ଏଫ୍‌ପିଆଇଙ୍କୁ ଟାର୍ଗେଟ କରାଯାଇନି: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୦-୭:ବଜେଟରେ ପ୍ରସ୍ତାବ ଦିଆଯାଇଥିବା ନୂଆ ଟିକସ ବ୍ୟବସ୍ଥାକୁ ନେଇ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର(ଏଫ୍‌ପିଆଇ)ଙ୍କ ମଧ୍ୟରେ ବିଭିନ୍ନ ଆଶଙ୍କା ଉପୁଜିଛି। ଏହାର ପ୍ରଭାବ ଦେଶର ପୁଞ୍ଜି ବଜାର ଉପରେ ମଧ୍ୟ ପରିଲକ୍ଷିତ ହୋଇଛି। ଗତ କିଛି ଦିନରେ ଶେୟାର ବଜାରର ସୂଚକାଙ୍କ ଖସି ଥିବା ବେଳେ ନିବେଶକମାନେ କ୍ଷତି ସହିଛନ୍ତି। ବିଶେଷ କରି ବିଦେଶୀ ନିବେଶକମାନେ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରି ନେଉଥିବା ଦେଖାଯାଉଛି। ବଜାରରେ ଏଭଳି ସ୍ଥିତି ଦେଖା ଦେଇଥିବା ବେଳେ ଏହାକୁ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ନୂଆ ଟିକସ ବ୍ୟବସ୍ଥାରେ ଏଫ୍‌ପିଆଇଙ୍କୁ ଟାର୍ଗେଟ କରାଯାଇ ନାହିଁ ବୋଲି ମନ୍ତ୍ରଣାଳୟ କହିଛି। ଅତିଧନୀ ପ୍ରଦାନ କରୁଥିବା ଆୟକର ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସରଚାର୍ଜ ବୃଦ୍ଧି କରିଛନ୍ତି।
୪୦% ଏଫ୍‌ପିଆଇ ସିଧାସଳଖ ଉଚ୍ଚ ହାରର ଟିକସ ପ୍ରଦାନକାରୀ ବର୍ଗରେ ଆସୁଥିଲେ ମଧ୍ୟ ସେମାନେ ଅଣ କର୍ପୋରେଟ ସଂସ୍ଥା ଭାବେ ନିବେଶ କରୁଛନ୍ତି। ଟ୍ରଷ୍ଟ କିମ୍ବା ଆସୋସିଏଶନ ଅଫ ପର୍ସନସ (ଏଓପି) ଭାବେ ଏହି ନିବେଶ କରାଯାଉଛି। ଆୟକର ନିୟମ ଅନୁସାରେ ଏମାନେ ଟିକସ ପ୍ରଦାନ କରିବାର ନିୟମ ରହିଛି। କେବଳ ଏଫ୍‌ପିଆଇଙ୍କ ଉପରେ ସରକାର ସରଚାର୍ଜ ଲାଗୁ ହେଉଥିବାର ଏକ ଛବି ନିବେଶକଙ୍କ ମନରେ ଆସିଛି। ଯାହା ସମ୍ପୂର୍ଣ୍ଣ ଭ୍ରମାତ୍ମକ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସବୁ ଅତି ଧନୀବ୍ୟକ୍ତି ଏବଂ ଅଣ କର୍ପୋରେଟ ସଂସ୍ଥାଙ୍କ ଉପରେ ଏଭଳି ଟିକସ ଲାଗୁ ହୋଇଛି। ବିଦେଶୀ, ଘରୋଇ ନିବେଶକ, ଏଫ୍‌ପିଆଇ, ଏଫ୍‌ଆଇଇ କୌଣସି ବି ବର୍ଗ ହୁଅନ୍ତୁ ସମସ୍ତଙ୍କ ଲାଗି ସର୍‌ଚାର୍ଜ ଲାଗୁ ହୋଇଛି। କମ୍ପାନୀଗୁଡିକ ଲାଗି କୌଣସି ସରଚାର୍ଜ ବଢାଯାଇ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ କେମିତି ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?