ଏମ୍‌ସିଏଲ୍‌ ଖଣି ପରିଦର୍ଶନ କଲେ ସିଆଇଏଲ୍‌ ଅଧ୍ୟକ୍ଷ: ଉତ୍ପାଦନ ସହ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ

ତାଳଚେର,୨୮ା୨(ନି.ପ୍ର.) – ଦେଶ ଅଗ୍ରଗତି କରୁଥିବା ବେଳେ କୋଇଲାର ଚାହିଦା ଦିନକୁ ଦିନ ବଢୁଛି। ତେଣୁ କୋଇଲା ଉତ୍ପାଦନ ଓ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ଶୁକ୍ରବାର ତାଳଚେର ଗସ୍ତ ଅବସରରେ କୋଲ୍‌ ଇଣ୍ଡିଆ ଲିମିଟେଡ (ସିଆଇଏଲ୍‌) ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।
ଦୁଇଦିନିଆ ଏମ୍‌ସିଏଲ୍‌ ଗସ୍ତରେ ଆସିଥିବା ସିଆଇଏଲ୍‌ ଅଧ୍ୟକ୍ଷ ଶୁକ୍ରବାର ତାଳଚେରରେ ଥିବା ଏମ୍‌ସିଏଲ୍‌ର ବିଭିନ୍ନ ଖଣି ପରିଦର୍ଶନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଚଳିତ ଆର୍ଥତ୍କ ବର୍ଷରେ କୋଲ୍‌ ଇଣ୍ଡିଆ ଲିମିଟେଡ ପକ୍ଷରୁ ୬୬୦ ମିଲିୟନ ଟନ୍‌ କୋଇଲା ଉତ୍ତୋଳନ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ଫେବୃୟାରୀ ୨୬ ସୁଦ୍ଧା ସେଥିରୁ ୫୧୦.୩୦ ମିଲିୟନ ଟନ୍‌ ଉତ୍ତୋଳନ ସରିଛି। ଗତବର୍ଷ ତୁଳନାରେ ଏହା ୨.୫ ପ୍ରତିଶତ ପଛରେ ରହିଛି। କାରଣ ବର୍ଷା ଯୋଗୁ ଗତ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ଉତ୍ତୋଳନ ହ୍ରାସ ପାଇଥିଲା। ତେବେ ଡିସେମ୍ବର ଠାରୁ ଉପତ୍ାଦନ ବୃଦ୍ଧି ପାଇଛି। ଆଗାମୀ ୨୦୨୩-୨୪ରେ ସିଆଇଏଲ୍‌ ୧୦୦୦ ମିଲିୟନ ଟନ୍‌ କୋଇଲା ଉପତ୍ାଦନ କରିବାର ଯୋଜନା କରିଥିବା ଅଧ୍ୟକ୍ଷ ପ୍ରକାଶ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ଅଗ୍ରଓ୍ବାଲ ପ୍ରଥମେ କଣିହାଁ ଓପନକାଷ୍ଟ ଖଣି ପରିଦର୍ଶନ କରିଥିଲେ। ପରେ ହିଙ୍ଗୁଳା ଓ ଭରତପୁର କୋଇଲା ଖଣି ମଧ୍ୟ ପରିଦର୍ଶନ କରିଥିଲେ। ଅପରାହ୍ନରେ ଗଣମାଧ୍ୟମ ପ୍ରତିନିଧି, ୟୁନିୟନ ପ୍ରତିନିଧିଙ୍କୁ ଭେଟିବା ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। କୋଲ୍‌ ଇଣ୍ଡିଆ ଅଧ୍ୟକ୍ଷଙ୍କ ଏହି କାର୍ଯ୍ୟକ୍ରମ ବେଳେ ସିଆଇଏଲ୍‌ ଟେକ୍ନିକାଲ ଡାଇରେକ୍ଟର ଏସ୍‌.ଏନ୍‌. ତିଓ୍ବାରି, ଏମ୍‌ସିଏଲ୍‌ ସିଏମ୍‌ଡି ଭୋଳାନାଥ ଶୁକ୍ଳା, ଏମ୍‌ସିଏଲ୍‌ ଟେକ୍ନିକାଲ ଡାଇରେକ୍ଟର ଓ.ପି. ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ମା’ ହିଙ୍ଗୁଳାଙ୍କୁ କଲେ ଦର୍ଶନ

ଏମ୍‌ସିଏଲ୍‌ର ବିଭିନ୍ନ ଖଣି ପରିଦର୍ଶନରେ ଆସିଥିବା ସିଆଇଏଲ୍‌ ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ଏହି ଅବସରରେ ତାଳଚେର ଉପଜିଲାପାଳ ତଥା ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ମ୍ୟାନେଜିଂ ଟ୍ରଷ୍ଟି ପରେଶ ଚନ୍ଦ୍ର ନାୟକ, ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ଅଧ୍ୟକ୍ଷ ଅଗ୍ରୱାଲଙ୍କୁ ସ୍ବାଗତ ଜଣାଇଥିଲେ।
ବିଧାୟକ ପ୍ରଧାନ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ କୋଲ୍‌ ଇଣ୍ଡିଆ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ୧୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମା’ ହିଙ୍ଗୁଳାଙ୍କ ପାରିପାର୍ଶ୍ୱିକ କାର୍ଯ୍ୟର ଉନ୍ନତୀକରଣ ନିମନ୍ତେ ୧୨୯ କୋଟି ଟଙ୍କାର ଏକ ବ୍ୟୟ ଅଟକଳ ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଥିଲା। ଏମ୍‌ସିଏଲ୍‌ର ଅଧ୍ୟକ୍ଷ ଭୋଳାନାଥ ଶୁକ୍ଳା, କୋଲ ଇଣ୍ଡିଆ ନିର୍ଦ୍ଦେଶକ(ବିପଣୀ) ସତ୍ୟେନ୍ଦ୍ରନାଥ ତିଓ୍ବାରୀ, ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଏମ୍‌.ଜି. ବ୍ରହ୍ମପୁରକର, ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ପି.ବି. ରେଡ୍ଡୀଙ୍କ ସମେତ ବିଭିନ୍ନ କୋଇଲା କ୍ଷେତ୍ରର ବହୁ ଉଚ୍ଚପଦସ୍ଥ ଅଧିକାରୀ, ବିଭିନ୍ନ ଶ୍ରମିକ ନେତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଦିଗପହଣ୍ଡି, ୧୨।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ….

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?