Posted inଖେଳ

ଏସିଆ ଲାୟନ୍ସ ଚାମ୍ପିୟନ

ଦୋହା,୨୧ା୩ : ଲିଜେଣ୍ଡ୍ସ ଲିଗ୍‌ ଟି ୨୦ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଏସିଆ ଲାୟନ୍ସ। ରବିବାର ଅନୁଷ୍ଠିତ ଫାଇନାଲରେ ଓ୍ବାଲର୍‌ଡ ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇଛି ଶାହିଦ ଆଫ୍ରିଦିଙ୍କ ଏସିଆ ଲାୟନ୍ସ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଜାଏଣ୍ଟ୍ସ ୨୦ ଓଭରରେ ୪ ଉଇକେଟ ହରାଇ ୧୪୭ ରନ୍‌ କରିଥିଲା। ଜବାବରେ ୧୬.୧ ଓଭରରେ ୩ ଉଇକେଟ ହରାଇ ଲାୟନ୍ସ ବିଜୟୀ ହୋଇଥିଲା। ସେନ୍‌ ଓ୍ବାଟସନ୍‌ଙ୍କ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯ ରନ୍‌ରେ ୩ ଉଇକେଟ ହରାଇଥିଲା। ଚତୁର୍ଥ ଉଇକେଟରେ ଜ୍ୟାକ୍ସ କାଲିସ୍‌ (୭୮*) ଓ ରସ୍‌ ଟେଲର(୩୨) ଯୋଡିଥିଲେ ୯୨ ରନ୍‌ । କାଲିସ୍‌ ୫୪ ବଲ୍‌ ଖେଳି ୫ ଚୌକା ଓ ୩ ଛକା ମାରିଥିଲେ। ଲାୟନ୍ସ ପକ୍ଷରୁ ଅବଦୁର ରଜାକ ୧୪ ରନରେ ଦୁଇଟି ଓ ଥିସାରା ପରେରା ଗୋଟିଏ ଉଇକେଟ ନେଇଥିଲେ। ୧୪୮ ରନ୍‌ର ପିଛା କରୁଥିବା ଲାୟନ୍ସ ପକ୍ଷରୁ ଦୁଇ ଓପନର ଉପୁଲ ଥରଙ୍ଗା(୫୭) ଓ ତିଳକରତ୍ନେ ଦିଲସାନ୍‌(୫୮) ପ୍ରଥମ ଉଇକେଟରେ ଯୋଡିଥିଲେ ୧୧୫ ରନ୍‌। ୧୦ ଓଭରରେ ଉଭୟ ଖେଳାଳି ୧୧୫ ରନ୍‌ ଯୋଡି ବିଜୟ ଲକ୍ଷ୍ୟକୁ ସହଜ କରି ଦେଇଥିଲ। ଥରଙ୍ଗା ୨୮ ବଲ୍‌ ଖେଳି ୫ ଚୌକା ଓ ୩ ଛକା ମାରିଥିଲେ। ଦିଲସାନ ୪୨ ବଲ୍‌ ଖେଳି ୮ ଚୌକା ମାରିଥିଲେ। ଜାଏଣ୍ଟ୍ସ ପକ୍ଷରୁ ସମିତ ପଟେଲ, ବ୍ରେଟ୍‌ ଲି ଓ ମଣ୍ଟି ପାନେସର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଉପୁଲ ଥରଙ୍ଗାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଓ୍ବାଲର୍‌ଡ ଜାଏଣ୍ଟ୍ସ: ୨୦ ଓଭରରେ ୧୪୭/୪ ( ଜ୍ୟାକ୍ସ କାଲିସ୍‌-୭୮*, ରସ୍‌ ଟେଲର-୩୨, ଲେଣ୍ଡଲ ସିମନ୍ସ-୧୭, ଅବଦୁର ରଜାକ୍‌-୨/୧୪, ଥିସାରା ପେରେରା-୧/୩୩)। ଏସିଆ ଲାୟନ୍ସ ୧୬.୧ ଓଭରରେ ୧୪୮/୩ (ଉପୁଲ ଥରଙ୍ଗା-୫୭, ତିଳକରତ୍ନେ ଦିଲସାନ୍‌-୫୮, ମଣ୍ଟି ପନିସର-୧/୨୧, ସମିତ ପଟେଲ୍‌-୧/୨୩, ବ୍ରେଟ୍‌ ଲି-୧/୩୧)।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri