Posted inଖେଳ

ଏଫ୍‌ସି ଗୋଆ ସହ ଚୁକ୍ତି କଲେ ତ୍ଲାଙ୍ଗ୍‌

ଗୋଆ, ୨।୬-ମେଘାଳୟ ଶିଲଂର ରିଡିମ ତ୍ଲାଙ୍ଗ୍‌ ଇଣ୍ଡିଆନ ସୁପରଲିଗ୍‌ର (ଆଇଏସ୍‌ଏଲ୍‌) ଏଫ୍‌ସି ଗୋଆ କ୍ଲବ ସହିତ ଚୁକ୍ତିବଦ୍ଧ ହୋଇଛନ୍ତି। ଫଳରେ ୨୫ ବର୍ଷୀୟ ତ୍ଲାଙ୍ଗ୍‌ ଆଗାମୀ ଆଇଏଓଏଲ୍‌ ସିଜନରେ କମଳା ରଙ୍ଗର ଜର୍ସିରେ ନଜରକୁ ଆସିବେ। ସେହିପରି ଗୋଆର ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ଅଭିଯାନରେ ମଧ୍ୟ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ”ଆମେ ତ୍ଲାଙ୍ଗ୍‌ଙ୍କ ଉପରେ ନଜର ରଖି ଆସୁଥିଲୁ। ସେ ନର୍ଥଇଷ୍ଟ ୟୁନାଇଟେଡ ପକ୍ଷରୁ ଗତ ୨ ସିଜନ ଧରି ଆଇଏସଏଲରେ ପ୍ରଭାବୀ ପ୍ରଦର୍ଶନ କରି ଆସୁଥିଲେ। ତାଙ୍କ ବେଗ ଏବଂ ଦକ୍ଷତା ନିଶ୍ଚିତଭାବେ ଆମ ଦଳକୁ ଫାଇଦାରେ ରଖିବ“ ବୋଲି ଏଫସି ଗୋଆ ସଭାପତି ଅକ୍ଷୟ ଟଣ୍ଡନ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଗୋଆ ଦଳରେ ଯୋଗ ଦେଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ତ୍ଲାଙ୍ଗ୍‌ କହିଛନ୍ତି। ”ମୁଁ ସୁଯୋଗ ପାଇଲେ ଏଫସି ଗୋଆ ଖେଳ ଦେଖିଥାଏ। ମୁଁ ଏବେ ନିଜେ ‘ଗୌର’ ବାହିନୀର ସଦସ୍ୟ ହେବା ଜୀବନର ଅନ୍ୟତମ ଶ୍ରେଷ୍ଠ କ୍ଷଣ ବୋଲି ଭାବୁଛି। ନର୍ଥଇଷ୍ଟ ୟୁନାଇଟେଡ ସହିତ ମୁଁ ଖେଳକୁ ଉପଭୋଗ କରିଛି। ଏଠାରେ ମୁଁ ଉଚ୍ଚସ୍ତରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ସୁଯୋଗ ପାଇବି। ଏହା ମୋ ପାଇଁ ସମ୍ମାନ ସଦୃଶ। ଭାବପ୍ରବଣ ଗୋଆ ସମର୍ଥକଙ୍କ ସମ୍ମୁଖରେ ଏବଂ ଭାରତୀୟ ଦଳର କେତେଜଣ ଶ୍ରେଷ୍ଠ ଖେଳାଳିଙ୍କ ସହ ଖେଳିବା ଅନନ୍ୟ ଅନୁଭୂତି ଆଣିବ“ ବୋଲି ତ୍ଲାଙ୍ଗ୍‌ କହିଛନ୍ତି। ୨୦୧୩ରେ ଶିଲଂଲାଜଂ ପକ୍ଷରୁ ଆଇ-ଲିଗ୍‌ ପଦାର୍ପଣ କରିଥିଲେ ଆଇ-ଲିଗ୍‌ରେ। ୨୦୧୮ରେ ସେ ନର୍ଥଇଷ୍ଟ ୟୁନାଇଟେଡ ସହିତ ଯୋଗ ଦେଇଥିଲେ। ତାଙ୍କ ଉପସ୍ଥିତିରେ ଦଳର ସନ୍ତୁଳନ ବଢ଼ିଆ ରହିଥିଲା। ଫଳରେ ଏହି ଦଳ ପ୍ରଥମଥରପାଇଁ ୨୦୧୮-୧୯ ସିଜନରେ ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା। ଗତ ମାସରେ ସ୍ପେନର ଜୁଆନ ଫେରାଣ୍ଡୋଙ୍କୁ ଏଫସି ଗୋଆର ମୁଖ୍ୟ କୋଚ୍‌ ନିଯୁକ୍ତ କରାଯାଇଥିଲା। ସେ ତ୍ଲାଙ୍ଗ୍‌ ଙ୍କୁ ଆଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏଫସି ଗୋଆ ଏଏଫସି ଚାମ୍ପିୟନ୍ସ ଲିଗ୍‌ ଗ୍ରୁପ ପର୍ଯ୍ୟାୟରେ ପ୍ରଥମଥରପାଇଁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବାବେଳେ ତ୍ଲାଙ୍ଗ୍‌ କୋଚ୍‌ଙ୍କ ରଣନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?