ଏମ୍‌ସ ସର୍ବଭାରତୀୟ ପିଜି ପ୍ରବେଶିକା ପରୀକ୍ଷା: ଭୁବନେଶ୍ୱର ଏମ୍‌ସ ଛାତ୍ରୀ ଭିନିଥା ଟପ୍ପର

ଭୁବନେଶ୍ୱର,୧୯।୬(ବ୍ୟୁରୋ)- ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ର ସର୍ବଭାରତୀୟ ପିଜି ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର ନୂଆଦିଲ୍ଲୀ ଏମ୍‌ସ ପକ୍ଷରୁ ଘୋଷଣା କରାଯାଇଛି। ଶ୍ରେଷ୍ଠ ୧୦୦ରେ ଏମ୍‌ସର ୨୯ଜଣ ଛାତ୍ରୀଛାତ୍ର ରହିଥିବାବେଳେ ଭୁବନେଶ୍ୱର ଏମ୍‌ସର ଏମ୍‌ବିବିଏସ୍‌ ଛାତ୍ରୀ ଡା. ଭିନିଥା କେ ଟପ୍ପର ହୋଇଛନ୍ତି। ଭିନିଥା ୧୦୦ ପର୍ସେଣ୍ଟାଇଲ ରଖି ସର୍ବଭାରତୀୟ ସ୍ତରରେ ର଼୍ୟାଙ୍କ ୧ରେ ରହିଛନ୍ତି। ଭିନିଥାଙ୍କୁ ମିଶାଇ ଶ୍ରେଷ୍ଠ ୧୦୦ରେ ଭୁବନେଶ୍ୱର ଏମ୍‌ସର ୬ଜଣ ରହିଥିବାବେଳେ ମୋଟ ୭୪ଜଣଙ୍କୁ ର଼୍ୟାଙ୍କ୍‌ ମିଳିଛି। ସେହିଭଳି ଯୋଧପୁର ଓ ଋଷିକେଶ ଏମ୍‌ସର ୬ଜଣ, ଭୋପାଳ ଏମ୍‌ସର ୫, ନୂଆଦିଲ୍ଲୀ ଏମ୍‌ସର ୪, ପାଟଣା ଓ ରାୟପୁର ଏମ୍‌ସର ଜଣେ ଲେଖାଏ ଛାତ୍ରୀଛାତ୍ର ରହିଛନ୍ତି। ତେବେ ଭିନିଥାଙ୍କ ସଫଳତା ପରେ ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବାଟମାନବେନ ତାଙ୍କ ସମେତ ସମସ୍ତ କୃତି ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଅଧ୍ୟାପକଙ୍କ ପରାମର୍ଶ ଓ ଶିକ୍ଷାଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ଭବିଷ୍ୟତରେ ଡାକ୍ତରୀ ବିଜ୍ଞାନରେ ଭୁବନେଶ୍ୱର ଏମ୍‌ସ ଦେଶର ସର୍ବୋତ୍ତମ ଏକାଡେମିକ ଅନୁଷ୍ଠାନ ହେବ ବୋଲି ଗୀତାଞ୍ଜଳୀ କହିଛନ୍ତି। ଅନ୍ୟପକ୍ଷରେ ନିଜର ସଫଳତା ସମ୍ପର୍କରେ ଭିନିଥା କହିଛନ୍ତି, କୌଣସି ପରୀକ୍ଷା ଦେବାବେଳେ ମୁଁ ମୋର ପୂର୍ବ ପରୀକ୍ଷାକୁ ତର୍ଜମା କରିଥାଏ। ଆଉ କ’ଣ ଅଧିକ କଲେ ଆଗାମୀ ପରୀକ୍ଷା ଭଲ ହେବ ସେହି ଦିଗରେ ଗୁରୁତ୍ୱ ଦିଏ। ତେବେ ଯେଉଁମାନେ ପ୍ରବେଶିକା ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେମାନଙ୍କୁ କହିବି ଯେ, ସେମାନେ ପରୀକ୍ଷାରେ କେଉଁ ର଼୍ୟାଙ୍କରେ ରହିବେ ଚିନ୍ତା ନ କରି ଜଣେ ଭଲ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଲେ ନିଶ୍ଚିତ ସଫଳତା ପାଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପତ୍ତି ତାଲିକା ଦାଖଲ କଲେ ଅପରାଜିତା: ଜାଣନ୍ତୁ ସମ୍ପତ୍ତି କେତେ…

ଭୁବନେଶ୍ୱର,୩।୫: ଭୁବନେଶ୍ୱର ଭାଜପା ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ସମ୍ପତ୍ତି ତାଲିକାର ସତ୍ୟପାଠ ଦାଖଲ କରିଛନ୍ତି। ତାଙ୍କର ମୋଟ ୨ କୋଟି ୫ ଲକ୍ଷ ଟଙ୍କାର...

ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ସନ୍ତୋଷ ଖଟୁଆଙ୍କୁ ଦେଲା ଟିକେଟ୍‌

ଭୁବନେଶ୍ୱର,୩।୫: ନୀଳଗିରି ବିଧାନସଭା ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି। ସନ୍ତୋଷ ଖଟୁଆଙ୍କୁ ଭାଜପା ଟିକେଟ୍‌ ଦେଇଛି। ଭୁରୁବାର ସନ୍ତୋଷ ବିଜେଡିରୁ ଇସ୍ତଫା ଦେଇଥିଲେ।...

ବିଜେଡିରେ ସାମିଲ ହେଲେ ଜିନା ସାମଲ

ଭୁବନେଶ୍ୱର,୩।୫: ଆଜି ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ଅଭିନେତ୍ରୀ ଜିନା ସାମଲ । ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି...

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ...

ବିଜେଡି ଛାଡ଼ିଲେ ରବିନାରାୟଣ

ଭୁବନେଶ୍ୱର,୩ା୫: ଶୁକ୍ରବାର ବିଜେଡି ଛାଡ଼ିଛନ୍ତି ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ନୟାଗଡ଼ ଜିଲାର ରଣପୁର ବିଧାୟକ ଥିଲେ। ୨୦୧୨ରୁ ୨୦୧୪...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

କେନ୍ଦ୍ରାପଡା,୩।୫ (ଜଗନ୍ନାଥ ଧଳ): ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି।...

ନିର୍ବାଚନ ଲଢ଼ିବେ ଦେବାଶିଷ

ଭୁବନେଶ୍ୱର,୩ା୫: ଦେବାଶିଷ ନାୟକ ନିର୍ବାଚନ ଲଢ଼ିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ବରୀବାସୀଙ୍କ ପାଇଁ...

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri