ଏମ୍‌କେସିଜିରେ ପୁଣି ୨ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ ,୨୯ା୩ – ବିଶ୍ୱବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନା ଭୂତାଣୁର ପ୍ରକୋପ ଏବେ ଭାରତ ଉପରେ ଧୀରେ ଧୀରେ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ବଡ ମେଡିକାଲରେ ଦିନକୁ ଦିନ କରୋନା ସନ୍ଦିଗ୍ଧ ପୃଥକୀକରଣ କକ୍ଷରେ ଭର୍ତ୍ତି ହେଉଛନ୍ତି। ଶନିବାର ୫ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବାବେଳେ ରବିବାର ପୁଣି ୨ ଜଣ ଭର୍ତ୍ତି ହୋଇଛନ୍ତି। ଶେରଗଡ ଅଞ୍ଚଳର ଜଣେ ଲୋକ ରାଜସ୍ଥାନରେ କାମ କରୁଥିବାବେଳେ ଗତ ୧୬ ତାରିଖରେ ଗଁାକୁ ଫେରିଥଲେ। ରବିବାର ସକାଳେ ତାଙ୍କର କାଶ ସହ ଭୀଷଣ ଜ୍ୱର ହେବାରୁ ସେ ବଡମେଡିକାଲ ସ୍ବତନ୍ତ୍ର କରୋନା କକ୍ଷରେ ଭର୍ତ୍ତି ହୋଇଛନ୍ତି। ସେହିପରି ପୁରୁଷୋତ୍ତମପୁର ଅଞ୍ଚଳର ଜଣେ ବ୍ୟକ୍ତି ଆବୁଧାବୀରେ କାମ କରୁଥିବାବେଳେ ସେ ଗତ ୧୭ରେ ଗଁାକୁ ଫେରିଥିଲେ। ଶନିବାର ଠାରୁ କାଶ ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ରବିବାର ସକାଳେ ତାଙ୍କୁ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୨ ଜଣ ସନ୍ଦିଗ୍ଧଙ୍କ ସ୍ବାବ୍‌ ରବିବାର ପରୀକ୍ଷା ପାଇଁ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିକୁ ପଠାଯାଇଛି ବୋଲି ମେଡିକାଲ ଅଧିକ୍ଷକ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ସେହିପରି ଶନିବାର କରୋନା ୱାର୍ଡରେ ଭର୍ତ୍ତି ହୋଇଥିବା ୫ ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ରବିବାର ରାତିସୁଦ୍ଧା ଏମ୍‌କେସିଜି ମେଡିକାଲକୁ ଆସିଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଗତ ୨୬ ତାରିଖରେ ମାଲଦୀପରୁ ଫେରିଥିବା କବିସୂର୍ଯ୍ୟନଗର ଅଞ୍ଚଳର ଜଣେ ବ୍ୟକ୍ତି ଏମ୍‌କେସିଜି ମେଡିକାଲ କରୋନା ୱାର୍ଡରେ ଭର୍ତ୍ତି ହୋଇଥିବାବେଳେ ତାଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ ଆସିଛି। ରବିବାର ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି ଅଧିକ୍ଷକ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରୋଗ୍ୟ ସେତୁ ୨.୦ ଆପ୍‌ର ଶୁଭାରମ୍ଭ କଲେ ଜେ.ପି. ନଡ୍ଡା

ନୂଆଦିଲ୍ଲୀ,୨୯ା୬: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ସୋମବାର ଆରୋଗ୍ୟ ସେତୁ ୨.୦ ଆପ୍‌ ଏବଂ ୟୁନିଫାଏଡ୍‌ ହେଲ୍‌ଥ ଇଣ୍ଟରଫେସ୍‌ (ୟୁଏଚ୍‌ଆଇ) ଲଞ୍ଚ୍‌ କରିଛନ୍ତି। କୋଭିଡ୍‌ ସମୟରୁ ଆରମ୍ଭ…

ବିଶ୍ୱକପ୍‌ ନକ୍‌ଆଉଟ୍‌ରେ କାନାଡାର ପ୍ରଥମ ବିଜୟ

ଇଙ୍ଗଲେଉଡ,୨୯ା୬: ଷ୍ଟିଫେନ ୟୁଷ୍ଟାକିଓଙ୍କ ଗୋଲ ବଳରେ ଇଙ୍ଗଲେଉଡରେ ଖେଳାଯାଇଥିବା ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ କାନାଡା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫିଫା ବିଶ୍ୱକପ୍‌ ଇତିହାସରେ…

ପ୍ରେମ ବିବାହକୁ କେନ୍ଦ୍ର କରି ଆକ୍ରମଣ: ବନ୍ଧା ହେଲେ ୭ ଅଭିଯୁକ୍ତ

ଥୁଆମୂଳ ରାମପୁର,୨୯ା୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ତାରାଗାଁଠାରେ ଏକ ଦଳିତ ପରିବାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ସୋମବାର ୭ ଅଭିଯୁକ୍ତଙ୍କୁ ଗିରଫ କରି…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ନେଲେ ବଡ଼ ନିଷ୍ପତ୍ତି: ଖେମୁଣ୍ଡି ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର

ଦିଗପହଣ୍ଡି, ୨୯।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ସୋମବାର ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ଏକ ପ୍ରସ୍ତୁତି…

ମା’ ମଝିଘରିଆଣୀ ମନ୍ଦିରରୁ ରେକର୍ଡ ଆୟ: ୧.୨୬ କୋଟିରୁ ଅଧିକ ଟଙ୍କା ସହ ୩୨ ଗ୍ରାମ୍‌ ମିଳିଲା ସୁନା

ରାୟଗଡ଼ା,୨୯।୬(କୈଳସ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ଦାନହୁଣ୍ଡି ସୋମବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ମାଜିଷ୍ଟ୍ରେଟ୍‌,…

ଆଫଗାନିସ୍ତାନ ସୀମାରେ ପାକ୍‌ର ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ

ଇସ୍‌ଲାମାବାଦ,୨୯ା୬: ଆଫଗାନିସ୍ତାନ ସୀମାରେ ପାକିସ୍ତାନୀ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ୨୯ଜଣ ଆତଙ୍କବାଦୀ ନିହତ ହୋଇଥିବା ଇସ୍‌ଲାମାବାଦ ସୋମବାର କହିଛି। ଏହି ସଦ୍ୟ ଉତ୍ତେଜନାକୁ ନେଇ ଉଭୟ କାବୁଲ…

ମିଳିନି ଧାନ ବିକ୍ରି ଟୋକନ: ଆତ୍ମାହୁତି ଧମକ ଦେଲେ ଚାଷୀ

ବରଗଡ,୨୯।୬(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଧାନ ବିକ୍ରିରେ ଟୋକନ ସମସ୍ୟାକୁ ନେଇ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ବରଗଡ ଜିଲା ବିଜେପୁର ବ୍ଲକ…

ଉଦ୍ୟୋଗୀମାନଙ୍କୁ ମାଗଣାରେ ମିଳିବ ଋଣ-ସବସିଡ଼ି: ବିକଶିତ ଓଡ଼ିଶା ପାଇଁ ଏମଏସଏମଇ…

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ରେ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ବିକଶିତ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri