଗ ନେଲେ ଏମିତି ନିଷ୍ପତ୍ତି,ଜାଣିଲେ…

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଯାହାକୁ ଦେଖି ୟୁଜର୍ସମାନେ କହିଛନ୍ତି ୟାକୁ ହିଁ କୁହନ୍ତି ବନ୍ଧୁତା। ଆପଣ ବନ୍ଧୁମାନଙ୍କୁ ବ୍ୟବସାୟରେ…

ଜୀବନରେ ସବୁବେଳେ ଏହି ୪ ପ୍ରକାର ଲୋକଙ୍କଠାରୁ ଦୂରେଇ ରହିବା ଉଚିତ୍‌, ନଚେତ୍‌…

ଚାଣକ୍ୟ ନୀତି ହେଉଛି ଆଚାର୍ଯ୍ୟ କୌଟିଲ୍ୟଙ୍କ କୃତୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହା ଜୀବନର ନୈତିକ ଶିକ୍ଷା, ପ୍ରତ୍ୟେକଙ୍କ ପାଇଁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri