Posted inଫୁରସତ

ଓଡ଼ିଶା ବାହାରେ ଜଗନ୍ନାଥ ମନ୍ଦିର

ଜଗତରନାଥ ଶ୍ରୀଜଗନ୍ନାଥଙ୍କର ମହିମା କାହାକୁ ବା ଅଗୋଚର। ତାଙ୍କର ଆଶିଷ ଟିକେ ପାଇବାକୁ ଆଉ ତାଙ୍କର ଦର୍ଶନ ଟିକେ ଲଭିବାକୁ ପ୍ରତିଦିନ ଦେଶବିଦେଶରୁ ଭକ୍ତଗଣ ତାଙ୍କ ବଡ଼ଦେଉଳକୁ ଧାଇଁ ଆସନ୍ତି। ପୁରୀ ଜଗନ୍ନାଥ ମନ୍ଦିର ଆଉ ପୁରୀ ରଥଯାତ୍ରାର ପ୍ରସିଦ୍ଧି ସମଗ୍ର ବିଶ୍ୱରେ କାହିଁରେ କେତେ ରହିଛି। ହେଲେ ପୁରୀ ଛଡ଼ା ଆହୁରି ବି ଅନେକ ସ୍ଥାନରେ ଅଛି ଜଗନ୍ନାଥ ମନ୍ଦିର ଏବଂ ସେଠାରେ ବି ପାଳିତ ହେଉଛି ରଥଯାତ୍ରା। ତେଣୁ ଏଥରର ଏହି ଆଲେଖ୍ୟରେ ଆସନ୍ତୁ ଜାଣିବା ଓଡ଼ିଶା ବାହାରେ ଥିବା କେତୋଟି ଲୋକପ୍ରିୟ ଜଗନ୍ନାଥ ମନ୍ଦିର ସମ୍ପର୍କରେ…

* ରାଞ୍ଚତ୍ ଜଗନ୍ନାଥ ମନ୍ଦିର: ରାଞ୍ଚତ୍ସ୍ଥିତ ଜଗନ୍ନାଥ ମହାପ୍ରଭୁଙ୍କର ଏହି ମନ୍ଦିରଟି ୧୬୯୧ ମସିହାରେ ଠାକୁର ଅନି ନାଥ ଶାହଦେଓଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଉକ୍ତ ମନ୍ଦିରଟି ସ୍ଥାନୀୟ ଏକ ପାହାଡ ଉପରେ ଅବସ୍ଥିତ, ଯାହାର ଉଚ୍ଚତା ପାଖାପାଖି ୫୦ ରୁ ୬୦ ମିଟର ଭିତରେ ହେବ। ପୁରୀ ଜଗନ୍ନାଥ ମନ୍ଦିରକୁ ଲକ୍ଷ୍ୟ କରି ଏହି ମନ୍ଦିରଟିକୁ ଅବିକଳ ଗଢିବାକୁ ସେତେବେଳେ ବହୁ ଚେଷ୍ଟା କରାଯାଇଥିଲା। ନିର୍ମାଣ କାଳରୁ ଆରମ୍ଭ କରି ଆଜିପର୍ଯ୍ୟନ୍ତ ଉକ୍ତ ମନ୍ଦିରଟିର ସଂରଚନାକୁ ନେଇ ଅନେକ ପରୀକ୍ଷାନିରୀକ୍ଷା କରାଯାଇସାରିଲାଣି। ଏପରି କି ୧୯୯୦ ମସିହାରେ ଏହି ମନ୍ଦିରଟିର କିଛି ଅଂଶ ଭାଙ୍ଗି ଯିବାରୁ ୧୯୯୨ରେ ଏହାର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ କରାଯାଇସାରିଛି। ପୁରୀ ରଥଯାତ୍ରା ପରି ଏଠାରେ ବି ପ୍ରତ୍ୟେକ ବର୍ଷ ଭବ୍ୟ ରଥଯାତ୍ରାର ଆୟୋଜନ କରାଯାଇଥାଏ; ଯାହାକୁ ଦେଖିବାକୁ ବିଭିନ୍ନ ସ୍ଥାନରୁ ଭକ୍ତଗଣ ଏଠାକୁ ଧାଇଁ ଆସିଥାନ୍ତି।

* ହାଇଦ୍ରାବାଦ ଜଗନ୍ନାଥ ମନ୍ଦିର: ଆଧୁନିକ ବାସ୍ତୁକଳାରେ ନିର୍ମିତ ହାଇଦ୍ରାବାଦସ୍ଥିତ ଏହି ଜଗନ୍ନାଥ ମନ୍ଦିରଟି ତେଲେଙ୍ଗାନାର ଏକ ପ୍ରସିଦ୍ଧ ମନ୍ଦିର ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିପାରିଛି। ହାଇଦ୍ରାବାଦର ବଞ୍ଜାରା ହିଲ୍ସ ନିକଟରେ ରହିଛି ମହାପ୍ରଭୁଙ୍କର ଏହି ଭବ୍ୟ ମନ୍ଦିରଟି। ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଏହି ମନ୍ଦିରରେ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ମଧ୍ୟ ପ୍ରତୀମା ଥିବାର ଦେଖିବାକୁ ମିଳେ। ଏଥିସହିତ ମାତା ଲକ୍ଷ୍ମୀ, ପ୍ରଭୁ ଶିବ, ଗଣେଣ, ହନୁମାନ ଓ ନବଗ୍ରହଙ୍କ ପାଇଁ ବି ଉକ୍ତ ମନ୍ଦିର ଭିତରେ ସ୍ବତନ୍ତ୍ର ପୂଜାସ୍ଥଳୀର ବ୍ୟବସ୍ଥା ରହିଛି। ଏଠାରେ ବି ପ୍ରତିବର୍ଷ ବେଶ୍‌ ଧୁମ୍‌ଧାମ୍‌ରେ ରଥଯାତ୍ରା ପାଳନ କରାଯାଇଥାଏ। ତେବେ ପୁରୀ ଜଗନ୍ନାଥ ମନ୍ଦିର ପରି ଅବିକଳ ଦେଖିବାକୁ ହୋଇଥିବା ଏହି ମନ୍ଦିରର ଶିଖରଟିର ଆକର୍ଷଣୀୟ ଡିଜାଇନ ଭକ୍ତଗଣଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ।

* ଅହମଦାବାଦ୍‌ ଜଗନ୍ନାଥ ମନ୍ଦିର: ଜମାଲପୁରଠାରେ ଥିବା ପ୍ରଭୁ ଜଗନ୍ନାଥଙ୍କର ଏହି ଭବ୍ୟ ମନ୍ଦିରଟି ଅହମଦାବାଦ୍‌ର ଏକ ଗୌରବଶାଳୀ ପ୍ରତୀକ ଭାବେ ବେଶ୍‌ ପ୍ରସିଦ୍ଧ। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ଆଜକୁ ପ୍ରାୟ ୪୫୦ ବର୍ଷ ତଳେ ସାଧୁ ସରଙ୍ଗଦାସଜୀଙ୍କ ଦ୍ୱାରା କୁଆଡ଼େ ଏହି ମନ୍ଦିରଟି ନିର୍ମାଣ କରାଯାଇଥିଲା। ଅବଶ୍ୟ ୟା’ ଭିତରେ ମନ୍ଦିରଟିର ରକ୍ଷଣାବେକ୍ଷଣକୁ ନେଇ ତଥା ଡିଜାଇନ୍‌କୁ ନେଇ ଅନେକ କିଛି ପୁନଃନିର୍ମାଣ କାର୍ଯ୍ୟ କରାଯାଇସାରିଛି। ସେଥିପାଇଁ ଏବେ ବି ଉକ୍ତ ମନ୍ଦିରଟି ନୂଆ ଭଳି ଦେଖାଯାଇଥାଏ। ତା’ଛଡ଼ା ପ୍ରତିବର୍ଷ ଏଠାରେ ଖୁବ୍‌ ଜାକଜମକରେ ରଥଯାତ୍ରା ପାଳନ କରାଯାଇଥାଏ; ଯାହା ବିଭିନ୍ନ ସ୍ଥାନର ଭକ୍ତଗଣଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ।

* ଦିଲ୍ଲୀସ୍ଥିତ ଜଗନ୍ନାଥ ମନ୍ଦିର : ଦିଲ୍ଲୀରେ ବି ମହାପ୍ରଭୁ ଜଗନ୍ନାଥଙ୍କର ଏକ ଭବ୍ୟ ମନ୍ଦିର ଥିବାର ଦେଖାଯାଇଥାଏ; ଯେଉଁଠାରେ ଜଗତରନାଥ ଜଗନ୍ନାଥଙ୍କୁ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରଭୁଙ୍କର ପ୍ରତ୍ୟେକ ଦିନର ନୀତିକାନ୍ତି ଏଠାରେ ଖୁବ୍‌ ସୁନ୍ଦର ଭାବେ କରାଯିବା ସହ ପ୍ରତିବର୍ଷ ବେଶ୍‌ ଆଡମ୍ବର ସହକାରେ ଏଠି ରଥଯାତ୍ରା ବି ପାଳନ କରାଯାଇଥାଏ; ଯାହାକୁ ଦେଖିବାକୁ ଭକ୍ତଗଣଙ୍କର ଖୁବ୍‌ ଭିଡ଼ ଏଠାରେ ଲାଗିଥାଏ।

* ବେଙ୍ଗାଲୁରୁର ଜଗନ୍ନାଥ ମନ୍ଦିର: ବେଙ୍ଗାଲୁରୁର ସରଜାପୁରାଠାରେ ବି ଏକ ଜଗନ୍ନାଥ ମନ୍ଦିର ରହିଛି; ଯାହାର ମୁଖ୍ୟ ପର୍ବ ହେଉଛି ରଥଯାତ୍ରା। ଉକ୍ତ ମନ୍ଦିରଟିର ରକ୍ଷଣାବେକ୍ଷଣର ଭାର ବର୍ତ୍ତମାନ ବେଙ୍ଗାଲୁରୁର ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୁଝୁଛି। ଏଠାରେ ମହାପ୍ରଭୁଙ୍କର ପୂଜାବିଧି ଅବିକଳ ପୁରୀ ବଡ଼ ମନ୍ଦିର ପରି କରାଯାଇଥାଏ। ତା’ଛଡ଼ା ଏହି ମନ୍ଦିରରେ ପ୍ରଭୁ ନୃସିଂହନାଥଙ୍କର ଏକ ଫଟୋ ମଧ୍ୟ ଥିବାର ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri