ଏମାର ମଠ ଉଚ୍ଛେଦ ଜାରି: ମହନ୍ତଙ୍କୁ ନେଇ ବଢୁଛି ଉତ୍କଣ୍ଠା

ପୁରୀ ଅଫିସ, ୩୧ା୮: ବହୁଚର୍ଚ୍ଚିତ ଏମାର ମଠ ଭଙ୍ଗାକୁ ନେଇ ଦିନକୁ ଦିନ ନାନା ପ୍ରକାର ଚର୍ଚ୍ଚା ଚାଲିଛି। ତେବେ ଶୁକ୍ରବାର ବ୍ରିଟିଶ ଅମଳର ରଘୁନନ୍ଦନ ଲାଇବ୍ରେରି ମାଟିରେ ମିଶିଥିବା ବେଳେ ମଠର ୧୩ ଦୋକାନ ଘରକୁ ଉଚ୍ଛେଦ କରାଯାଇଛି। ହେଲେ ମୁଖ୍ୟ କୋଠାରେ ହାତ ମାରିପାରିନି ପ୍ରଶାସନ। ଏଥିରେ ମଠ ମହନ୍ତ ବାଧକ ସାଜିଥିବା କୁହାଯାଉଛି। ମହନ୍ତ ମଠରୁ ବାହାରୁ ନ ଥିବାରୁ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଫଳରେ ପ୍ରଶାସନ ପାଇଁ ଅଡୁଆ ବଢିବାରେ ଲାଗିଛି। ତେବେ ଏହାକୁ ପ୍ରଶାସନ ଅସ୍ବୀକାର କରିଥିବା ବେଳେ ମହନ୍ତ ଠାକୁରଙ୍କୁ ଛାଡି ବାହାରକୁ ଯିବେ ନାହିଁ ବୋଲି କହିବାରୁ ମହନ୍ତଙ୍କ ପାଇଁ ଏକ କଣ୍ଟେନର ଅଣାଯାଇଛି। ୩୫ ଫୁଟ ଲମ୍ବ ଏବଂ ୧୦ ଫୁଟ ଓସାର ବିଶିଷ୍ଟ ଏହି କଣ୍ଟେନରରେ ବର୍ତ୍ତମାନ ମହନ୍ତ ରହିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ଏଥିରେ ବିଦ୍ୟୁତ୍‌ ସଂଯୋଗ ସହ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ମହନ୍ତ ବାହାରକୁ ନ ଆସିବା ଏବଂ କାହାରିକୁ ସାକ୍ଷାତ୍‌ ନ କରିବା ପ୍ରସଙ୍ଗକୁ ଅଧିକ ରହସ୍ୟମୟ କରିଛି। ମହନ୍ତ ଅସୁରକ୍ଷିତ ଏବଂ ଅବ୍ୟବହୃତ କୋଠା ଭାଙ୍ଗିବାକୁ ସହମତି ଜଣାଇଥିଲେ। କିନ୍ତୁ ଲାଇବ୍ରେରୀ ଭାଙ୍ଗିବାକୁ କହି ନ ଥିଲେ। ପ୍ରଶାସନ ତାଙ୍କ କଥା ନ ଶୁଣି ଏହାକୁ ଭାଙ୍ଗିଥିଲା। ତେଣୁ ଏହାକୁ ବିରୋଧ କରି ମହନ୍ତ ମଠ ଭିତରେ ମୌନବତ୍ରରେ ବସିଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏହାକୁ ପ୍ରଶାସନ ଅସ୍ବୀକାର କରିଥିବାବେଳେ ସେମିତି କୌଣସି ସମସ୍ୟା ନାହିଁ। ଆଲୋଚନାରେ ମହନ୍ତ ସହଯୋଗ କରିଛନ୍ତି। ତେଣୁ ମହନ୍ତଙ୍କୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି।
ପୂର୍ବଦିନ ଭଳି ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିଲା ଏମାର ମଠ ଉଚ୍ଛେଦ କାର୍ଯ୍ୟ। ଭଙ୍ଗା ଯାଇଥିବା କୋଠି ଘରର ଭଗ୍ନାବଶେଷକୁ କୋଠି ଘର ଖାଲରେ ଭର୍ତ୍ତି କରାଯାଇ ସମତୁଲ କରାଯାଇଥିଲା। ଏହାପରେ ସିଂହଦ୍ୱାର ନିକଟରେ ଥିବା ମଠର ଦୋକାନ ଘର, ଲାଇବ୍ରେରିକୁ ଭଙ୍ଗା ଯାଇଥିଲା। ପ୍ରଥମେ ଲାଇବ୍ରେରି ପଛ ପାର୍ଶ୍ୱରୁ ଭଙ୍ଗା ଆରମ୍ଭ ହୋଇଥିଲା। ତୃତୀୟ ଦିନରେ ଏହି ତିନିମହଲା କୋଠାକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଛି। ଏ ନେଇ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ କହିଛନ୍ତି, ମହନ୍ତଙ୍କୁ ନେଇ ଯେଉଁ ପ୍ରକାର ଚର୍ଚ୍ଚା ସବୁ ଶୁଣିବାକୁ ମିଳୁଛି ସେଥିରେ କୌଣସି ସତ୍ୟତା ନାହିଁ। ଶୁକ୍ରବାର ଲାଇବ୍ରେରି କୋଠାକୁ ଭଙ୍ଗାଯିବା ଲାଗି ସ୍ଥିର ହୋଇଥିଲା। ଏହା ସମ୍ପୂର୍ଣ୍ଣ ଭାବେ ସଫା ହୋଇଗଲା ପରେ ମଠ ମୁଖ୍ୟ କୋଠା ଭଙ୍ଗାଯିବ। ମହନ୍ତଙ୍କ ପାଇଁ କଣ୍ଟେନର ଅଣାଯାଇଛି। ସେଥିରେ ବର୍ତ୍ତମାନ ମହନ୍ତ ରହିବେ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri